
pm mkssy launch today for national fisheries digital platform, image source - pexels.com
କେନ୍ଦ୍ର ସରକାର ନିକଟରେ ବଜେଟ ଉପସ୍ଥାପନା କରିଛନ୍ତି l ଯେଉଁଥିରେ ଚାଷୀଙ୍କୁ ଗୁରୁତ୍ତ୍ଵ ଦିଆଯାଇଥିଲା l ଦେଶର ଆର୍ଥିକ ସ୍ଥିତିରେ ଚାଷୀ ମଧ୍ୟ ସହାୟତା ପ୍ରଦାନ କରୁଛନ୍ତି l ଉନ୍ନତ ଚାଷ ପ୍ରଣାଳୀରେ ଚାଷୀ ଅଧିକ ଲାଭବାନ ମଧ୍ୟ ହେଉଛନ୍ତି l ଦେଶରେ ଚାଷ ହେଉଛି ମୁଖ୍ୟ ଅଂଶ l ସର୍ବଦା ସରକାର ମଧ୍ୟ ଏଥିପାଇଁ ବିଭିନ୍ନ ସରକାରୀ ଯୋଜନା ପ୍ରଣୟନ କରୁଛନ୍ତି l
ଯାହାଦ୍ୱାରା ଚାଷୀ ଉତ୍ସାହିତ ହୋଇ ଚାଷ କମେ ନିଜକୁ ଅଧିକ ରୁ ଅଧିକ ସାମିଲ କରୁଛନ୍ତି l ନୂଆ ନୂଆ ପ୍ରଣାଳୀ ବ୍ୟବହାର କରି ଚାଷ କରୁଛନ୍ତି l ଦେଶ ତଥା ଦେଶ ବାହାରେ ଚାଷ ଖାଦ୍ୟଶସ୍ୟ ରପ୍ତାନି ହେଉଛି l ଦେଶରେ ଚାଷୀଙ୍କ ନୂଆ ନୂଆ ଚାଷ ପ୍ରଣାଳୀ ଅନ୍ୟ ଦେଶରେ ମଧ୍ୟ ପ୍ରଭାବ ପକାଉଛି l
ମତ୍ସ୍ୟଚାଷୀ, ମତ୍ସ୍ୟଜୀବୀ, ମତ୍ସ୍ୟ ବିକ୍ରେତା ଏବଂ ସିଧାସଳଖ ମାଛ ଚାଷରେ ନିୟୋଜିତ ଥିବା ବ୍ୟକ୍ତି, ମାଲିକାନା ସଂସ୍ଥା, ସହଭାଗୀତା ସଂସ୍ଥା, ଭାରତରେ ପଞ୍ଜୀକୃତ କମ୍ପାନୀ, ଅନ୍ୟାନ୍ୟ ସମାଜ, ସୀମିତ ସହଭାଗୀତା (LLPs), ସମବାୟ ସମିତି, ସଙ୍ଗଠନ, ସ୍ୱୟଂ କେନ୍ଦ୍ର ସରକାରଙ୍କ ପାଖରେ ସମସ୍ତ ତଥ୍ୟ ରହିଛି | ଯେଉଁ ମାନଙ୍କ ପାଇଁ କେନ୍ଦ୍ର ସରକାର ଆଉ ଏକ ଯୋଜନା ଆରମ୍ଭ କରିଛନ୍ତି l ସମର୍ଥନ ଗୋଷ୍ଠୀ (SHGs), ମତ୍ସ୍ୟ କୃଷକ ଉତ୍ପାଦକ ସଂଗଠନ (FFPOs), ଷ୍ଟାର୍ଟଅପ୍ ପାଇଁ ଅନ୍ୟ ଏକ ଯୋଜନା ଆରମ୍ଭ କରିଛନ୍ତି l ମନ୍ତ୍ରିମଣ୍ଡଳ ସଭାରେ ପ୍ରଧାନ ମନ୍ତ୍ରୀ PM-MKSSY କୁ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି । ବିଶେଷ କଥା ହେଉଛି କୃଷକ ଉତ୍ପାଦକ ସଂଗଠନ (FPO) ମଧ୍ୟ ଏଥିରେ ଅନ୍ତର୍ଭୂକ୍ତ ହେବ l
ମତ୍ସ୍ୟଚାଷ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ସତ୍ତ୍ୱେ ଏହି କ୍ଷେତ୍ରରେ ଅନେକ ଆଞ୍ଚଳିକ ସ୍ତରରେ ଆହ୍ୱାନ ଅନୁଭବ କରାଯାଉଛି | ଫସଲ ବିପଦ, କାର୍ଯ୍ୟ ଭିତ୍ତିକ ସ୍ୱୀକୃତିର ଅଭାବ, ଋଣର ଅଭାବ, ଛୋଟ ଏବଂ ମାଇକ୍ରୋ ୟୁନିଟ୍ ଦ୍ୱାରା ବିକ୍ରି ହେଉଥିବା ମାଛର ସୁରକ୍ଷା ଏବଂ ଗୁଣବତ୍ତା ବଜାୟ ରଖିବା ଭଳି ସମସ୍ୟାକୁ ନୂତନ ଯୋଜନା ମାଧ୍ୟମରେ ୬ ,୦୦୦ ଟଙ୍କା ଧାର୍ଯ୍ୟ କରିଛନ୍ତି l
PM-MKSSY ଯୋଜନାରେ ଲାଭ :-
- ୪୦ ଲକ୍ଷ ଛୋଟ ଏବଂ ମାଇକ୍ରୋ ୟୁନିଟ୍ ଚିହ୍ନଟ କରିବା ପାଇଁ ଜାତୀୟ ମତ୍ସ୍ୟ ଡିଜିଟାଲ ପ୍ଲାଟଫର୍ମ ସୃଷ୍ଟି ହେବ
- ୬ .୪ ଲକ୍ଷ ମାଇକ୍ରୋ ଏବଂ 5500 ମତ୍ସ୍ୟ ସମବାୟ ସମିତିକୁ ଋଣ ସୁବିଧା ପ୍ରଦାନ କରାଯିବ
- ଗୁଣାତ୍ମକ ମାଛ ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯିବ
- ପରିବେଶ ଏବଂ ସ୍ଥିରତା ପଦକ୍ଷେପକୁ ପ୍ରୋତ୍ସାହିତ କରାଯିବ
- ବ୍ୟବସାୟ କରିବାର ସହଜତା ଏବଂ ସ୍ୱଚ୍ଛତା ଯୋଗାଇ ଦିଆଯିବ
ଯୋଗ କରାଯାଇଥିବା ମୂଲ୍ୟ ମାଧ୍ୟମରେ ବଜାରରେ ସାମୁଦ୍ରିକ ଖାଦ୍ୟ ରପ୍ତାନି ମଜବୁତ ହେବ
ଘରୋଇ ବଜାରରେ ମାଛ ଏବଂ ମାଛ ଦ୍ରବ୍ୟର ଗୁଣରେ ଉନ୍ନତି ଆଣିବା
ଘରୋଇ ବଜାରକୁ ମଜବୁତ କରାଯିବ
ବ୍ୟବସାୟ ବିକାଶ, ଚାକିରି ଖୋଲିବା ଏବଂ ବ୍ୟବସାୟ କରିବା ସହଜ ହେବ
ମହିଳାମାନଙ୍କୁ ବ୍ୟବସାୟ ସ୍ଥାନରେ ସୁରକ୍ଷା ଦିଆଯିବ
ଏହି ଯୋଜନାର କାର୍ଯ୍ୟକାରିତା ସହିତ ୧.୭ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ଯେଉଁଥିରୁ ମହିଳାମାନଙ୍କୁ ୭୫ ହଜାର ସୁଯୋଗ ଦେବା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ l
PM-MKSSY ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ:-
ଜାତୀୟ ମତ୍ସ୍ୟ ଡିଜିଟାଲ ପ୍ଲାଟଫର୍ମ ଅଧୀନରେ ମତ୍ସ୍ୟଜୀବୀ, ମତ୍ସ୍ୟ ଚାଷୀ ଏବଂ ସହାୟକ ଶ୍ରମିକମାନଙ୍କର ସ୍ୱୟଂ ପଞ୍ଜିକରଣ ସହାୟତାରେ ମତ୍ସ୍ୟ ଶ୍ରମିକମାନଙ୍କର କାର୍ଯ୍ୟ ଭିତ୍ତିକ ଡିଜିଟାଲ ପରିଚୟ ସୃଷ୍ଟି ହେବ l ହିତାଧିକାରୀଙ୍କୁ ବୀମା କିଣିବା ପାଇଁ ଏକଲକ୍ଷ ଟଙ୍କା ପ୍ରୋତ୍ସାହନ ଦିଆଯିବ l ଚାକିରି ସୃଷ୍ଟି ଏବଂ ରକ୍ଷଣାବେକ୍ଷଣ ସହିତ ମତ୍ସ୍ୟ କ୍ଷେତ୍ରର ମାଇକ୍ରୋ ୟୁନିଟ୍ ଉତ୍ସାହିତ ହେବ l ଚାକିରି ସୃଷ୍ଟି ଏବଂ ରକ୍ଷଣାବେକ୍ଷଣ, ମାଛ ଏବଂ ମତ୍ସ୍ୟଜାତ ଦ୍ରବ୍ୟର ନିରାପତ୍ତା-ଗୁଣାତ୍ମକ ପ୍ରଣାଳୀ ଗ୍ରହଣ ପାଇଁ ଅନୁଦାନ ମାଧ୍ୟମରେ ଛୋଟ ଏବଂ ମାଇକ୍ରୋ ୟୁନିଟକୁ ଉତ୍ସାହିତ କରାଯିବ l
Share your comments