1. ମତ୍ସ୍ୟ ଓ ପଶୁ ପାଳନ

ପ୍ରଜ୍ବଳିତ ଗୋମାତା !

ପ୍ରଜ୍ବଳିତ ଗୋମାତା !

KJ Staff
KJ Staff

ରଡ଼ିଆମ ଷ୍ଟିକର ଲଗାଇ ଗାଈ ପଲ ଚିହ୍ନଟ
ଗାଈ ଶୁଣ୍ଢ ରେ ଲାଗିବ ରାଡ଼ିଆମ
ସଡକ ଦୁର୍ଘଟଣା ରୁ ବର୍ତ୍ତିବା ଲାଗି ଅଭିନବ ଉପାୟ
ମଧ୍ୟପ୍ରଦେଶ ପୋଲିସ ର ଏକ ଉଲ୍ଲେଖନୀୟ ଚେଷ୍ଟା

ବର୍ତ୍ତମାନ ସଡକ ଦୁର୍ଘଟଣା ଯେତିକି ଅନିୟମିତତା ଓ ଗାଡି ଚାଳକ ର ଅନ୍ୟମନସ୍କ ସ୍ଵଭାଵ ଯୋଗୁ ହେଉ ନାହିଁ ;ସେତିକି ଏହି ଗାଈ ମଇଁଷି ପଲ ଯୋଗୁ ହେଉଛି |ରାସ୍ତା ରେ ଆପଣ ୨ ଚକିଆ ବା ୪ ଚକିଆ ଯାନ ଚାଲିଲା ବେଳେ ନିଶ୍ଚିନ୍ତ ଏହିପରି ଅବବ୍ୟସ୍ଥା ଓ ଗାଈ ପଲ ର ସମୀକ୍ଷା କଲା ଭଳି ପରିସ୍ଥିତି ର ସମ୍ମୁଖୀନ ହେଉଥିବେ |ଏହା ବ୍ୟତୀତ ଏହିଗାଈ ପଲ ର ଯଦି ଗୋଧୂଳି ସମୟରେ ବା ଅନ୍ଧାରରେ ସାମ୍ନା କରିବାକୁ ପଡେ ତେବେ ନାହିଁ ନଥିବା ସମସ୍ୟା ର ସମ୍ମୁଖୀନ ହେବାକୁ ପଡିଥାଏ |

ଏହି ଭଳି ପରିସ୍ଥତି ରେ ଦୁର୍ଘଟଣା ସୁନିଶ୍ଚିତ |
ଏହି ସମସ୍ୟା ର ଏକ ଅଭିନବ ଉପଚାର କରିଛି ମଧ୍ୟ ପ୍ରଦେଶ ପୋଲିସ |ରାତିରେ ରାସ୍ତା ରେ ଗାଈ ମାନଙ୍କ ସଂଖ୍ୟା ଏତେ ଅଧିକ ହେଉଥିଲା ଯେ ବହୁ ବାର ସଡକ ଦୁର୍ଘଟଣା ଦେଖିବାକୁ ମିଳୁଥିଲା |ଏହି କାରଣରୁ ମଧ୍ୟ ପ୍ରଦେଶ ର ବାଳାଘାଟ ଜିଲ୍ଲା ଟ୍ରାଫିକ ପୋଲିସ ଏବେ ସେହି ନିକଟବର୍ତୀ ସ୍ଥାନ ର ସମସ୍ତ ଗାଈ ,ମଇଁଷି ଇତ୍ୟାଦି ଙ୍କ ଶୁଣ୍ଢ ରେ ରାଡ଼ିଆମ ଯୁକ୍ତ ଷ୍ଟିକର ଲଗାଉଛନ୍ତି |

ଏହି ଷ୍ଟିକର ରାତିରେ ଗାଡି ର ହେଡଲାଇଟ ଆଲୋକ ପଡିଲା ମାତ୍ରେ ଜଳିଲା ଭଳି ସଦୃଶ ହେବ |ଫଳରେ ଚାଳକ ଟି ସମୁଖ ରେ ଥିବା ବିପଦ ର ଆକଳନ କରି ସେଠି ପ୍ରତି ସତର୍କତା ଅବଲମ୍ବନ କରିପାରିବ |ଏହି ଅଭିନବ ଉପାୟ ଜିଲ୍ଲା ନିକରବର୍ତୀ ଅଞ୍ଚଳ ତଥା ସ୍ଥାନୀୟ ଲୋକଙ୍କ ମଧ୍ୟ ରେ ବେଶ ପ୍ରସଂଶିତ ହୋଇଛି |ବର୍ତମାନ ସୁଦ୍ଧା ୩୦୦ ତ ବୁଲା ଗାଈ ଙ୍କ ଶୁଣ୍ଢ ରେ ଏହି ଷ୍ଟିକର ଲଗା ସରିଛି |

ଏହି ଉପାୟ କୁ ବାଳାଘାଟ ର ନିକଟବର୍ତୀ ସମସ୍ତ ଜିଲ୍ଲା ମଧ୍ୟ ଖୁବ ଶୀଘ୍ର କାମ ରେ ଲଗାଇବାର ର ସୂଚନା ମିଳିଛି |କିନ୍ତୁ ବୁଲା ଗାଈ ଙ୍କ ମାତ୍ରା ଏବେ ଏତେ ଅଧିକ ବଢ଼ିଲାଣି ଯେ ଏକ ବେଳେ ଏହି ଗାଈ ମାନଙ୍କର ଶୁଣ୍ଢ ରେ ଷ୍ଟିକର ଲଗାଇବା ଲାଗି ଆବଶ୍ୟକ ଶ୍ରମ ମଧ୍ୟ ଏହି ତୁଳନା ରେ କମ ପଡୁଛି |
ବାଳାଘାଟ ର ଟ୍ରାଫିକ ପୋଲିସ କୈଳାସ ଚୌହାନ ଙ୍କ ଅନୁଯାୟୀ ଖୁବ ଶୀଘ୍ର ଏହି ଷ୍ଟିକର କୁ ସ୍ଥାୟୀ ରାଡ଼ିଅମ ରଙ୍ଗ ରେ ପରିବର୍ତ୍ତିତ କରିବାର ଯୋଜନା ରହିଛି |ସେ କହିଛନ୍ତି ଯେ ଏହି ଷ୍ଟିକର ବା କୁ ବତା ମାତ୍ର ତେଣୁ ଏହାର ସ୍ଥାୟୀ ଉପଚାର ଲାଗି ରାଡ଼ିଅମ ରଙ୍ଗ ଆବଶ୍ୟକ|ଏହା ବ୍ୟତୀତ ସେ ଚାଷୀ ମାନଙ୍କୁ ମଧ୍ୟ ନିଜ ଗାଈ ମାନଙ୍କ ଶୁଣ୍ଢ ରେ ଏହି ରଙ୍ଗ ଲଗାଇବାର ଅନୁରୋଧ କରିଛନ୍ତି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments