1. ମତ୍ସ୍ୟ ଓ ପଶୁ ପାଳନ

ଖୋଲା ଅଗଣାରେ କୁକୁଡା ପାଳନ

ଆମ ପ୍ରଦେଶର ଗ୍ରାମାଞ୍ଚଳରେ ଭାଇ ଭଉଣୀମାନେ ପାରମ୍ପାରିକ ଶୈଳୀରେ ଦେଶି କୁକୁଡା ପାଳନ କରିଥାନ୍ତି । ଯଦି ତାହା ବଦଳରେ କିଛି ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ବୈଜ୍ଞାନିକ ପଦ୍ଧତିରେ ଶଙ୍କର ଜାତୀୟ କୁକୁଡା ଯଥା – ବନରାଜ, ଗିରିରାଜା, ରେନ୍ୱୋ ରୁଷ୍ଟର, ଆର୍.ଆଇ.ଆର୍ ଇତ୍ୟାଦି କୁକୁଡା ପାଳ କରନ୍ତି ତାହାହେଲେ ସେମାନଙ୍କର ଆର୍ଥିକ ଉନ୍ନତି ହେବା ସଙ୍ଗେ ସଙ୍ଗେ ପୁଷ୍ଟିକର ଖାଦ୍ୟ ଅତି ସହଜରେ କମ୍ ଖର୍ଚ୍ଚରେ ପାଇପାରେବେ ।

KJ Staff
KJ Staff
Poultry framing

Poultry framing

ଆମ ପ୍ରଦେଶର ଗ୍ରାମାଞ୍ଚଳରେ ଭାଇ ଭଉଣୀମାନେ ପାରମ୍ପାରିକ ଶୈଳୀରେ ଦେଶି କୁକୁଡା ପାଳନ କରିଥାନ୍ତି । ଯଦି ତାହା ବଦଳରେ କିଛି ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ବୈଜ୍ଞାନିକ ପଦ୍ଧତିରେ ଶଙ୍କର ଜାତୀୟ କୁକୁଡା ଯଥାବନରାଜ, ଗିରିରାଜା, ରେନ୍ୱୋ ରୁଷ୍ଟର, ଆର୍‌.ଆଇ.ଆର୍ ଇତ୍ୟାଦି କୁକୁଡା ପାଳ କରନ୍ତି ତାହାହେଲେ ସେମାନଙ୍କର ଆର୍ଥିକ ଉନ୍ନତି ହେବା ସଙ୍ଗେ ସଙ୍ଗେ ପୁଷ୍ଟିକର ଖାଦ୍ୟ ଅତି ସହଜରେ କମ୍ ଖର୍ଚ୍ଚରେ ପାଇପାରେବେ ।

କୁକୁଡାଘର: –

ଶଙ୍କର ଜାତୀୟ କୁକୁଡାର ଜନ୍ମରୁ ଚାରି ସପ୍ତାହ ପର୍ଯ୍ୟନ୍ତ ଏମାନଙ୍କର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ । ଦଶଟା କୁକୁଡା ପାଳନ ପାଇଁ ହାରାହାରି ୧୨ ବର୍ଗ ଫୁଟର ଗୋଟିଏ ଘର ଦରକାର । ଯାହାର ଉଚ୍ଚତା ୨.୫ଫୁଟ । ଘରଟି ଇଟା, ମାଟି, କାଠ ବା ବାଉଁଶରେ ତିଆରି କରାଯାଏ । ଘର ଭିତରକୁ ପବନ ଯିବାପାଇଁ ଗୋଟିଏ ଛୋଟ ଝରକା ରହିବା ଆବଶ୍ୟକ । ଶିତଦିନେ ୨୦ ୱାଟର ଇଲେକ୍ଟ୍ରିକ ବଲ୍ବ ଜଲାଇବା ଦରକାର । ଘରଟିର ଚଟାଣରେ ଶୁଖିଲା ଚଷୁ ବା କରତଗୁଣ୍ଡ ବା କଟା ନଡା ଦୁଇ ଇଞ୍ଚ ବହଳରେ ପକାଇବା ଦରକାର ।

ଖାଦ୍ୟ ଓ ପରିପାଳନା: –

ଶଙ୍କର ଜାତୀୟ କୁକୁଡା ମାନଙ୍କୁ ପ୍ରଥମ ଦିନରେ ଚଟାଣରେ ଖବରକାଗଜ ବିଛାଇ ସୁଜି ବା ଚାଉଲ ଗୁଣ୍ଡ ପକାଇଲେ ସୁବିଧରେ ଖାଇ ପାରନ୍ତି । ଏକ ସପ୍ତାହ ପରେ କୃଷି ଉପଜାତ ପଦାର୍ଥ ଯଥା - କୁଣ୍ଡା, ଖୁଦ, ମାଣ୍ଡିଆ ସହ ଘରର ବଳକା ପନିପରିବା ଚୋପା, ଉଇ, ଜିଆ ଦେଲେ କୁକୁଡା ଭଲ ବଢନ୍ତି ଓ ଅଧିକ ଅଣ୍ଡା ଦିଅନ୍ତି । ଏମାନଙ୍କୁ ୨ ସପ୍ତାହ ପରେ ଧୀରେ ଧୀରେ ବାହାରକୁ ଛାଡିବା ଉଚିତ୍ । ମାସକର ହୋଇଗଲେ ଚିଆଁ ମାନଙ୍କୁ ଦିନରେ ସଂପୂର୍ଣ୍ଣ ବାହାରେ ଛାଡିଦେବା ଉଚିତ୍ ।

ରୋଗ ପ୍ରତିଷୋଧକ: –

କୁକୁଡାର ବୟସ         ଟୀକାର ନାମ                      ଟୀକାଦେବା ଉପାୟ                                                  ଡୋଜ୍ ପରିମାଣ

ପ୍ରଥମ ଦିନ                 ମାରେକ୍ସ ରୋଗର ଟୀକା        ବେକର ଚର୍ମ ତଳେ ଇଞ୍ଜେକସନ୍‌                                       .୨ ମି.ଲି

୫ ରୁ ୭ ଦିନ               ଲାସୋଟା ଟୀକା                ଆଖି କିମ୍ବା ନାକ ପୁଡାରେଡ୍ରପର ଦ୍ୱାରା                                  -୨ ଡ୍ରପ

୧୪ ରୁ ୧୮ ଦିନ          ଗୁମ୍ଭୋର ରୋଗର ଟୀକା          ଆଖି କିମ୍ବା ନାକ ପୁଡାରେ ଡ୍ରପର ଦ୍ୱାରା                                -୨ ଡ୍ରପ

୨୧ ରୁ ୨୮ ଦିନ           ଲାସୋଟା ବୁଷ୍ଟର ଟୀକା           ପିଇବା ପାଣିରେ ଗୁଣ କ୍ଷୀର ଏବଂ ବର‘ ମିଶାଇ                        ୧ ଡୋଜ୍

୩୫ ଦିନ                  ଗୁମ୍ଭୋର ଟୀକାବୁଷ୍ଟର ଟୀକା      ପିଇବା ପାଣିରେ ଗୁଣ କ୍ଷୀର ଏବଂ ବର‘ ମିଶାଇ                        ୧ ଡୋଜ୍

୪୫ ଦିନ                   କୁକୁଟା ବସନ୍ତ                    ଡେଣାର ଚର୍ମ ତଳେ ଇଞ୍ଜେକସନ୍‌                                      .୨ ମି.ଲି.

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ