1. ମତ୍ସ୍ୟ ଓ ପଶୁ ପାଳନ

ନନ୍ଦନକାନନ ର ଏକ ବିଶିଷ୍ଟ ଆକର୍ଷଣ !

ନନ୍ଦନକାନନ ର ଏକ ବିଶିଷ୍ଟ ଆକର୍ଷଣ !

KJ Staff
KJ Staff

ଅସୁସ୍ଥ ହେଲା ନୀଳଗାଈ

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ରେ ୬୫ ନମ୍ବର ଖୁଡାରେ ରହୁଥିବା ୮ ବର୍ଷ ର ମାଈ ନୀଳଗାଈ ବାର୍ଦ୍ଧକ୍ୟ ଜନିତ କାରଣରୁ ଦ୍ଵିତୀୟ ଥର ପାଇଁ ଅସୁସ୍ଥ ହୋଇ ପଡିଛି |ବୟସାଧିକ ହେତୁ ସେ ଗତ ୨ ମାସ ହେବ ଭଲ ଭାବେ ଖିଆ ପିଆ କରୁ ନଥିଲା |ଫଳରେ ସେ ଦିନକୁ ଦିନ ମଳିନ ଓ ଦୁର୍ବଳ ହୋଇ ପଡିଥିଲା |ନୀଳଗାଈ ର କାନ ,ତ୍ୱଚା ,ଲୋଚା ପଡିବ ସହ ମୁହଁରେ ବର୍ଧ୍ୟାକ୍ୟ ହେତୁ ଶିରାଶିରା ହୋଇ ଗାର ସୁସ୍ପଷ୍ଟ ହୋଇଆସିଲାଣି |

ନନ୍ଦନକାନନ କତୃପକ୍ଷଙ୍କ ନିର୍ଦେଶ କ୍ରମେ ପ୍ରାଣୀ ଚିକିତ୍ସକ ଙ୍କ ଦ୍ୱାରା ଚିକିତ୍ସା ଜାରି ରହିଛି |ସେ ଏବେ ଅଧିକ ଚଲାବୁଲା ନ କରି ଖାଦ୍ୟ ବୁଲା ରେ ପଡି ରହିଛି |ସୂଚନା ଯୋଗ୍ୟ ଯେ ଏହି ପ୍ରଜାତି ରନୀଳଗାଈ ଭାରତୀୟ ହରିଣ ମାନଙ୍କ ମଧ୍ୟରୁ ସବୁଠାରୁ ବଡ |ଗୋଡ଼ରୁ କାନ୍ଧ ଯାଏ ଏମାନଙ୍କ ଉଚ୍ଚତା ୧.୨ ରୁ ୧.୫ ମିଟର ଓ ଏକ ବୟସ୍କ ର ଓଜନ ୧୨୦ ରୁ ୧୫୦ ଗ୍ରାମ |ଦେହର ରଙ୍ଗ ପାଉଁଶିଆ ନୀଳବର୍ଣ୍ଣ |ମହୁଲ ଫୁଲ ଏମାନଙ୍କ ଅତି ପ୍ରିୟ ଖାଦ୍ୟ |

ସାଧାରଣତଃ ମାଈ ପ୍ରଜାତି ର ନୀଳଗାଈ ୨ ବର୍ଷ ମଧ୍ୟରେ ଯୌନକ୍ଷମ ହୋଇଥିଲା ବେଳେ ୮ ରୁ ୯ ମାସ ଗର୍ଭଧାରଣ କରି ଏକ ବେଳେ ୨ ଟି ସାବକ କୁ ଜନ୍ମ ଦେଇଥାଏ | ତେବେ ନନ୍ଦନକାନନ କୁ ୧୯୮୧ ରେ ପ୍ରଥମ ଥର ଲାଗି ବିଶାଖାପାଟନମ ଇନ୍ଦିରା ଗାନ୍ଧୀ ଜଲୋଜିକାଲ ପାର୍କ ରୁ ଗୋଟେ ମାଈ ଓ ଗୋଟେ ଅଣ୍ଡିରା ନୀଳଗାଈ ଆସିଥିଲା | ଏମାନଙ୍କ ବଂଶ ଧୀରେ ଧୀରେ ବୃଦ୍ଧି ପାଇ ୨୩ ରେ ପହଞ୍ଚିଛି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments