
more profitable business is white pig farming
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଯେତେ ପ୍ରକାରର ପଶୁ ବା ପକ୍ଷୀ ପାଳନ କରାଯାଏ ; ସବୁଠାରୁ ଅଧିକ ଲାଭପ୍ରଦ ବ୍ୟବସାୟ ହେଉଛି " ଧଳା ଘୁଷୁରୀ ଚାଷ " l ଆସନ୍ତୁ ଜାଣିବା ଏହାର କାରଣ ଗୁଡ଼ିକ l
୧) ଭାରତର ସମସ୍ତ ପ୍ରକାର ଜଳବାୟୁରେ ଧଳା ଘୁଷୁରୀ ଭଲ ଭାବରେ ବଢ଼ିପାରେ l
୨) WHITE YORKSHIRE ଘୁଷୁରୀ ପ୍ରଜାତି ଏକ ଉତ୍କୃଷ୍ଟ ଧରଣର ଅଟେ l
୩) ଏହି ପ୍ରଜାତି ବାର୍ଷିକ ମଧ୍ୟରେ ଦୁଇଶହ ରୁ ଅଢ଼େଇଶହ କିଲୋ ଯାଏଁ ବଢ଼ିଥାଏ l
୪) ଏହି ଘୁଷୁରୀର ରୋଗ ପ୍ରତିରୋଧକ ଶକ୍ତି ଖୁବ ଅଧିକ l ତେଣୁ ଏମାନେ ସାଧରଣତଃ ଅଳ୍ପ କିଛି ରୋଗରେ ପଡ଼ନ୍ତି l
୫) ମାଈ ଘୁଷୁରୀ ପ୍ରତି ଚାରି ମାସରେ ଥରେ ଛୁଆ ଦିଏ l ଥରକରେ ୧୦ ରୁ ୧୨ ଟି ଓ ୧୫ ଟି ଛୁଆ ମଧ୍ୟ ଜନ୍ମ ଲାଭ କରନ୍ତି l
୬) ୧୦ ଟି ମାଈ ଘୁଷୁରୀକୁ ଗୋଟିଏ ଅଣ୍ଡିରା ଘୁଷୁରୀ ଗର୍ଭବତୀ କରାଇପାରେ l
୭) ସରକାରୀ ଯୋଜନାରେ ଏହି ଦଶ + ଏକ ଯୋଜନାର ଅଟକଳ ୪ ଲକ୍ଷ ଟଙ୍କା ଅଟେ l ଏଥିରେ ଏସି/ଏସଟି/ମହିଳାଙ୍କ ନାମରେ ୬୦ % ( ୨ ଲକ୍ଷ ୪୦ ହଜାର ଟଙ୍କା ) ଓ ସାଧାରଣ ବର୍ଗ ପାଇଁ ୫୦ % ( ୨ ଲକ୍ଷ ଟଙ୍କା ) ରିହାତି ଅଛି l ଏହା କୃଷି ମୁଖ୍ୟମନ୍ତ୍ରୀ ଉଦ୍ୟୋଗ ଯୋଜନାର ଅନ୍ତର୍ଭୁକ୍ତ ଅଟେ l
୮) ୧୦ ଟି ମାଈ ଘୁଷୁରୀର ଅତି କମ ରେ ୧୦ ଟି ଛୁଆ ହିସାବ କଲେ ଏକ ବର୍ଷ ପରେ ୬୦୦ ଛୁଆ ପ୍ରାପ୍ତ କରିହୁଏ l
୯) ଘୁଷୁରୀର ଜୀବନ୍ତ ଓଜନ ୧୯୦ ଟଙ୍କା ରୁ ୨୦୦ ଟଙ୍କା ମଧ୍ୟରେ ମିଳେ l
୧୦) ଛୋଟ ଛୁଆ / ମଧ୍ୟମ ଘୁଷୁରୀ / ବଡ଼ ଘୁଷୁରୀ ବିକ୍ରି କରି ଚାଷୀମାନେ ବର୍ଷକୁ ୬ ଲକ୍ଷ ଟଙ୍କାରୁ ଅଧିକ ଲାଭ ପାଉଛନ୍ତି l
୧୧) ବିକ୍ରିରେ କୌଣସି ଅସୁବିଧା ନାହିଁ l ପଶ୍ଚିମବଙ୍ଗ / ଆସାମ / ଉତ୍ତର - ପୂର୍ବ ରାଜ୍ୟର କ୍ରେତାମାନେ ଗାଡ଼ିରେ ଆସି ସମସ୍ତ ବିକ୍ରୟ ଯୋଗ୍ୟ ଘୁଷୁରୀ ନିଅନ୍ତି ଏବଂ ତା'ର ଉଚିତ ପରିମାଣ ପ୍ରଦାନ କରନ୍ତି l
୧୨) ଘୁଷୁରୀ ଏକ ସର୍ଵଭୂକ ପ୍ରାଣୀ ଅଟେ l ଏହା ଦାନା / ପନିପରିବା ଚୋପା / ମାଛର ଅବଶିଷ୍ଟାଂଶ / କୁକୁଡ଼ା ଅନ୍ତପୁଣ୍ଟା / ଶୁଖୁଆ ଗୁଣ୍ଡ / ଫଳର ଫୋଫଡ଼ା ଦ୍ରବ୍ୟ / ହୋଟେଲ ରୁ ଫିଙ୍ଗା ଯାଉଥିବା ଅଇଁଠା / ଭୋଜିଭାତର ବଳକା ଖାଦ୍ୟ ଇତ୍ୟାଦି ଖାଇଥାନ୍ତି l
୧୩) ଘୁଷୁରୀ ମଳ ଏକ ପ୍ରକାର ଉତ୍କୃଷ୍ଟ ଧରଣର ଖତ ଅଟେ l ଏହାକୁ ଦେଲେ ସମସ୍ତ ପ୍ରକାର ଶସ୍ୟ / ପନିପରିବା / ଫଳ / ଫୁଲ ଇତ୍ୟାଦିର ବିପୁଳ ଅମଳ ହୁଏ l
୧୪) ଏଥିରୁ ଜିଆ ଖତ ମଧ୍ୟ ପ୍ରସ୍ତୁତ କରାଯାଇଥାଏ l
୧୫) ଘୁଷୁରୀକୁ ଚରାଇବା ଦରକାର ହୁଏ ନାହିଁ l
୧୬) ଏହାକୁ ବିଶୁଦ୍ଧ ଜଳ ପିଇବା ପାଇଁ ଓ ଯେକୌଣସି ସାଧରଣ ଜଳ ସ୍ନାନ କରିବା ପାଇଁ ଦିଆଯାଏ l
୧୭) ଘୁଷୁରୀ ଶରୀରରେ ୮୦% ରୁ ଅଧିକ ଚର୍ବି ଥିବାରୁ ଏମାନେ ଖରାଦିନରେ ଅଧିକ ଗରମ ଅନୁଭବ କରନ୍ତି l ତେଣୁ ଦିନକୁ ଥରେ ତାଙ୍କ ଉପରେ ଜଳ ସିଞ୍ଚନ କଲେ, ଥଣ୍ଡା ଅନୁଭବ କରନ୍ତି ସେମାନେ l ବର୍ଷା ଓ ଶୀତ ଦିନରେ କମ ଜଳ ସିଞ୍ଚନ ଆବଶ୍ୟକ l
୧୮) ଘୁଷୁରୀ ରହିବା ଗୁହାଳରେ ଉଚ୍ଚତା ମାତ୍ର ୧୦ ଫୁଟ ରହିଲେ ଯଥେଷ୍ଟ l ଏହି ଗୃହ ପୂର୍ବ - ପଶ୍ଚିମ ଲମ୍ବରେ ରହିବ ଏବଂ ଉତ୍ତର - ଦକ୍ଷିଣ ଦିଗରେ ଲୁହା ଜାଲ ଲଗାଇବା ଉଚିତ l ଏହା ବାୟୁ ଚଳାଚଳ ପାଇଁ ଉପଯୁକ୍ତ l
୨୦) ନିକଟସ୍ଥ ପଶୁ ଡାକ୍ତରଖାନାକୁ ଗଲେ ଧଳା ଘୁଷୁରୀ ପାଳନ ବିଷୟରେ ସରକାରୀ ଯୋଜନା ସମ୍ପର୍କରେ ତଥ୍ୟ ପାଇବେ l
Er ସବ୍ୟସାଚୀ ବେହେରା , ନବରଙ୍ଗପୁର
sabyasachi.behera@gmail.com
Share your comments