1. ମତ୍ସ୍ୟ ଓ ପଶୁ ପାଳନ

ଗୋପାଳକମାନଙ୍କ ପାଇଁ ନୂଆ ଖବର, ଏଚଏଫ କ୍ରସ ପ୍ରଜାତିର ଗୋପାଳନ କରନ୍ତୁ !!

ଗାଈର କ୍ଷୀର ଅତ୍ୟନ୍ତ ସ୍ଵାଦଯୁକ୍ତ ଏବଂ ପୃଷ୍ଟିସାର ଗୁଣରେ ଭରପୂର ହୋଇଥାଏ, ଅନେକ ପରୀକ୍ଷାରୁ ଜଣାଯାଇଛି ଯେ ଗାଈର କ୍ଷୀର ଶିଶୁ ଏବଂ ମଧ୍ୟ ବୟସ୍କ ବ୍ୟକ୍ତି ବିଶେଷ କରି ମାନସିକ ବିକାଶ ପାଇଁ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ ।

Sugyan Kumar Nayak
Sugyan Kumar Nayak
Cow

Cow

ଗାଈର କ୍ଷୀର ଅତ୍ୟନ୍ତ ସ୍ଵାଦଯୁକ୍ତ ଏବଂ ପୃଷ୍ଟିସାର ଗୁଣରେ ଭରପୂର ହୋଇଥାଏ, ଅନେକ ପରୀକ୍ଷାରୁ ଜଣାଯାଇଛି ଯେ ଗାଈର କ୍ଷୀର ଶିଶୁ ଏବଂ ମଧ୍ୟ ବୟସ୍କ ବ୍ୟକ୍ତି ବିଶେଷ କରି ମାନସିକ ବିକାଶ ପାଇଁ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ । ଗାଈର କ୍ଷୀର ସେବନ ଦ୍ଵାରା ମାନସିକ ବିକାଶ ହୋଇଥାଏ, ମଣିଷ ଶରୀରରେ ହଜମ ପ୍ରକ୍ରିୟା ଠିକ ହୋଇଥାଏ ଏବଂ ପିତ ସମ୍ବନ୍ଧୀୟ ରୋଗ ବି ଦୂର ହୋଇଥାଏ  ଏବଂ ଗାଈ କ୍ଷୀର ନୀତିଦିନ ସେବନ ଦ୍ଵାରା ଶରୀରରେ ତେଜ ଆସିଥାଏ ଓ ଓଜନ ବି ବଢିଥାଏ । ଟିବି ରୋଗରେ ପୀଡିତ ଲୋକମାନଙ୍କ ପାଇଁ ଗାଈ କ୍ଷୀର ଅତ୍ୟନ୍ତ ଲାଭଦାୟକ ଅଟେ, ସେମିତିରେ ଭାରତରେ ଯୁଗ ଯୁଗରୁ ଗୋପାଳନ କରା ଯାଉଛି, ଏବେ ଦେଶରେ ଦେଶୀ ଏବଂ ବିଦେଶୀ ପ୍ରଜାତିର ଗୋପାଳନ ଉଚ୍ଚ ସ୍ତରରେ କରାଯାଉଛି । ଦେଶୀ ପ୍ରଜାତିର ଗୋପାଳନ ବେଳେ ବିଦେଶୀ ପ୍ରଜାତିରେ ଏଚ ଏଫ ପ୍ରଜାତିର ଗୋପାଳନ କରି ପଶୁପାଳକମାନେ ଭଲ ରୋଜଗାର କରି ପାରନ୍ତି ।

ଇନ୍ଦୋରର କୃଷି ବିଜ୍ଞାନ କେନ୍ଦ୍ର, ଆନିମଲ ସ୍ପେଶ୍ଯାଲିଟି ଡକ୍ଟର ଶ୍ରୀ ରାମ ଦଧିଚି କୁହନ୍ତି କି, ହୋଲଷ୍ଟିନ ଫ୍ରିସିୟନ (ଏଚ ଏଫ) ଏବଂ ଜର୍ସିର କ୍ରସ ବ୍ରୀଡ ପ୍ରଜାତିର ଗୋପାଳନ ଚାଷୀମାନଙ୍କ ପାଇଁ ବହୁତ ଲାଭ ଦାୟକ ହୋଇପାରେ। ଇନ୍ଦୋର ଜିଲ୍ଲାରେ ଅନେକ ପଶୁପାଳକ ଅଛନ୍ତି ଯେଉଁମାନେ ଏଚ ଏଫ ପ୍ରଜାତିର କ୍ରସ ବ୍ରୀଡ (ଶଙ୍କର ପ୍ରଜାତି)ର ଗୋପାଳନ କରି ଭଲ ରୋଜଗାର କରନ୍ତି ।

ଡକ୍ଟର ଦଧିଚି କହିଛନ୍ତି ଯେ, ଆଗକୁ ଦେଶୀ ପ୍ରଜାତିର ଗାଈ ତୁଳନାରେ ଏଚ ଏଫ କ୍ରସ ବ୍ରୀଡର ଗାଈ ଅଧିକ କ୍ଷୀର ଦେବାରେ ସକ୍ଷମ ଅଟନ୍ତି। ସେମାନେ ୨୭୦ ରୁ ୨୯୦ ଦିନ ପର୍ଯ୍ୟନ୍ତ କ୍ଷୀର ଦିଅନ୍ତି, ତେଣୁ ଗୋଟେ ଛୁଆ ଜନ୍ମ କରିବା ପରେ ଗାଈ ହାରାହାରି ୧୭୦୦ ରୁ ୨୧୦୦ ଲିଟର କ୍ଷୀର ଦେଇ ଥାଏ ଯାହା କି ପ୍ରତି ଦିନ ୧୦ ରୁ ୧୨ ଲିଟର କ୍ଷୀର ହୋଇଥାଏ, ସେହି ତୁଳନାରେ ଦେଶୀ ଗାଈ ୨ ରୁ ୩ ଲିଟର କ୍ଷୀର ଦେଇ ଥାଏ, ତେଣୁ ବ୍ୟବସାୟକୁ ଦୃଷ୍ଟିରେ ରଖି ଏହି ପ୍ରଜାତିର ଗାଈ ପାଳନ ଲାଭଦାୟକ ଅଟେ ।

ଏଚ ଏଫ ପ୍ରଜାତିର ଗାଈମାନଙ୍କର ଗୁଣ

  • ଏହି ପ୍ରଜାତିର ଗାଈମାନଙ୍କର ମୂଳ ସ୍ଥାନ ଇଉରୋପର ନେଦରଲାଣ୍ଡ ଅଟେ, ଏମାନଙ୍କର ପାଖାପାଖି ଓଜନ ୫୮୦ କିଲୋଗ୍ରାମ ହୋଇଥାଏ ।

  • ଏମାନଙ୍କର କ୍ଷୀରରେ ୩.୫ ରୁ ୪% ଫ୍ୟାଟ୍ ରହିଥାଏ, ଏମାନେ ପ୍ରତି ଦିନ ୧୦ ରୁ ୧୫ ଲିଟର କ୍ଷୀର ଦେଇ ପାରନ୍ତି ।

  • ଏହି ଗାଈମାନଙ୍କର ରଙ୍ଗ କଳା ଧଳା ଅଥବା ଖଇରିଆ ଧଳା ହୋଇଥାଏ ।

  • ଅନ୍ୟ ଗାଈମାନଙ୍କର ତୁଳନାରେ ଏମାନେ ଅଧିକ ଲମ୍ବା ହେଇ ଥାନ୍ତି ଓ ଏମାନଙ୍କର ମଥା ଲମ୍ବା ଏବଂ ସିଧା ହୋଇଥାଏ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ