1. ମତ୍ସ୍ୟ ଓ ପଶୁ ପାଳନ

ରାଇଘର ପ୍ରଜାତି ଛେଳି: ଭାରତ ସରକାରଙ୍କ ଦ୍ୱାରା ମାନ୍ୟତା ପ୍ରାପ୍ତ

ଏହି ଛେଳିର ମାଂସ ଅତ୍ୟନ୍ତ ସ୍ୱାଦିଷ୍ଟ ଓ ଏହା ଓଡିଶାର ସର୍ବଶ୍ରେଷ୍ଠ ଦେଶୀ ଛେଳି ଅଟେ l

Tanushree Mahapatra
Tanushree Mahapatra
Raigarh Goat Breed, Recognized by Government of India

Raigarh Goat Breed, Recognized by Government of India

ସରକାରୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଓଡ଼ିଶା ରାଜ୍ୟରେ ଆଠଟି ଛେଳି ପ୍ରଜାତି ଉପଲବ୍ଧ :-

  1. ବ୍ଲାକ୍ ବେଙ୍ଗଲ ପ୍ରଜାତି (ଓଡ଼ିଶାର ଉତ୍ତର ଏବଂ ପୂର୍ବ ଭାଗ)
  2. ଗଞ୍ଜାମ ପ୍ରଜାତି (ଗଞ୍ଜାମ ଜିଲ୍ଲା ଅଞ୍ଚଳ)
  3. ଦଳୁଆ ପ୍ରଜାତି (ଚିଲିକା ହ୍ରଦ କ୍ଷେତ୍ର)
  4. ବଡ ବିହନ ପ୍ରଜାତି (ନୟାଗଡ଼ ଜିଲ୍ଲା ଅଞ୍ଚଳ)
  5. କୋରାପୁଟ ପ୍ରଜାତି (କୋରାପୁଟ ଜିଲ୍ଲା ଅଞ୍ଚଳ )
  6. ମାଲକାନଗିରି ପ୍ରଜାତି (ମାଲକାନଗିରି ଜିଲ୍ଲା ଅଞ୍ଚଳ)
  7. ନାରାୟଣପାଟଣା ପ୍ରଜାତି (କୋରାପୁଟ ଜିଲ୍ଲାର ଏକ ବ୍ଲକ୍)
  8. ରାଇଘର ପ୍ରଜାତି (ନବରଙ୍ଗପୁର ଜିଲ୍ଲାର ଏକ ବ୍ଲକ୍)

ଏହି ସମସ୍ତ ଛେଳି ପ୍ରଜାତି ମଧ୍ୟରୁ  ରାଇଘର ପ୍ରଜାତି ହିଁ ଏକମାତ୍ର ଛେଳି , ଯାହା ଭାରତ ସରକାରଙ୍କ ମାନ୍ୟତା ପାଇଛି। ଏହି ଛେଳିର ମାଂସ ଅତ୍ୟନ୍ତ ସ୍ୱାଦିଷ୍ଟ ଓ ଏହା ଓଡିଶାର ସର୍ବଶ୍ରେଷ୍ଠ ଦେଶୀ ଛେଳି ଅଟେ l ଯଦି ଆପଣ ଏକ ଛେଳି ଚାଷ ପାଇଁ ଯୋଜନା କରୁଛନ୍ତି, ତେବେ ଦୟାକରି କେବଳ ନିକଟସ୍ଥ ପ୍ରଜାତିରୁ ଛେଳି ବାଛିବାକୁ ଚେଷ୍ଟା କରନ୍ତୁ l ଅନ୍ୟ ରାଜ୍ୟ ଛେଳିମାନେ ଓଡିଶା ରାଜ୍ୟରେ ଠିକ୍ ଭାବେ ବଞ୍ଚିପାରିବେ ନାହିଁ। ଏହା ଆପଣଙ୍କ ପାଇଁ କ୍ଷତି ହେବ l ଯଦି କେହି ରାଇଘର ଛେଳି ଚାଷ କରିବା ପାଇଁ ଇଛା କରୁଛନ୍ତି , ତେବେ ମୋ ସହ ଯୋଗାଯୋଗ କରନ୍ତୁ | ସବ୍ୟସାଚୀ , ନବରଙ୍ଗପୁର  l ଫୋନ ନମ୍ବର 9776936261 l

ରାଇଘର ପ୍ରଜାତି ଛେଳି :-

୧)ଏହି ଛେଳି ମୁଖ୍ୟତଃ ରାଇଘର ଉମରକୋଟ ଡାବୁଗାଁ ଇତ୍ୟାଦି ଅଞ୍ଚଳ ( ନବରଙ୍ଗପୁର ଜିଲ୍ଲା , ଓଡ଼ିଶା ) ରେ ଦେଖିବାକୁ ମିଳେ l

୨) ନବରଙ୍ଗପୁର ଜିଲ୍ଲା ଆଂଶିକ ,କଳାହାଣ୍ଡି ଜିଲ୍ଲା ଆଂଶିକ ନୂଆପଡ଼ା ଜିଲ୍ଲା ଦେବଭୋଗ ବ୍ଲକ ( ଛତିଶଗଡ଼ ରାଜ୍ୟ ) ର ପ୍ରାୟ ୯ ହଜାର ବର୍ଗ କିଲୋମିଟର ଅଞ୍ଚଳରେ ଏହି ଛେଳି ଦେଖିବାକୁ ମିଳେ l

୩) ଏହି ଛେଳିକୁ ମୁଖ୍ୟତଃ ଭତରା ଗଣ୍ଡ ଗୌଡ଼ ଜାତିର ଲୋକେ ପାଳନ କରନ୍ତି l

୪) ସରକାରୀ ଗଣନା ଅନୁଯାୟୀ ଏହି ଛେଳିର ସଂଖ୍ୟା ପ୍ରାୟ ୧ ଲକ୍ଷ ୬୦ ହଜାର ଅଟେ l

୫) ଏହି ଛେଳି ଉତ୍କୃଷ୍ଟ ଚମଡ଼ା ଲେଣ୍ଡିଖତ ମାଂସ ପାଇଁ ଅଧିକ ପ୍ରସିଦ୍ଧ l

୬) ଏହି ଜାତି ଛେଳିର ଓଜନ ମାଧ୍ୟମ ଧରଣ ର ସରଳ ଓ ଶାନ୍ତ ସ୍ଵଭାଵ ର ସହଜରେ ସ୍ଥାନାନ୍ତରଣ କରିହେଉଥିବା ଆକର୍ଷକ ଶରୀର ବିଶିଷ୍ଟ ଅଟେ l

୭) ଏହାର ରଙ୍ଗ ଗାଢ଼ ମାଟିଆ କଳାଧଳା ହାଲୁକା ବାଦାମୀ , କଳାବାଦାମୀ କଳା ଓ ଧଳା ଛାପ ବିଶିଷ୍ଟ ହୋଇଥାଏ l

୮) ଏହି ଛେଳିର ଆଖିରୁ ନାକ ପର୍ଯ୍ୟନ୍ତ ଧଳା ରଙ୍ଗର ପଟା ଦାଗ ଥାଏ l

୯) ମାଈ ଛେଳି ୯ ରୁ ୧୦ ମାସ ମଧ୍ୟରେ ପରିପକ୍ଵ ହୁଏ ଓ ପ୍ରଥମ ଛୁଆ ୧୫ ମାସ ହେବା ପରେ ଦେଇଥାଏ l ଥରକେ ୨ ଟି କିମ୍ବା ୩ ଟି ଛୁଆ ଜନ୍ମ କରେ l ସତ ମାସ ପରେ ୨ୟ ଗର୍ଭ ହୁଏ l

୧୦) ଛୋଟ ଛେଳି ଛୁଆ ପ୍ରାକୃତିକ ଭାବେ ୯୦ ଦିନ ପରେ ମାଆ କ୍ଷୀର ଛାଡ଼ିବାକୁ ଆରମ୍ଭ କରେ ଏବଂ ଅନ୍ୟ ଖାଦ୍ୟ ଖାଇବା ଆରମ୍ଭ କରେ l

୧୧) ଏହି ପ୍ରଜାତି ଛେଳି କ୍ଷୀର ଛୁଆମାନେ ଖାଇଥାନ୍ତି ଓ ବେଳେବେଳେ ମନୁଷ୍ୟ ମାନେ ମଧ୍ୟ ବ୍ୟବହାର କରିଥାନ୍ତି l

୧୨) ଛେଳି କ୍ଷୀର ର ଚାହିଦା ଥିବାରୁ ଏହାର ଉତ୍ପାଦନ ପାଇଁ ଗବେଷଣା କରାଯିବା ଉଚିତ l

୧୩) ଖସି ଛେଳିକୁ ମାଂସ ପାଇଁ ଓ ବୋଦାକୁ ବଳି ଦେବାପାଇଁ ଏବଂ ପ୍ରଜନନ ପାଇଁ ବିକ୍ରି କରାଯାଏ l

୧୪) ଓଡ଼ିଶା ରାଜ୍ୟର ସମସ୍ତ ୮ଟି ସରକାରୀ ମାନ୍ୟତାପ୍ରାପ୍ତ ଛେଳି ପ୍ରଜାତି ମଧ୍ୟରୁ ରାଇଘର ଛେଳି ହେଲା ଏକମାତ୍ର ଛେଳି ଯାହା ଓଡ଼ିଶା ସରକାର ଓ ଭାରତ ସରକାର ଉଭୟଙ୍କ ମାନ୍ୟତା ପାଇଛି ( ରାଜ୍ୟ ଓ ଜାତୀୟ ମାନ୍ୟତାପ୍ରାପ୍ତ ) l

୧୫) ମାଈ ଛେଳି ଦୈନିକ ଅଧା ଲିଟର ରୁ ଏକ ଲିଟର ପର୍ଯ୍ୟନ୍ତ କ୍ଷୀର ଦିଏ l

୧୬) ରାଇଘର ଛେଳିର ଶରୀର ଓଜନ ପ୍ରାୟ ୪୮.୫ ପ୍ରତିଶତ ଖାଇବା ଯୋଗ୍ୟ ମାଂସ ମିଳେ l

୧୭) ଏହି ଛେଳିମାନେ ଦୈନିକ ୮ ଘଣ୍ଟା ସମୟ ଚରିବା ଓ ଖାଇବାରେ ବିତାଇଥାନ୍ତି l

୧୮) ଗୋଟିଏ ଛେଳିଠାରୁ ବର୍ଷକୁ ୨୦୦ କିଲୋ ଲେଣ୍ଡି ମିଳେ , ଯାହା ଗାଈ ଗୋବର ଠାରୁ ଅଢେଇ ଗୁଣ ଅଧିକ ଶକ୍ତିଶାଳୀ ଅଟେ l

Author name - Sabyasachi Behera

ଅଧିକ ପଢ଼ନ୍ତୁ

ମହିନ୍ଦ୍ରା ଟ୍ରାକ୍ଟର ସହିତ ପାରସ୍ ରାମ ଯାଦବଙ୍କ ସଫଳତାର କାହାଣୀ

ସଫଳ ଅମଳ ସୁନିଶ୍ଚିତ ପାଇଁ ଉନ୍ନତ ଜ୍ଞାନକୌଶଳର ବ୍ୟବହାର

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ