1. ମତ୍ସ୍ୟ ଓ ପଶୁ ପାଳନ

Mou Sign: ରାଜ୍ୟରେ ପ୍ରତିଷ୍ଠା ହେବ ଜିଏମପି ଲାବୋରେଟୋରୀ

ଗତକାଲି ବ୍ରହ୍ମପୁରଠାରେ ଆନ୍ଥରାକ୍ସ ଓ ଇଏନଟିଭି ଟିକାର ଉତ୍ପାଦନ ନିମନ୍ତେ ଏକ ଅତ୍ୟାଧୁନିକ ଜିଏମପି ଲାବୋରେଟୋରୀ ପ୍ରତିଷ୍ଠା ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଏନେଇ ରାଷ୍ଟ୍ରୀୟ ଦୁଗ୍ଧ ଉନ୍ନୟନ ବୋର୍ଡ ସହିତ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିବା ସୂଚନା ରହିଛି ।

Tanushree Mahapatra
Tanushree Mahapatra
odisha govt signs mou with nddb

odisha govt signs mou with nddb

ରାଜ୍ୟକୁ ବିଭିନ୍ନ କ୍ଷେତ୍ରରେ ବିକାଶମୁଖୀ କରାଯାଉଛି l ଯାହାଦ୍ୱାରା ଚାଷୀଙ୍କ ଲାଭ ହେଉଛି  l ଚାଷୀଙ୍କୁ ନୂଆ କୌଶଳର ସାହାଯ୍ୟ ମିଳିପାରୁଛି ଯାହାଦ୍ୱାରା ଚାଷୀ ଆର୍ଥିକ ସ୍ଥିତିରେ ମଜବୁତ ହେଉଛନ୍ତି l ଚାଷୀଙ୍କୁ ଚାଷ କ୍ଷେତ୍ରରେ ଆଗକୁ ନେବା ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସରତ ରହିଛନ୍ତି । ତେବେ ରାଜ୍ୟ ସରକାରଙ୍କ ୫-ଟି ସହଯୋଗରେ ଗତକାଲି ବ୍ରହ୍ମପୁରଠାରେ ଆନ୍ଥରାକ୍ସ ଓ ଇଏନଟିଭି ଟିକାର ଉତ୍ପାଦନ ନିମନ୍ତେ ଏକ ଅତ୍ୟାଧୁନିକ ଜିଏମପି ଲାବୋରେଟୋରୀ ପ୍ରତିଷ୍ଠା ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ।

ଏନେଇ ରାଷ୍ଟ୍ରୀୟ ଦୁଗ୍ଧ ଉନ୍ନୟନ ବୋର୍ଡ ସହିତ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିବା ସୂଚନା ରହିଛି ।

ରାଜ୍ୟ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିବା ଦେଖିବାକୁ ମିଳିଥିଲା । ୩ ବର୍ଷ ମଧ୍ୟରେ ପ୍ରାୟତଃ ୫୨ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଏହି ଅତ୍ୟାଧୁନିକ ଲାବରେଟୋରୀ ପ୍ରତିଷ୍ଠା କରାଯିବ ବୋଲି ଜଣାପଡିଛି । ବର୍ଷକୁ ୫୦ ଲକ୍ଷ ଆନ୍ଥରାକ୍ସ ଓ ୨ କୋଟି ଇଏନଟିଭି ବିଜାଣୁ ଟିକାର ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି ଏହି ଲାବରେଟୋରୀ ମାଧ୍ୟମରେ । ତେବେ ଏଥିପାଇଁ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରମାଶିଷ ହାଜରା ଓ ରାଷ୍ଟ୍ରୀୟ ଦୁଗ୍ଧ ଉନ୍ନୟନ ବୋର୍ଡର ସିନିୟର ଜେନେରାଲ୍ ମ୍ୟାନେଜର ସୁନୀଲ ସିହ୍ନା ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ ଗତକାଲି ।

ଏହି ଖୁସିର ସମୟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଟି ଦୂରଦୃଷ୍ଟିସଂପନ୍ନ ପଦକ୍ଷେପ ଫଳରେ ରାଜ୍ୟରେ ସମସ୍ତ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରାଯାଇପାରୁଛି ବୋଲି ଉକ୍ତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କହିଥିଲେ ମନ୍ତ୍ରୀ ଶ୍ରୀ ସ୍ୱାଇଁ । ଗତକିଛି ବର୍ଷ ହେବ ପ୍ରାଣୀପାଳନ ରାଜ୍ୟର ଚାଷୀମାନଙ୍କ ରୋଜଗାର ଓ ଆୟବୃଦ୍ଧି ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବାର ନଜର ରହିଛି ।

ଏଥିସହିତ ପଶୁଙ୍କର ସ୍ୱାସ୍ଥ୍ୟର ସୁରକ୍ଷା ଦିଗରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ପ୍ରାଣଘାତୀ ରୋଗର ପ୍ରତିଷେଧକ ଟିକା ଉତ୍ପାଦନ ରାଜ୍ୟର ପ୍ରାଣୀସଂପଦ କଲ୍ୟାଣ କ୍ଷେତ୍ର୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି । ତେବେ ଗତକିଛି ବର୍ଷ ହେବ କୋଭିଡ-୧୯ ମହାମାରୀ ସମୟରେ ରାଜ୍ୟ ସରକାର ଅନ୍ୟ ସମସ୍ତ ରାଜ୍ୟ ହେଉ କିମ୍ବା ନିଜ ରାଜ୍ୟ ହେଉ ଅନେକ ବଡ ବଡ ପଦକ୍ଷେପ ଗ୍ରହଣ କରିଥିଲେ ଯାହାଦ୍ୱାରା ପ୍ରଶଂସାର ସୁଅ ଛୁଟିଥିଲା । ଏହି ନୂଆ ଅଭିନବ ପଦକ୍ଷେପ ମଧ୍ୟ ଓଡ଼ିଶା ଟିକା ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟ ରାଜ୍ୟକୁ ଟିକା ଯୋଗାଣ କରିବାରେ ସମର୍ଥ ହୋଇପାରିବ । ତେବେ ରାଜ୍ୟକୁ ଲାଗିଥିବା ଅନ୍ୟ ରାଜ୍ୟ ଗୁଡିକ ଏହାର ସଠିକ ଲାଭ ଉଠାଇପାରିବେ l

ତେବେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବାର ବିଶେଷ ଉଦ୍ଦେଶ୍ୟ ମଧ୍ୟ ରହିଛି l ଏହି ଜିଏମପି କେନ୍ଦ୍ର ନିର୍ମାଣ କରିବାରେ ରାଷ୍ଟ୍ରୀୟ ଦୁଗ୍ଧ ଉନ୍ନୟନ ବୋର୍ଡ ସହଯୋଗ କରିବା ସହିତ ଏହି ଲାବୋରେଟୋରୀକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ସାହାଯ୍ୟ ପ୍ରଦାନ କରିବା ନିମନ୍ତେ ଚୁକ୍ତିନାମା ହୋଇଛି । ଏହି ଜିଏମପି ଲାବୋରେଟୋରୀ ପ୍ରତିଷ୍ଠା ମାଧ୍ୟମରେ ଓଡ଼ିଶା ଭବିଷ୍ୟତରେ ପୂର୍ଣ୍ଣତଃ ଟୀକା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ରୂପେ ଉଭା ହୋଇପାରିବ ।

ଏହା ସ୍ଥାପନ ହେବା ଦ୍ୱାରା ପ୍ରାଣୀସଂପଦର ଉତ୍ତମ ରୋଗ ପ୍ରତିଷେଧକ ବ୍ୟବସ୍ଥା କରାଯାଇପାରିବ l ସେହିପରି ପ୍ରାଣୀପାଳକଙ୍କର ଆର୍ଥିକ ମାନଦଣ୍ଡରେ ମଧ୍ୟ ଉନ୍ନତି ହୋଇପାରିବ । ତେବେ ପ୍ରତିଷ୍ଠା ହେବାକୁ ଯାଉଥିବା ଏହି ଅତ୍ୟାଧୁନିକ ପ୍ରତିଷେଧକ ଟିକା ଉତ୍ପାଦନ ଲାବୋରେଟୋରୀ ଦେଶର ଅନ୍ୟତମ ଲାବୋରେଟୋରୀ ଭାବେ ପରିଗଣିତ ହେବ ବୋଲି କୁହାଯାଉଛି ।

ଏହି କାର୍ଯ୍ୟକ୍ରମରେ ବିଭିନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ସେମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ଅନୁ ଗର୍ଗ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ଏନଡିଡିବିର ବରିଷ୍ଠ ଜେନେରାଲ ମ୍ୟାନେଜର ସୁନୀଲ ସିହ୍ନା, ନାବାର୍ଡର ସିଜିଏମ ସୁଧାଂଶୁ କେକେ ମିଶ୍ର ପ୍ରମୁଖ ଯୋଗ ଦେଇଥିବାର ନଜିର ରହିଛି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments