1. ମତ୍ସ୍ୟ ଓ ପଶୁ ପାଳନ

ଗାଇ ନା ମଇଁଷି କାହା କ୍ଷୀରରେ ରହିଥାଏ ଅଧିକ ପ୍ରୋଟିନ୍ ?

କ୍ଷୀର ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଯାହାଦ୍ୱାରା କୌଣସି ରୋଗ ଆମକୁ ଛୁଇଁ ବି ପାରିବ ନାହିଁ । ତେବେ ଗାଇ ଏବଂ ମଇଁଷି କ୍ଷୀରରେ ଆମେ କେଉଁ କ୍ଷୀରକୁ ଗୁରୁତ୍ୱ ଦେବୁ ତାହା ଆସନ୍ତୁ ଜାଣିବା ।

Sudesna Nayak
Sudesna Nayak
protein milk for human being

protein milk for human being

କ୍ଷୀର ଏକ ତରଳ ସଫା ଦ୍ରବ୍ୟ ଅଟେ । ନବଜାତ ଶିଶୁ ସେ ପର୍ଯ୍ୟନ୍ତ କ୍ଷୀର ଉପରେ ନିର୍ଭର କରିଥାଏ ଯେ ପର୍ଯ୍ୟନ୍ତ ସେ ଅନ୍ୟ ଖାଦ୍ୟ ପଦାର୍ଥର ସେବନ କରିବାରେ ଅକ୍ଷମ ହୋଇଥାଏ । କ୍ଷୀରକୁ ଏକ ସମ୍ପୁର୍ଣ୍ଣ ଆହାର ମନାଯାଏ ଯାହାକୁ ପିଇବା ଆମ ଶରୀର ପାଇଁ ଖୁବ୍ ଲାଭକାରୀ । ଏଥିପାଇଁ ଏହା ବିଷୟରେ ଜାଣିବା ବି ଆମପାଇଁ ଖୁବ୍ ଜରୁରୀ । ସାଧାରଣତଃ କ୍ଷୀରରେ ୮୫ ପ୍ରତିଶତ ଜଳ ରହିଥାଏ ଏବଂ ଶେଷ ଭାଗରେ ସଠିକ ତତ୍ତ୍ୱ ମାନେ ଖଣିଜ ଦ୍ରବ୍ୟ ବସିକରି ରହିଥାଏ ।ଗାଈ ମଇଁଷିଙ୍କ ଛଡା ବଜାରରେ ବିଭିନ୍ନ କମ୍ପାନିର ପ୍ୟାକେଟ କ୍ଷୀରବି ଉପଲବ୍ଧ ରହିଥାଏ । କ୍ଷୀର ପ୍ରୋଟିନ , କ୍ୟାଲସିୟମ ଏବଂ ଭିଟାମିନ ବି-୨ ଯୁକ୍ତ ହୋଇଥାଏ ।

କ୍ଷୀର ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଯାହାଦ୍ୱାରା କୌଣସି ରୋଗ ଆମକୁ ଛୁଇଁ ବି ପାରିବ ନାହିଁ । ତେବେ ଗାଇ ଏବଂ ମଇଁଷି କ୍ଷୀରରେ ଆମେ କେଉଁ କ୍ଷୀରକୁ ଗୁରୁତ୍ୱ ଦେବୁ ତାହା ଆସନ୍ତୁ ଜାଣିବା ।

ଗାଇ କ୍ଷୀର : ଗାଈ କ୍ଷୀରରେ ପ୍ରତି ଗ୍ରାମ ୩.୧୪ ମିଲିଗ୍ରାମ କୋଲେସ୍ଟ୍ରୋଲ ରହିଥାଏ । ଆୟୁର୍ବେଦ ଅନୁସାରେ ଗାଈର ସତେଜ କ୍ଷୀରକୁ ଉତ୍ତମ କୁହାଯାଏ । ଯଦି କୌଣସି ମହିଳା ସନ୍ତାନ ଜନ୍ମ ପରେ ମଧ୍ୟ ଛୁଆକୁ ସ୍ତନପାନ କରାଇବାରେ ସକ୍ଷମ ହୋଇପାରୁନାହାନ୍ତି ତେବେ ଏଭଳି ମହିଳାଙ୍କ କ୍ଷେତ୍ରରେ ଗାଇକ୍ଷୀର ମହୌଷଧି ଭଳି କାମ କରିଥାଏ । ଗାଇ କ୍ଷୀରକୁ ପିଲା ଭଲଭାବରେ ହଜମ ବି କରିଦିଏ । ଏହାଦ୍ୱାରା ଛୁଆକୁ କୌଣସି ପ୍ରକାର ଅସୁବିଧା ମଧ୍ୟ ହୋଇନଥାଏ । କିନ୍ତୁ ଏହି କଥାର ମନେ ରଖନ୍ତୁ ବର୍ଷକର ପିଲାଙ୍କୁ ହିଁ ଗାଇକ୍ଷୀର ପିଇବାକୁ ଦିଅନ୍ତୁ । ଏହି କ୍ଷୀରରେ ଅଧିକ ମାତ୍ରାରେ ଆଇରନ୍ ର ମାତ୍ରା ଥିବାରୁ ଏହା ଛୁଆର ହାଡ ମଜବୁତ୍ କରିବାରେ ସହାୟକ ହୁଏ ।

ମଇଁଷି କ୍ଷୀର : ମଇଁଷି କ୍ଷୀରରେ ପ୍ରତି ଗ୍ରାମ ୦.୬୫ ମିଲିଗ୍ରାମ କୋଲେସ୍ଟ୍ରୋଲ ରହିଥାଏ । ମଇଁଷି କ୍ଷୀରରେ ଗାଈର କ୍ଷୀର ତୁଳନାରେ ୯୨ ପ୍ରତିଶତ କ୍ୟାଲସିୟମ , ୩୭ ପ୍ରତିଶତ ଲୌହ ଏବଂ ୧୧୮ ପ୍ରତିଶତ ଅଧିକ ଫସଫରସ ରହିଥାଏ । ଯଦି ଆପଣ ଦୁର୍ବଳ ଅଛନ୍ତି ଏବଂ ଶରୀରର ବିକାଶ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ମଇଁଷି କ୍ଷୀର ସେବନ କରିବା ନିହାତି ଆବଶ୍ୟକ । ଏଥିରେ ଅଧିକ ଫ୍ୟାଟ୍ ଥିବାରୁ କ୍ୟାଲସିୟମ୍ ର ମାତ୍ରା ମଧ୍ୟ ଖୁବ୍ ଅଧିକ ଦେଖାଯାଏ । ଏହାସହ ଏଥିରେ ଭିଟାମିନ୍ ଏ ର ମାତ୍ରା ମଧ୍ୟ ଅଧିକ ଥାଏ ।  ମଇଁଷି କ୍ଷୀରରେ ପ୍ରୋଟିନ୍ ସହ ଆଇରନ୍ ,କ୍ୟାଲସିୟମ୍ ,ଫସଫରସ୍ ଅଧିକ ଥାଏ । ଏଥିରେ ଆପଣ ପିଲାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ମଧ୍ୟ କରିପାରିବେ । କର୍ଣ୍ଣଫ୍ଲେକ୍ସ,ପେଡିଗ୍ରି,ସୁପ୍ ,ଖିରି ଆଦି ଆପଣ ମଇଁଷି କ୍ଷୀର ସାହାର୍ଯ୍ୟରେ ପ୍ରସ୍ତୁତ କରିପାରିବେ ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments