1. ମତ୍ସ୍ୟ ଓ ପଶୁ ପାଳନ

ଏହି ଦୁଇ ପ୍ରଜାତିର ଛେଳି ପାଳନ କରି ହୁଅନ୍ତୁ ଅଧିକ ଲାଭବାନ, ଜାଣନ୍ତୁ ଏମାନଙ୍କ ବିଷୟରେ !!

ଆଜିକାଲି ପଶୁପାଳକମାନଙ୍କ ରୁଚି ଛୋଟ ପଶୁମାନଙ୍କ ପ୍ରତି ଅଧିକ ରହୁଛି, କାରଣ ଛୋଟ ପଶୁମାନଙ୍କୁ ପାଳନରେ କମ ଖର୍ଚ୍ଚ ହେଇଥାଏ, କିନ୍ତୁ ଅଧିକ ଲାଭ ହେବାର ସମ୍ଭାବନା ରହିଥାଏ ।

Sugyan Kumar Nayak
Sugyan Kumar Nayak
Goat Farming

Goat Farming

ଆଜିକାଲି ପଶୁପାଳକମାନଙ୍କ ରୁଚି ଛୋଟ ପଶୁମାନଙ୍କ ପ୍ରତି ଅଧିକ ରହୁଛି, କାରଣ ଛୋଟ ପଶୁମାନଙ୍କୁ ପାଳନରେ କମ ଖର୍ଚ୍ଚ ହେଇଥାଏ, କିନ୍ତୁ ଅଧିକ ଲାଭ ହେବାର ସମ୍ଭାବନା ରହିଥାଏ । ବର୍ତ୍ତମାନ ସମୟରେ ସମଗ୍ର ଦେଶରେ ବିଭିନ୍ନ ପ୍ରଜାତିର ଛେଳି ପାଳନ କରାଯାଉଛି । ଆସନ୍ତୁ ଜାଣିବା ଏମାନଙ୍କ ବିଷୟରେ l

ବ୍ଲାକ ବେଙ୍ଗଲ

ଏହି ପ୍ରଜାତିର ଛେଳି ଝାଡଖଣ୍ଡ ସମେତ ପଶ୍ଚିମ ବଙ୍ଗ, ଆସାମ, ଉତ୍ତର ଓଡ଼ିଶା ଆଦି ସ୍ଥାନମାନଙ୍କରେ ପାଳନ କରାଯାଏ l ଏମାନଙ୍କ ଉଚ୍ଚତା ଛୋଟ ଅଟେ ଏବଂ ଅଣ୍ଡିରା ଆଉ ମାଈ ଛେଳିମାନଙ୍କର ଶିଙ୍ଗ ଆଗକୁ ବାହାରି ରହିଥାଏ । ଯାହା କି ୩ ରୁ ୪ ଇଞ୍ଚ ପରି ହେଇଥାଏ । ଏମାନଙ୍କ ଶରୀର ଶକ୍ତ ଏବଂ ଆଗରୁ ପଛପଟ ପର୍ଯ୍ୟନ୍ତ ଅଧିକ ଚଉଡା ଥାଏ ଓ ମଝି ଅଂଶ ମୋଟା ହେଇଥାଏ । ଏମାନଙ୍କ କାନ ଛୋଟ ଆଉ ଆଗକୁ ବାହାରି ଠିଆ ହେଲା ପରି ରହିଥାଏ । ବୟସ୍କ ଅଣ୍ଡିରାମାନଙ୍କ ଓଜନ ପାଖା ପାଖି ୧୮ ରୁ ୨୦ କିଲୋଗ୍ରାମ ହୋଇ ଥାଏ । ଏହା ସହିତ ମାଈ ଛେଳିମାନଙ୍କ ଓଜନ ୧୫ ରୁ ୧୮ କିଲୋଗ୍ରାମ ହୋଇଥାଏ । ଏହି ପ୍ରଜାତିର ମାଈ ଛେଳି ୩ ରୁ ୪ ମାସ ପର୍ଯ୍ୟନ୍ତ ପ୍ରତିଦିନ ୩୦୦ ରୁ ୪୦୦ ମିଲିଗ୍ରାମ କ୍ଷୀର ଦେଇଥାଏ।

ସିରୋହୀ ଛେଳି

ଏହିପ୍ରଜାତିର ଛେଳି ଝାଡଖଣ୍ଡ ସହ ରାଜସ୍ଥାନ, ଉତ୍ତରପ୍ରଦେଶ ଓ ଗୁଜୁରାଟ ଆଦି ସ୍ଥାନମାନଙ୍କରେ ପାଳନ କରାଯାଇଥାଏ । ଏମାନଙ୍କ ଆକାର ଛୋଟ ହେଇଥାଏ, ଏହି ପ୍ରଜାତିର ଛେଳିଙ୍କ ଶରୀର ରଙ୍ଗ ମାଟିଆ ହୋଇଥାଏ ଆଉ ଛାପା ରଙ୍ଗର ଚିହ୍ନ ରହିଥାଏ । ଏମାନଙ୍କ କାନ ଚଉଡା ଆଉ ଝୁଙ୍କି ରହିଥାଏ, ଆଉ ଶିଙ୍ଗ ମୋଡିହେଇ ରହିଥାଏ ଆଉ ଏମାନଙ୍କ ରୁମ ଛୋଟ ଆଉ ମୋଟାଳିଆ ରହିଥାଏ । ଅଣ୍ଡିରା ଛେଳିମାନଙ୍କର ଓଜନ ୫୦ କିଲୋ ପାଖାପାଖି ହେଇଥାଏ ଆଉ ମାଈ ଛେଳିଗୁଡ଼ିକର ଓଜନ ୪୦ କିଲୋ ପର୍ଯ୍ୟନ୍ତ ହୋଇଥାଏ l ଅଣ୍ଡିରା ଛେଳିମାନଙ୍କ ମୁଣ୍ଡର ଲମ୍ବା ହାରାହାରି ୮୦ ସେମି ହେଇଥାଏ । ମାଈ ଛେଳିମାନଙ୍କ ମୁଣ୍ଡର ଲମ୍ବା ହାରାହାରି ୬୨ ସେମି ହେଇଥାଏ । ଏହି ଛେଳି ଦିନକୁ ୫୦୦ ଗ୍ରାମ ପର୍ଯ୍ୟନ୍ତ କ୍ଷୀର ଦେଇଥାନ୍ତି।

ଛେଳିମାନଙ୍କ ଖାଦ୍ୟ

ଏହି ଛେଳିମାନେ ଦାନା ଏବଂ ଚୋକଡ ଖାଇଥାନ୍ତି । ଛେଳି ପାଳନରେ ସକଳ ଆଉ ସଞ୍ଜ ବେଳେ ୨ ଘଣ୍ଟା କରି ନିୟମିତ ଖାଇବାକୁ ଦେବାକୁ ପଡିଥାଏ । ଯଦି ଆପଣ ଛେଳିମାନଙ୍କୁ ଶୁଖିଲା ଘାସ ଆଉ ଚୋକଡ ଦଉଛନ୍ତି ତେବେ  ସେହି ଛେଳିମାନଙ୍କ ପାଇଁ ଉପଯୁକ୍ତ ହୋଇଥାଏ l ଆଉ ଆପଣଙ୍କୁ ଶସ୍ତା ବି ପଡିଥାଏ । ଏହା ଆପଣଙ୍କୁ ଲାଭ ଦେଇଥାଏ ମାତ୍ର ସ୍ୱଳ୍ପ ଖର୍ଚ୍ଚରେ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments