
ବିରଳ ଓଲିଭ ରିଡ଼ଲେ ଙ୍କର ସଂରକ୍ଷଣ ଲାଗି ବିଭିନ୍ନ ପଦକ୍ଷପ ନିଆଯାଇଥିଲା ବେଳେ ଚନ୍ଦ୍ରଭାଗା ସମୁଦ୍ର ଉପକୂଳ ଓ କଅଁର ପୁର ଠାରେ ଅସ୍ଥାୟୀ ପ୍ରଜନନ କେନ୍ଦ୍ରରୁ ୨୪୭୧୮ ଟି କଇଁଛ ଅଣ୍ଡା ସଂଗ୍ରହ କରାଯାଇଥିବା ଜଣାପଡିଛି |ଏହି ଅଣ୍ଡା ଗୁଡିକ ମଧ୍ୟରୁ ୩୭୭ ଟି ଅଣ୍ଡାରୁ ଛୁଆ ଫୁଟି ଥିଲାବେଳେ ଏହି ଛୁଆ ଗୁଡିକ କୁ ଅତି ସତର୍କତା ସହିତ ସମୁଦ୍ର ରେ ଛଡାଯାଇଥିବାର ଜଣାପଡିଛି|

ଏପ୍ରିଲ ମାସ ୧୨ ତାରିଖ ସୁଦ୍ଧା କଅଁର ପୁର ସମୁଦ୍ର ଉପକୂଳ ରେ ଥିବା ଅସ୍ଥାୟୀ ପ୍ରଜନନ କେନ୍ଦ୍ର ରୁ ୧୪୧ଟି ବାସରୁ ୧୭୦୯୩ ଟି ଅଣ୍ଡା ସଂଗ୍ରହ କରାଯାଇଥିଲା ବେଳେ ଚନ୍ଦ୍ରଭାଗା ଉପକୂଳ ରେ ୫୯ ଟି ବାସ ରୁ ୭୦୮୫ ଟି ଅଣ୍ଡା ସଂଗ୍ରହ କରାଯାଇଛି|ପୂର୍ବରୁ ସଂଗ୍ରହ ହୋଇଥିବା ଅଣ୍ଡାଗୁଡିକରୁ ୩୭୭ ଟି ଛୁଆ ଫୁଟିଥିବା ବେଳେ ,ଏହି ଛୁଆ ଙ୍କୁ ସମୁଦ୍ର କୁ ଛଡାଯାଇଛି |କଇଁଛ ପ୍ରଜନନ କେନ୍ଦ୍ର ରେ ଛୁଆ ଫୁଟିବା ମାତ୍ର କର୍ମଚାରୀ ମାନେ ତାଙ୍କୁ ସୁରକ୍ଷିତ ଭାବେ ରଖି ସମୁଦ୍ର କୂଳରେ ଛାଡିଥିବା ଜଣାପଡିଛି ଏବଂ ଅନ୍ୟ ସଂଗୃହିତ ଅଣ୍ଡାଗୁଡିକ ଙ୍କ ଉପରେ ବିଶେଷ ଧ୍ୟାନ ଦିଆଯାଉଛି|
ସମସ୍ତ ଛୁଆ ଙ୍କୁ ସମୁଦ୍ର ରେ ସୁରକ୍ଷିତ ଭାବେ ଛଡାଯାଉଥିବା ର ସୂଚନା ଦେଇଛନ୍ତି କୋଣାର୍କ ବନଖଣ୍ଡ ଅଧିକାରୀ ନାରାୟଣ ମିଶ୍ର |
Share your comments