1. ମତ୍ସ୍ୟ ଓ ପଶୁ ପାଳନ

ଦୁମ୍ବା ପ୍ରଜାତିର ଛେଳି ପାଳନ କରନ୍ତୁ, ଅଧିକ ରୋଜଗାର କରନ୍ତୁ !!

ଚାଷ କାମ କୁ ଛାଡି ପଶୁପାଳନ ଏମିତି ଏକ ବିକଳ୍ପ ଅଟେ ଯାହା କି ଚାଷି ଭାଇମାନଙ୍କର ରୋଜଗାର ବଢେଇବାରେ ମୁଖ୍ୟ ଭୂମିକା ଅଂଶ ଗ୍ରହଣ କରି ଥାଏ l

Sugyan Kumar Nayak
Sugyan Kumar Nayak
Dumba Variety of Goat

Dumba Variety of Goat

ଚାଷ କାମ କୁ ଛାଡି ପଶୁପାଳନ ଏମିତି ଏକ ବିକଳ୍ପ ଅଟେ ଯାହା କି ଚାଷି ଭାଇମାନଙ୍କର ରୋଜଗାର ବଢେଇବାରେ ମୁଖ୍ୟ ଭୂମିକା ଅଂଶ ଗ୍ରହଣ କରି ଥାଏ l  ଆଜି ପର୍ଯ୍ୟନ୍ତ ଆପଣମାନେ ଗାଈ, ମଇଁଷି, ଛେଳି, ମାଛ ଓ କୁକୁଡାର ବିଷୟ ରେ ଶୁଣିଥିବେ କିମ୍ବା ଦେଖିଥିବେ । କିନ୍ତୁ ଆଜି ଆମେ ପଶୁପାଳନର ଏକ ଭଲ ବିକଳ୍ପ ବିଷୟରେ ଆଲୋଚନା କରୁଛୁ , ଯାହାକୁ ଦୁମ୍ବା ପାଳନ କୁହାଯାଏ।

ଦୁମ୍ବା ପାଳନ କଣ ଅଟେ ?

ଦୁମ୍ବା ହେଉଛି ଛେଳିମାନଙ୍କର ଏକ ପ୍ରଜାତି, ଯାହାଙ୍କ ଲାଙ୍ଗୁଡ ଚକ୍କି ପରି ଗୋଲିଆ ଆଉ ଓଜନିଆ ହେଇଥାଏ, ଏମାନଙ୍କ ଚାହିଦା ଇଦ-ଉଲ-ଜୁହାରେ ଅଧିକ ହୋଇଥାଏ । ଏମାନଙ୍କ ଦାମ ବି ଭଲ ରହିଥାଏ, ଏଥିପାଇଁ ଲୋକମାନେ ଏହାକୁ ଅଧିକ ପସନ୍ଦ କରିଥାନ୍ତି । ମୁଖ୍ୟତଃ ଏହି ପ୍ରଜାତିର ଅଣ୍ଡିରା ଛେଳିମାନଙ୍କୁ ଅଧିକ ପସନ୍ଦ କରନ୍ତି ଆଉ ଏମାନଙ୍କ ଛୁଆମାନଙ୍କୁ ବି ବିକ୍ରି କରାଯାଏ।

ଦୁମ୍ବା ଛେଳିର ଗୁଣବତ୍ତା

ଉତ୍ତର ପ୍ରଦେଶର ଅମରୋହା ଜିଲ୍ଲାର ଚାଷୀମାନେ ଅନେକ ବର୍ଷ ହେଲାଣି ଏହି ଦୁମ୍ବା ପ୍ରଜାତିର ଛେଳି ପାଳନ କରୁଛନ୍ତି । ଏଥିରୁ ସେମାନେ ପ୍ରତି ବର୍ଷ ଲକ୍ଷ ଲକ୍ଷ ଟଙ୍କାର ଲାଭ କରିପାରନ୍ତି । କୃଷକମାନେ କୁହନ୍ତି ଯେ ଗୋଟିଏ ବର୍ଷରେ ଦୁମ୍ବାର ଓଜନ ପାଖାପାଖି ପ୍ରାୟ ୧୦୦ କିଲୋଗ୍ରାମ ହୋଇଯାଏ, ଏମିତିକି ସେମାନେ ଦୁମ୍ବାଙ୍କ ଛୁଆଙ୍କୁ ମଧ୍ୟ ବିକ୍ରି କରନ୍ତି । ଦୁମ୍ବା ୭ ମାସରୁ ୧ ବର୍ଷରେ ମଧ୍ୟରେ ଛୁଆ ଜନ୍ମ ଦେଇଥାଏ । ୨ ମାସରେ ଛୁଆ ୨୫ କିଲୋଗ୍ରାମ ହୋଇଯାନ୍ତି, ସେମାନେ ବହୁତ ଭଲ ହେଇଥାଆନ୍ତି, ତେଣୁ ସେମାନଙ୍କର ଭଲ ମୂଲ୍ୟ ମିଳିଥାଏ ।

ଦୁମ୍ବା ଛୁଆମାନଙ୍କର ମୂଲ୍ୟ

ଦୁମ୍ବା ଛୁଆଙ୍କ ମୂଲ୍ୟ ମାତ୍ର ୨ ମାସରେ ହିଁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇଯାଏ, ମାତ୍ର ୩ ରୁ ୪ମାସ ହେବା ମାତ୍ରେ ସେମାନଙ୍କର  ମୂଲ୍ୟ ୭୦ ରୁ ୭୫ ହଜାର ଟଙ୍କା ହୋଇଯାଏ । ଜାଣିରଖନ୍ତୁ ଯେ ଦୁମ୍ବାର ମୂଲ୍ୟ ଅଣ୍ଡିରା ବା ମାଇଙ୍କ ଅନୁସାରେ ହୋଇ ନଥାଏ ବରଂ ତାଙ୍କର ବିଶେଷତା ଉପରେ ହୋଇଥାଏ । ତଥାପି, ମାଇ ଦୁମ୍ବାର ଭଲ ମୂଲ୍ୟ  ମିଳେ l

ଦୁମ୍ବା ପାଇଁ ଖାଦ୍ୟ

କୃଷକ ଏବଂ ପଶୁପାଳକମାନେ ଦୁମ୍ବାକୁ ଅଗାଡି, ସହିତ ଚଣା ଡାଲି ଖାଇବାକୁ ଦେଇ ପାରିବେ, ଏହା ସହିତ ଶୀତ ଋତୁରେ ଚଣା ଡାଲି, ବାର୍ଲି ଏବଂ ବାଜରା ଖାଇବାକୁ ଦେଇପାରିବେ l ଏହି ପରି ଆପଣ ଦୁମ୍ବା ପ୍ରଜାତିର ଛେଳିପାଳନ କରି ଭଲ ଲାଭ ପାଇପାରିବେ । ଉତମ ରୋଜଗାର ପାଇଁ ଏହା ଏକ ଭଲ ବିକଳ୍ପ ଅଟେ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ