1. ମତ୍ସ୍ୟ ଓ ପଶୁ ପାଳନ

ଫସଲ ଉତ୍ପାଦନ ଓ ଆୟ ବୃଦ୍ଧି ନିମନ୍ତେ ମହୁମାଛି ପାଳନ ସମ୍ବନ୍ଧୀୟ ଜାତୀୟ ସ୍ତରୀୟ ପରାମର୍ଶ କର୍ମଶାଳା

କୁର୍ଷି କ୍ଷେତ୍ରରେ ଫସଲର ଉତ୍ପାଦନ ଓ ଆୟ ବୃଦ୍ଧି ପାଇଁ ମହୁମାଛି ପାଳନ ସମ୍ବନ୍ଧୀୟ ଏକ ଜାତୀୟ ସ୍ତରୀୟ ପରାମର୍ଶ କର୍ମଶାଳା ବୁଧବାର ୫ ଡିସେମ୍ବର ଭୁବନେଶ୍ଵର ସ୍ଥିତ କୃଷି ଭବନ ସମ୍ମିଳନୀ କକ୍ଷ ଠାରେ ଉଦ୍ୟାନ

KJ Staff
KJ Staff

କୁର୍ଷି କ୍ଷେତ୍ରରେ ଫସଲର ଉତ୍ପାଦନ ଓ ଆୟ ବୃଦ୍ଧି ପାଇଁ ମହୁମାଛି ପାଳନ ସମ୍ବନ୍ଧୀୟ ଏକ ଜାତୀୟ ସ୍ତରୀୟ ପରାମର୍ଶ କର୍ମଶାଳା ବୁଧବାର ୫ ଡିସେମ୍ବର ଭୁବନେଶ୍ଵର ସ୍ଥିତ କୃଷି ଭବନ ସମ୍ମିଳନୀ କକ୍ଷ ଠାରେ ଉଦ୍ୟାନ ବିଭାଗ ଓ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଦ୍ଵାରା ମିଳିତ ଭାବେ ଆୟୋଜିତ ହୋଇଯାଇଛି।
ଭାରତ ସରକାରଙ୍କ ନୀତି ଆୟୋଗ ଅଧିନସ୍ଥ ଉପ - ସମିତି ର ବୈଠକ ଭାବେ , ବିତୀୟ ପରାମର୍ଶ ପରିଷଦର ଅଧ୍ୟକ୍ଷ ତଥା ନୀତି ଆୟୋଗର ସଭ୍ୟ ଡଃ ବିବେକ ଦେବରାୟଙ୍କ ପୌରୋହିତରେ ସଂଗଠିତ ଏହି କର୍ମଶାଳାରେ ଭାରତ ସରକାର ତଥା ପଶ୍ଚିମବଙ୍ଗ ,ବିହାର, ଝାରଖଣ୍ଡ ଏବଂ ଓଡ଼ିଶା ପରି ରାଜ୍ୟର ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ।

ଏହି କର୍ମଶାଳାର ଉଦଘାଟନୀ ଉତ୍ସବରେ ନୀତି ଆୟୋଗର ବିତୀୟ ପରାମର୍ଶ ପରିଷଦର ଅଧ୍ୟକ୍ଷ ଡ଼ଃ ବିବେକ ଦେବରାୟ , ବୀତିୟ ପରାମର୍ଶ ପରିଷଦର ସଭ୍ୟ ସମ୍ପାଦକ ଶ୍ରୀ ରତନ୍ ପି. ୱାଟଲ୍,ବିତୀୟ ପରାମର୍ଶ ପରିଷଦର ପରାମର୍ଶଦାତା ଡ଼ଃ କେ.ରଜେଶ୍ୱର୍ ରାଓ ,ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ର ଅଧ୍ୟକ୍ଷ ଶ୍ରୀ ତେଜେଶ୍ୱର୍ ପରିଡ଼ା,ଓଡ଼ିଶା କୃଷି ଉତ୍ପାଦନ କମିଶନର ଡଃ ଗଗନ କୁମାର ଧଳ,ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମୁଖ୍ୟ ଶାସନ ସଚିବ ଡଃ ସୌରଭ ,ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ , ଉଦ୍ୟାନ କୃଷି ବିଭାଗର ନିର୍ଦେଶକ ଡଃ ବିଜୟ କେତନ ଉପାଧ୍ୟାୟ ଏବଂ ଅଗ୍ରଣୀ ମହୁମାଛି ବିଶେଷଜ୍ଞ ଶ୍ରୀ ଦେବବ୍ରତ ସାହୁ ଯୋଗ ଦେଇଥିଲେ।ବୈଜ୍ଞାନିକ ପଦ୍ଧତିରେ ମହୁମାଛି ପାଳନକୁ ପୂର୍ବଭାରତର ପ୍ରୋତ୍ସାହନ ଦେବା ପାଇଁ ଏହି କର୍ମଶାଳା ପରିପ୍ରେକ୍ଷୀରେ ମହୁମାଛି ସମ୍ବନ୍ଧୀୟ ଜ୍ଞାନକୌଶଳର ଏକ ପ୍ରଦର୍ଶନୀ ର ମଧ୍ୟ ଆୟୋଜନ କରାଯାଇଥିଲା।

ଏହି କର୍ମଶାଳାରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ୨୦୦ ରୁ ଅଧିକ ଅଗ୍ରଣୀ ମହୁମାଛି , ବିଶେଷଜ୍ଞ ଏବଂ ଅନ୍ୟାନ୍ୟ ସରକାରୀ ଏବଂ ବେସରକାରୀ ଭାଗିଦାରିମାନେ ଯୋଗ ଦେଇଥିଲେ । ବୈଜ୍ଞାନିକ ପଦ୍ଧତି ରେ ମହୁମାଛି ପୂର୍ବ ଭାରତରେ ଅଧିକ ସକ୍ରିୟ କରିବାରେ ମହୁ ଉତ୍ପାଦନ ,ବଜାର ବ୍ୟବସ୍ଥା ,ଭିତ୍ତିଭୂମି ଏବଂ ତତସଂଲଗ୍ନ ସେବା ପ୍ରଦାନରେ ଉପୁଜୁଥିବା ବିଭିନ୍ନ ସମସ୍ୟା ଏବଂ ସମାଧାନର ପନ୍ଥା ସମ୍ବନ୍ଧରେ ବିଶେଷ ଆଲୋଚନା ହୋଇଥିଲା|
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଅଧିନସ୍ଥ ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ଅଧ୍ୟକ୍ଷ ପ୍ରଫେସର ପ୍ରଭାତ କୁମାର ରାଉତ ,ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ର ପୂର୍ବତନ ପ୍ରଫେସର ତଥା ମହୁମାଛି ବିଶେଷଜ୍ଞ ଡଃ ଚିତ୍ତରଞ୍ଜନ ଶତପଥୀ ,ତାମିଲନାଡୁ କୃଷି ବିଶ୍ଵବିଦ୍ୟାଳୟ ପ୍ରଫେସର ତଥା ନୀତି ଆୟୋଗର ବିତୀୟ ପରାମର୍ଶ ପରିଷଦର- ମହୁମାଛି ପାଳନ ବିକାଶ ସମିତି ସଭ୍ୟ ଡଃ ଏମ୍.ଆର୍. ଶ୍ରୀନିବାସନ ଏହି କର୍ମଶାଳାର ଆଲୋଚନାରେ ଭାଗ ନେଇଥିଲେ

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ