1. ମତ୍ସ୍ୟ ଓ ପଶୁ ପାଳନ

ଘୁଷୁରୀ ପାଳନ

ଘୁଷୁରୀ ପାଳନ

KJ Staff
KJ Staff

ଗୃହପାଳିତ ପଶୁ ପାଳନ ମଧ୍ୟରେ ଘୁଷୁରୀ ପାଳନ ମଧ୍ୟେ ବେଶ ଲାଭଦାୟକ ଉଦ୍ୟୋଗ |ଘୁଷୁରୀ ମାଂସ କୁ ପର୍କ
କୁହାଯାଏ ଏବଂ ଏଥିରେ ବହୁ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ତିଆରି ହୋଇଥାଏ |ଏହା ବ୍ୟତୀତ ଏକ ଵିଵେଶ ପ୍ରକାର ମଦ ମଧ୍ୟ ଏମାନଙ୍କ ମାଂସ ଓ ହାଡ ସସ ରୁ ତିଆରି ହୋଇଥାଏ |ଘୁଷୁରୀ ରୁମ ରୁ ବ୍ରଶ ନିର୍ମାଣ ହେବ ସାଙ୍ଗରେ ସାବୁନ ମଧ୍ୟ ଏଥିରୁ ତିଆରି କରାଯାଏ |ଏହିପରି ନାନା ଜିନ୍ସ ରେ ବ୍ୟବହୃତ ଘୁଷୁରୀ ପାଳନ କରିବା ପୂର୍ବରୁ ,କେତୋଟି ଗୁରୁତ୍ୱପୂର୍ଣ ଦିଗ ରେ ଧ୍ୟାନ ଦେବା ଆବଶ୍ୟକ |

ଖାଦ୍ୟ ଯୋଗାଣ :
ଘୁଷୁରୀ ପାଳନ ଲାଗି ଶସ୍ୟ ଶ୍ୟାମଳ ଏକ ବୃହତ ଘାସ ଗାଲିଚା ବା ପାଶ୍ଚରଃ ଲ୍ୟାଣ୍ଡ ର ଆବଶ୍ୟକ ଯେଉଁଠାରେ ସେମନରେ ଭଲରେ ଚରି ଖାଇ ପାରିବେ |ଏହା ବ୍ୟତୀତ ନିଜ ଫାର୍ମ ରେ ମଜବୁତ କାଠ ଏବଂ ପୋଲ ଦେଇ ବାଡ ନିର୍ମାଣ କରନ୍ତୁ କାରଣ ବୟସ୍କ ଘୁଷୁରୀ ମାନେ ଦୁର୍ବଳ ପାଚେରୀ ଭାଙ୍ଗି ଦେବାରେ ସକ୍ଷମ ହୋଇଥାନ୍ତି |

ଘୁଷୁରୀ ଲାଗି ଘର :

ହାରାହାରି ୧୦ ଫୁଟ *୧୦ ଫୁଟ ସ୍ଥାନ ରେ ୨ ଟି ଘୁଷୁରୀ ପାଳନ କରି ହେବ | ଘୁଷୁରୀ ରଖୁଥିବା ସ୍ଥାନ ବା ଘର ଟି ରେବିଶ୍ରାମ ନେବା ଲାଗି ଏବଂ ଖାଇବା ଲାଗି ଉଚିତ ସ୍ଥାନ ରହିବ ଆବଶ୍ୟକ |ଏହା ସହ ପାଣି ପିଇବା ଏବଂ ଗାଧୋଇବା ଲାଗି ଅତି କମ ରେ ୫ ଫୁଟ ର ଏକ ଛୋଟ ପୁଲ ର ବ୍ୟବସ୍ତା କରନ୍ତୁ |

କେଉଁ ପ୍ରଜାତି ର ଘୁଷୁରୀ ପାଳିବେ ?
ଅଧିକ ଲାଭଦାୟକ ଘୁଷୁରୀ ପ୍ରଜାତି ର ପାଳନ କରିବା ସ୍ୱାଭାବିକ କଥା ତେଣୁ ପ୍ରଥମେ ନିଜ ଜାଗା ଓ ବଜାର କୁ ଦେଖି ପ୍ରଜାତି ଚୟନ କରନ୍ତୁ |ଏହା ବ୍ୟତୀତ ୟକସାୟାର ,ସପ୍ଟେଡ ,ପୋଲ୍ୟାଣ୍ଡ ଚାଇନା , ହମ୍ପସାୟାର ,ଵର୍କସାୟାର ଇତ୍ୟାଦି ବହୁ ଲୋକପ୍ରିୟ ଅଧିକ ଲାଭଦାୟକ ପ୍ରଜାତି ମାନଙ୍କ ମଧ୍ୟରୁ ଅନ୍ୟତମ |

କଣ ଦେବେ ଖାଇବାକୁ ?
ଘୁଷୁରୀ ଙ୍କୁହାରାହାରି ଦିନକୁ ୧୮% କ୍ରୁଡ଼ ପ୍ରୋଟିନ ଖାଇବାକୁ ଦେବା ଉଚିତ|ତେଣୁ ଏମାନଙ୍କୁ ଶାଗ ,ବା ଅନ୍ୟ ପନିପରିବା ଦେବା ଉଚିତ |ଘୁଷୁରୀ ହାରାହାରି ୬୦ କି.ଗ୍ରା ଓଜନ ଧାରଣ କରିଲେ ଦିନକୁ ୪ ରୁ ୭ କି.ଗ୍ରା ଖାଦ୍ୟ ଦିଅନ୍ତୁ |
ଉଚିତ ଖାଦ୍ୟ ଭାବେ ଦିନକୁ ୨ ଥରେ ଖାଇବାକୁ ଦିଅନ୍ତୁ |ଯଦି ଘର ର ପନିପରିବା ଚୋପା ଇତ୍ୟାଦି ଦେଉଛନ୍ତି ତେବେ ତାହାକୁ ପ୍ରଥମେ ସିଝାଇ ଦିଅନ୍ତୁ |ସେହିପରି ଛୁଆ ସହ ମାଈ ଘୁଷୁରୀ କୁ ୨୦ ରୁ ୩୦ ଲିଟର ପାଣି ର ଦିନକୁ ଆବଶ୍ୟକ ହୋଇଥାଏ |

ଘୁଷୁରୀ ରହୁଥିବା ସ୍ଥାନରେ ଖରାଦିନରେ ନିହାତି କାଦୁଅ ରହିବା ଆବଶ୍ୟକ |ଘୁଷୁରୀ ମାନେ କାଦୁଅ ବୋଳି ହେଲେ ଖରା ଦାଉ ରୁ ରକ୍ଷା ପାଇଥାନ୍ତି |ଯଦି ଅଧିକ ଗ୍ରୀଷ୍ମ ପ୍ରଭାବ ଯୋଗୁ ସ୍ବେଦ ପ୍ରଭାହ ବୃଦ୍ଧି ପାଏ ତେବେ ଦିନକୁ ୨ ରୁ ୪ କିଗ୍ରା ପର୍ଯ୍ୟନ୍ତ ଓଜନ ହ୍ରାସ ହେବାର ସମ୍ଭାବନା ରହିଛି |
ସର୍ବଦା ଘୁଷୁରୀ ର ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ |ଯଦି କୌଣସି ରୋଗ ର ଲକ୍ଷଣ ଦେଖୁଛନ୍ତି ତେବେ ତୁରନ୍ତ ନିକଟସ୍ଥ ଚିକିତ୍ସକ ଙ୍କ ସହ ପରାମର୍ଶ କରନ୍ତୁ |
ଘୁଷୁରୀ ହାରାହାରି ୧୦୦ କି ଗ୍ରା ଓଜନ ଧାରଣ କଲେ ସେମାଙ୍କୁ ବଜାରରେ ବିକ୍ରି କରି ଲାଭବାନ ହୁଅନ୍ତୁ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ