Animal Husbandry

ବାର୍ଡ଼ ଫ୍ଲୁ ରୁ କେମିତି କରିବେ କୁକୁଡ଼ାଙ୍କୁ ରକ୍ଷା ?...

ବାର୍ଡ଼ ଫ୍ଲୁ ଆଜି କା ଦିନ ରେ ବହୁ ଚଢେଇ ମାନଙ୍କ ମୃତ୍ୟୁ ର କାରଣ ହୋଇଛି |ତେବେ ଏହା ସିଧା ସଳଖ ଅସୁସ୍ଥ ଚଢେଇ ମାନଙ୍କ ଠାରୁ ସଂକ୍ରମଣ ହୋଇପାରେ ନଚେତ ଖତ,ସାରା ,କୁକୁଡ଼ା ବୋହିବା ଗାଡି ,ଉପକରଣ ,ସଂକ୍ରମିତ ଚଢେଇ ମାନଙ୍କ ରକ୍ଷା ଭକ୍ଷଣ କରୁଥିବା ମନୁଷ୍ୟ ର କପଡା ଲତା ଦ୍ୱାରା ସୁସ୍ଥ ଚଢେଇ ମାନେ ରୋଗାଗ୍ରସ୍ଥ ହୋଇପାରନ୍ତି |ତେବେ ଏହି ସଂକ୍ରମଣ ଠାରୁ ସୁସ୍ଥ ଚଢେଇ କୁ ବଞ୍ଚାଇବା ଲାଗି ଏହିପରି କରିପାରିବେ !

28 December, 2018 12:51 PM IST By: KJ Staff

ବାର୍ଡ଼ ଫ୍ଲୁ ଆଜି କା ଦିନ ରେ ବହୁ ଚଢେଇ ମାନଙ୍କ ମୃତ୍ୟୁ ର କାରଣ ହୋଇଛି |ତେବେ ଏହା ସିଧା ସଳଖ ଅସୁସ୍ଥ ଚଢେଇ ମାନଙ୍କ ଠାରୁ ସଂକ୍ରମଣ ହୋଇପାରେ ନଚେତ ଖତ,ସାରା ,କୁକୁଡ଼ା ବୋହିବା ଗାଡି ,ଉପକରଣ ,ସଂକ୍ରମିତ ଚଢେଇ ମାନଙ୍କ ରକ୍ଷା ଭକ୍ଷଣ କରୁଥିବା ମନୁଷ୍ୟ ର କପଡା ଲତା ଦ୍ୱାରା ସୁସ୍ଥ ଚଢେଇ ମାନେ ରୋଗାଗ୍ରସ୍ଥ ହୋଇପାରନ୍ତି |ତେବେ ଏହି ସଂକ୍ରମଣ ଠାରୁ ସୁସ୍ଥ ଚଢେଇ କୁ ବଞ୍ଚାଇବା ଲାଗି ଏହିପରି କରିପାରିବେ !


୧)ବାହାରୁ କୌଣସି ବ୍ୟକ୍ତି ଙ୍କର କୁକୁଡ଼ା ରହୁଥିବା ସ୍ଥାନ ରେ ପ୍ରବେଶ ସୀମିତ କରନ୍ତୁ |କେବଳ ରକ୍ଷଣା ଭକ୍ଷଣ କରୁଥିବା ବ୍ୟକ୍ତି ମାନେ ହିଁ ସେଇ ସ୍ଥାନ ରେ ରହିବ ଉଚିତ |


୨)ଜଙ୍ଗଲୀ ଚଢେଇ ମାନଙ୍କ ଠାରୁ ଗୃହପାଳିତ ଚଢେଇ ମାନଙ୍କୁ ଅଲଗା ରଖନ୍ତୁ |


୩)ନିୟମିତ କୁକୁଡ଼ା ରହୁଥିବା ସ୍ଥାନ ଓ ବ୍ୟବହୃତ ଉପକରଣ ସଫା କରନ୍ତୁ|

୪)ଯଦି କୌଣସି ଚଢେଇ ରୋଗା ଗ୍ରସ୍ଥ ହୋଇଥାଏ ତେବେ ତାହାକୁ ଅଲଗା ରଖନ୍ତୁ ଏବଂ ମୃତ ଚଢେଇଙ୍କ ଭଲ ଭାବରେ ପୋତି ଦିଅନ୍ତୁ |


୫)ନୂଆ ଚଢେଇ ଆଣିଲେ ତାଙ୍କୁ ପୁରୁଣା ଚଢେଇ ଠାରୁ ୩୦ ଦିନ ଯାଏ ଅଲଗା ରଖିଲା ପରେ ହିଁ ,ଯଦି କୌଣସି ରୋଗ ସଂକେତ ନଥାଏ ,ତେବେ ସାଙ୍ଗରେ ରଖନ୍ତୁ |


୬)ଅନ୍ୟ କୌଣସି କୁକୁଡ଼ା ପାଳନ କରୁଥିବା ମାଲିକ ବା ଫାର୍ମ ର ଉପକରଣ ବ୍ୟବହାର କରନ୍ତୁ ନାହିଁ |


୭)ଖାଦ୍ୟ କହିବାକୁ ଦେଲା ପରେ ; ବଳକା ଖାଦ୍ୟ କୁ କାଢି ସଫା କରନ୍ତୁ |

 

୮)ଯଦି ଅକସ୍ମାତ ନିଜ ଫାର୍ମ ରେ ବହୁ ମାତ୍ରା ରେ ଚଢେଇ ମୃତ୍ୟୁ ଦେଖନ୍ତି ,ତେବେ ତୁରନ୍ତ ନିକଟସ୍ଥ ପ୍ରାଣୀ ଚିକିତ୍ସାକ ଙ୍କ ସହ ଯୋହଗାଯୋଗ କରନ୍ତୁ|

ଏହି ରୋଗ ଆଜି ବିଶ୍ଵବ୍ୟାପୀ ଏବଂ ବିଶେଷ କରି ଏସିଆ ମହାଦେଶରେ ଚଢେଇ ଏହା ଦାଉରୁ ବହୁ ବାର ଆକ୍ରାନ୍ତ ହୋଇଥାନ୍ତି |ଏଣୁ ଏହା ପ୍ରତି ସତର୍କତା ଅବଲମ୍ବନ ଆବଶ୍ୟକ |

 

ବାର୍ଡ଼ ଫ୍ଲୁ ସଂକ୍ରମିତ ଚଢେଇଙ୍କର ଲକ୍ଷଣ କେମିତି ଜାଣିବା ଲାଗି ଏଠାରେ କ୍ଲିକ କରନ୍ତୁ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)