1. ମତ୍ସ୍ୟ ଓ ପଶୁ ପାଳନ

ଗାଈଗୋରୁଙ୍କ ଟିଙ୍କ ଏବଂ ଉକୁଣୀର ଜୈବିକ ପ୍ରତିକାର !!

ଗାଈଗୋରୁଙ୍କ ଠାରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ସମସ୍ୟାଗୁଡ଼ିକ ମଧ୍ୟରେ ସେମାନଙ୍କ ଠାରେ ଟିଙ୍କ ଓ ଉକୁଣି ସଂକ୍ରମଣ କରିବା ଏକ ପ୍ରମୁଖ ସମସ୍ୟା ଅଟେ l ଟିଙ୍କ ଓ ଉକୁଣି ସଂକ୍ରମଣ କରିଲେ ଗୋରୁ ଦୁର୍ବଳ ଏବଂ କ୍ଷୀଣ ହୋଇଯାନ୍ତି, ସେମାନଙ୍କର ଦୁଗ୍ଧ ପ୍ରଦାନ କରିବା ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଥାଏ l ଏହି ପରି ସଂକ୍ରମଣର ଯଥା ଶୀଘ୍ର ପ୍ରତିକାର କରାଯିବା

Sugyan Kumar Nayak
Sugyan Kumar Nayak

ଗାଈଗୋରୁଙ୍କ ଠାରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ସମସ୍ୟାଗୁଡ଼ିକ ମଧ୍ୟରେ ସେମାନଙ୍କ ଠାରେ ଟିଙ୍କ ଓ ଉକୁଣି ସଂକ୍ରମଣ କରିବା ଏକ ପ୍ରମୁଖ ସମସ୍ୟା ଅଟେ l ଟିଙ୍କ ଓ ଉକୁଣି ସଂକ୍ରମଣ କରିଲେ ଗୋରୁ ଦୁର୍ବଳ ଏବଂ କ୍ଷୀଣ ହୋଇଯାନ୍ତି, ସେମାନଙ୍କର ଦୁଗ୍ଧ ପ୍ରଦାନ କରିବା ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଥାଏ l ଏହି ପରି ସଂକ୍ରମଣର ଯଥା ଶୀଘ୍ର ପ୍ରତିକାର କରାଯିବା ଦରକାର l ଏହାର ଚିକିତ୍ସା କରିବାରେ ବିଳମ୍ବ କରିଲେ ଏହା ଅଧିକ ବ୍ୟାପି ଯାଇଥାଏ ଏବଂ ଚାଷୀଭାଇଙ୍କୁ ଅଧିକ ଆର୍ଥିକ କ୍ଷତି ସହିବାକୁ ପଡ଼ିଥାଏ l ଗୋରୁଙ୍କ ଠାରେ ପରିଚାଳନାଗତ ତ୍ରୁଟି ଯୋଗୁ ହେଉଥିବା ବିଭିନ୍ନ ରୋଗ ମଧ୍ୟରେ ଟିଙ୍କ ଓ ଉକୁଣି ସଂକ୍ରମଣ ହେଉଛି ଏକ ମୁଖ୍ୟ ରୋଗ। ଏହା ପ୍ରାଣୀକୁ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଭାବିତ କରିଥାଏ । ଏହି ଟିଙ୍କ ଉକୁଣି ସଂକ୍ରମଣର ଦମନ ଲାଗି ଚାଷୀ ଭାଇମାନେ ମୁଖ୍ୟତଃ ବଜାରରେ ମିଳୁଥିବା ବିଭିନ୍ନ ରାସାୟନିକ ଉତ୍ପାଦ ଉପରେ ନିର୍ଭର କରିଥାନ୍ତି । ଏହି ରାସାୟନିକ ଉତ୍ପାଦର ବହୁଳ ବ୍ୟବହାର ଯୋଗୁ ଟିଙ୍କ ଉକୁଣିଙ୍କ ଦେହରେ ଏହି ରାସାୟନିକ ଦ୍ରବ୍ୟ ପ୍ରତି ପ୍ରତିରୋଧକ ଶକ୍ତି ଆସିଗଲାଣି ଏବଂ ଏହା ଆଉ ଆଗ ପରି ଫଳପ୍ରଦ ହେଉନାହିଁ । 

ଏହିସବୁ ରସାୟନ ଦ୍ରବ୍ୟର ପାର୍ଶ୍ଵ ପ୍ରତିକ୍ରିୟା ରହିଅଛି, ଯାହା ଉଭୟ ପ୍ରାଣୀ ଓ ମନୁଷ୍ୟର ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ । ପୁଣି ଏହା ପରିବେଶ ଲାଗି ମଧ୍ୟ କ୍ଷତିକାରକ ହୋଇଥାଏ । କେତେକ ପାରମ୍ପରିକ ପଦ୍ଧତିରେ ଟିଙ୍କ ଉକୁଣିର ଉପଚାର ମଧ୍ୟ କରାଯାଇ ପାରିବ l ଆମ ଚାଷୀଭାଇମାନେ ଉଭୟ କୃଷି ଓ ପଶୁପାଳନ କ୍ଷେତ୍ରରେ ଟିଙ୍କ ଉକୁଣିର ସଂକ୍ରମଣ ରୋକିବା ସକାଶେ ବିଭିନ୍ନ ପ୍ରକାରର ପାରମ୍ପରିକ ପଦ୍ଧତି ଅବଲମ୍ବନ କରିଆସୁଛନ୍ତି। ଏହି ସବୁ ପାରମ୍ପରିକ ପଦ୍ଧତିରେ ବ୍ୟବହୃତ ହେଉଥିବା ଦ୍ରବ୍ୟର ଉଭୟ ମଣିଷ ଓ ପ୍ରାଣୀ ଶରୀର ଉପରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନ ଥାଏ । ଏହିସବୁ ଦ୍ରବ୍ୟ ଚାଷୀମାନଙ୍କର ଘର ବାଡ଼ିରେ ଉପଲବ୍ଧ ହେଉଥିବାରୁ ଏଥି ପାଇଁ ଚାଷୀ ଭାଇଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ି ନ ଥାଏ । ଏହା ଦ୍ୱାରା ଚାଷୀଭାଇ ଶୂନ ଖର୍ଚ୍ଚ ବା ସ୍ଵଳ୍ପ ଖର୍ଚ୍ଚ କରୁଥିବାରୁ ଏହା ସେମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରେ । ଏହା ମଧ୍ୟ ପରିବେଶ ପାଇଁ କ୍ଷତିକାରକ ନୁହେଁ । ଆସନ୍ତୁ ଆମେ ଆଜି ଏଠାରେ ଟିଙ୍କ ଓ ଉକୁଣି ସଂକ୍ରମଣର ପ୍ରତିକାର କରିବା ପାଇଁ କିଛି ପାରମ୍ପରିକ ପଦ୍ଧତିଗୁଡ଼ିକ ବିଷୟରେ ଆଲୋଚନା କରିବା l

ବଚ ୧୦ ଗ୍ରାମ, ରସୁଣ ୧୦ କୋଲା, ନିମ୍ବ ପତ୍ର ଏକ ମୁଠା, ନିମ୍ବ ଫଳ ଏକ ମୁଠା, ଖଣ୍ଡ ହଳଦୀ ଗୁଣ୍ଡ ୨୦ ଗ୍ରାମ, ଭୁତିଆରି ଗଛ ପତ୍ର ଫୁଲ ସହିତ ୧୦ଗ୍ରାମ, ତୁଳସୀ ପତ୍ର ଏକ ମୁଠା । ଏହି ସବୁକୁ ଏକତ୍ର ବାଟନ୍ତୁ ଏବଂ ଏଥିରେ ୧ ଲିଟର ପାଣି ମିଶାନ୍ତୁ । ଉପରୋକ୍ତ ଦ୍ରବଣକୁ ଏକ ସଫା କନା ଦ୍ଵାରା ଛାଣି ଦିଅନ୍ତୁ । ଏହି ଦ୍ରବଣକୁ ଗୋରୁର ସମ୍ପୂର୍ଣ୍ଣ ଶରୀରରେ ଲଗାନ୍ତୁ (ସକାଳ ସମୟରେ) । ବଳକା ମିଶ୍ରଣକୁ ଗୋରୁ ଗୁହାଳ ଏବଂ ଚଟାଣରେ ଛିଞ୍ଚି ଦିଅନ୍ତୁ । ଏହିପରି ସପ୍ତାହରେ ଥରେ, ଦୁଇ ତିନି ସପ୍ତାହ ପର୍ଯ୍ୟନ୍ତ କରିବାକୁ ପଡ଼େ । ଧୂଆଁପତ୍ର କାଣ୍ଡ ୨୫୦ଗ୍ରାମକୁ ୨ ଲିଟର ପାଣିରେ କିଛି ସମୟ ପାଇଁ ଫୁଟାନ୍ତୁ । ଏହି ମିଶ୍ରଣକୁ ୫ ଲିଟର ପାଣିରେ ମିଶାଇ ଔଷଧ ପ୍ରସ୍ତୁତ କରନ୍ତୁ । ଏହାକୁ ଭଲ ଭାବରେ ସଫା କନା ଦ୍ଵାରା ଛାଣିବା ପରେ ଗୋରୁର ସମ୍ପୂର୍ଣ୍ଣ ଶରୀରରେ ଲଗାନ୍ତୁ । ତୁଳସୀ ପତ୍ର ୧ କିଗ୍ରା, ଶୁଖିଲା ଅଦା ୧୦୦ଗ୍ରାମ, ଏହି ସମସ୍ତ ଉପାଦାନକୁ ଏକତ୍ର ବାଟି ୬ଲିଟର ପାଣିରେ ମିଶାନ୍ତୁ l ଗୋରୁକୁ ଗାଧୋଇ ସାରିବା ପରେ ଏହି ମିଶ୍ରଣକୁ ଗୋରୁର ଶରୀରରେ ଲଗାଇ ଦିଅନ୍ତୁ ।

ଉପରୋକ୍ତ ଉପାଦାନଗୁଡ଼ିକ ପାରମ୍ପରିକ ଭାବେ ଚାଷୀଭାଇଙ୍କ ଦ୍ଵାରା ଟିଙ୍କ ଓ ଉକୁଣି ସଂକ୍ରମଣ ରୋକିବାରେ ବ୍ୟବହୃତ ହେଉଥିଲେ ମଧ୍ୟ ଏଥିରେ ବୈଜ୍ଞାନିକ ସତ୍ୟତା ଲୁଚି ରହିଛି। ବଚ ଓ ଧୂଆଁପତ୍ରରେ ଥିବା ସାପୋନିକ୍, ପ୍ରାବୋନଏଡ ଓ ଟ୍ରାନିରେ ସଂକ୍ରମଣ ପ୍ରତିରୋଧକ ଶକ୍ତି ଭରି ରହିଛି। ଗୋରୁର ଚର୍ମର ଉନ୍ନତିରେ ସହାୟକ ହୁଏ ।  ତୁଳସୀ ଗଛରେ ଥିବା ଏସିଟିକ୍ ଏସିଡ୍‌,  ଆସକର୍ବିକ  ଏସିଡ ଆଦି ଏକ ଉନ୍ନତ କୀଟନାଶକ ଭାବେ ପରିଚିତ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments