Animal Husbandry

ରୋଜଗାରର ପନ୍ଥା ଯୋଗାଉଛି କୁକୁଡ଼ା ଚାଷ

କୁକୁଡ଼ା ପାଳନ ଯୋଜନା ଅଧୀନରେ କୁକୁଡ଼ା ଚାଷ କରିବାକୁ ଆଗ୍ରହୀ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମସ୍ତ ସୁବ୍ୟବସ୍ଥା ସରକାରୀ କର୍ତ୍ତୃପକ୍ଷଙ୍କ ଦ୍ୱାରା କରାଯାଇଛି |

13 June, 2022 5:32 PM IST By: Rajashree

ଦେଶୀ କୁକୁଡ଼ାର ଚାହିଦା ଏବେ ବଢ଼ିବାରେ ଲାଗିଛି | କୁକୁଡ଼ା ଚାଷ ଏବେ ଅଧିକ ଲାଭ ଦେଉଥିବା ସମୟରେ , ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ଆର୍ଥିକ ଅବସ୍ଥାକୁ ଦୃଢ଼ କରିବା ଲକ୍ଷ୍ୟ ରଖି ଗଞ୍ଜାମ ଜିଲ୍ଲାରେ ଦେଶୀ କୁକୁଡ଼ା ଚାଷ(Hen cultivation)ଉପରେ ଗୁରୁତ୍ୱ ଦିଆଯାଇଛି |

ଏହି କୁକୁଡ଼ା ପାଳନ ଯୋଜନା ଅଧୀନରେ କୁକୁଡ଼ା ଚାଷ କରିବାକୁ ଆଗ୍ରହୀ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମସ୍ତ ସୁବ୍ୟବସ୍ଥା ସରକାରୀ କର୍ତ୍ତୃପକ୍ଷଙ୍କ ଦ୍ୱାରା କରାଯାଇଛି | କକୁଡ଼ା ଚାଷ (Hen farming) କରି ହିତାଧିକାରୀମାନେ ଖୁବ ସହଜରେ ପଇସା ରୋଜଗାର କରିପାରୁଛନ୍ତି |

କୁକୁଡ଼ା ପାଳନ (Hen cultivation)ଯୋଜନା ଜିଲ୍ଲା ଗ୍ରାମୀଣ ବିକାଶ ଏଜେନ୍ସି (ଡିଆରଡିଏ) ଗଞ୍ଜାମ ଅଧୀନରେ କରାଯାଉଛି | ଦେଶୀ କୁକୁଡ଼ା ଚାଷ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରି ଜିଲ୍ଲାର ୨,୦୦୦ ହିତାଧିକାରୀ ଏହି ପ୍ରକଳ୍ପକୁ ଗ୍ରହଣ କରାଯାଇଛି | ପ୍ରାଥମିକ ପର୍ଯ୍ୟାୟରେ କୁକୁଡ଼ା ପାଳନ (Hen cultivation) ନିମନ୍ତେ କୌଣସି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ | ଦେଶୀ କିସମର କୁକୁଡ଼ାଙ୍କୁ ଉନ୍ନତ ମାନର ପୋଷଣ ପ୍ରଦାନ କରି ପାଳନ କରିବାକୁ ସେ କହିଛନ୍ତି l

ଗ୍ରାମାଞ୍ଚଳର ମହିଳାମାନେ ଘରେ ରହୁଥିବା ସମୟରେ ଏହା କରିପାରିବେ ଏବଂ ପ୍ରତି ମାସରେ ନିଶ୍ଚିତ ଭାବରେ କିଛି ପଇସା ରୋଜଗାର(Hen cultivation) କରିପାରିବେ | 'ସବୁଜ ଗଞ୍ଜାମ' ନାମକ ଏକ ଅନୁବନ୍ଧିତ ସଂସ୍ଥା ସମସ୍ତ କୁକୁଡ଼ା ଛୁଆ ଏବଂ ଦାନା ଯୋଗାଇଥାଏ ଏବଂ ଛୁଆ ବଡ଼ ହୋଇଗଲେ ଏହି ସଂସ୍ଥା କୁକୁଡ଼ା ଏବଂ ଅଣ୍ଡା କିଣି ନେବ | ଯାହା ଫଳରେ କୁକୁଡ଼ା ବିକ୍ରି କରିବାକୁ ମହିଳାମାନଙ୍କୁ କୌଣସି ଅସୁବିଧାର ସାମ୍ନା କରିବାକୁ ପଡ଼ିବ ନାହିଁ | ଅଣ୍ଡା ବ୍ୟବହାର କରିବା ସହିତ ଅଣ୍ଡା ବିକ୍ରି କରି ପ୍ରତି ମାସରେ ୧୫୦୦ ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ | ଏଥିପାଇଁ କେବଳ କୁକୁଡ଼ାଗୁଡ଼ିକର (Hen cultivation)ଯତ୍ନ ନେବାକୁ ପଡିବ |

ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ, ଏହି ଯୋଜନା ଅଧୀନରେ ଜିଲ୍ଲା ପ୍ରଶାସନ ହିତାଧିକାରୀମାନଙ୍କୁ କୁକୁଡ଼ା ଘର ପାଇଁ ୩୯,୦୦୦ ଟଙ୍କା ମନରେଗା ପାଣ୍ଠିରୁ ପ୍ରଦାନ କରନ୍ତି ଏବଂ ଦାନା ବାବଦରେ ୬,୦୦୦ ଟଙ୍କାର ଋଣ ମଧ୍ୟ ଦିଆଯାଏ l କୁକୁଡ଼ା ଚିଆଁଗୁଡିକର (Hen cultivation)ପ୍ରତିଷେଧକ ଟୀକା ବ୍ୟବସ୍ଥା ମଧ୍ୟ ପ୍ରଶାସନ କରିଥାଆନ୍ତି l

ଗ୍ରାମୀଣ ମହିଳାମାନେ କୁକୁଡ଼ା ପାଳନ କରି ଲାଭବାନ ହେଉଛନ୍ତି, ଜାଣନ୍ତୁ ଏହି କୁକୁଡ଼ା ପାଳନ

ଦେଶୀ କୁକୁଡ଼ା ଚାଷ: ଲାଭବାନ ହେଲେ ମହିଳା ଗୋଷ୍ଠୀ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)