1. ମତ୍ସ୍ୟ ଓ ପଶୁ ପାଳନ

ନନ୍ଦନକାନରେ ମୃତ୍ୟୁ !

ଶେଷ ନିଶ୍ୱାସ ନେଲା ପେଲିକାନ ଚଢେଇ ଓ ଚଉଶିଙ୍ଗା ହରିଣ

KJ Staff
KJ Staff

ଶେଷ ନିଶ୍ୱାସ ନେଲା ପେଲିକାନ ଚଢେଇ ଓ ଚଉଶିଙ୍ଗା ହରିଣ

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ରେ ବାର୍ଦ୍ଧକ୍ୟ କାରଣରୁ ଏକ ପୁରୁଷ ପେଲିକାନ ପକ୍ଷୀ ର ମୃତ୍ୟୁ ହୋଇଛି |ସେ ବିହଙ୍ଗ ବିହାରରେ ରହୁଥିଲା ଏବଂ ଦୃଷ୍ଟି ଶକ୍ତି ହୀନ ଥିଲା ୧୨ ବର୍ଷ ର ଏହି ପେଲିକାନ ର ମୃତ୍ୟୁ ପରେ ଏବେ ସଂଖ୍ୟା ୧୫ ରୁ ୧୪ କୁ ହ୍ରାସ ପାଇଛି |

ସେହିପରି ତୃଣଭୋଜୀ ସଫାରୀ ରେ ରହୁଥିବା ଏକ ମାଈ ଚଉଶିଙ୍ଗା ହରିଣର ମୃତ୍ୟୁ ହୋଇଛି |ଗର୍ଭବତୀ ଅବସ୍ଥା ରେ ମୃତ୍ୟୁ ବରଣ କରିଛି ମାଈ ଚଉଶିଙ୍ଗା |ଦୁଇ ଦିନ ତଳେ ଅନ୍ୟ ଏକ ଚଉଶିଙ୍ଗା ତାର ପେଟ ରେ ସିଂଘ ଭୁଷିଦେବାରୁ ତା ପେଟରେ କଣ ହୋଇଯାଇଥିଲା |ପେଟ ଭିତରେ ହୋଇଥିବା ଗଭୀର କ୍ଷତ କାରଣରୁ ତାର ମୃତ୍ୟୁ ହୋଇଛି |ଏହାର ମୃତ୍ୟୁ ପରେ ନନ୍ଦନକାନ ରେ ଚଉଶିଙ୍ଗା ସଂଖ୍ୟା ୭ ରହିଛି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments