
ମୋଟ ଉପରେ ଟସର କୀଟ ପାଳନ ପଦ୍ଧତି କୁ ଦୁଇ ବିଭାଗରେ ବିଭକ୍ତ କରିହେବ
୧) ଶିଶୁ କୀଟ ପାଳନ
୨)ଉତରାଵସ୍ଥା ଟସର ପୋକ ପାଳନ
ପ୍ରଥମ ଓ ଦ୍ୱିତୀୟ ଅବସ୍ଥାରେ ଟସର ପୋକ ଗୁଡିକୁ ଶିଶୁ ପୋକ ବା ଚକି ପୋକ କୁହାଯାଏ |ଏହି ଅବସ୍ଥାରେ ପୋକଗୁଡିକ ଅଧିକ କୋମଳ ଥାନ୍ତି ଏବଂ ଶୀଘ୍ର ନଷ୍ଟ ହେବାର ସମ୍ଭାବନା ଥାଏ |ଟସର ସାହସକୁ ଲାଭଜନକ କରିବାକୁ ହେଲେ ଏହି ଛୋଟ ପୋକଗୁଡିକ ଅଧିକ ବର୍ଷ ଅନିଷ୍ଟକାରୀ କୀଟପତଙ୍ଗ ତଥା ପରାଭକ୍ଷୀ ଯିବା ମାନଙ୍କଠାରୁ ରକ୍ଷା କରିବା ନିହାତି ଆବଶ୍ୟକ |ଏଥି ପାଇଁ ଶିଶୁ କୀଟ ପାଳନ ବା ଚକି କୀଟ ପାଳନ ନାଇଲନ ଜାଳିଦ୍ୱାରା ଢଙ୍କା ଯାଇଥିଲା ଚକି ବଗିଚାରେ କରନ୍ତୁ |

ଏହି ପଦ୍ଧତିରେ ୪୦ ଫୁଟ * ୩୦ ଫୁଟ * ୧୦ ଫୁଟ ଆକାରର ନାଇଲନ ନେଟକୁ ଟାଣି କରି ବାନ୍ଧି ଚକି ବଗିଚାକୁ ଢାଙ୍କି ଦିଅନ୍ତୁ |ଏହି ଆକାରର ନାଇଲନ ନେଟଦ୍ୱରା ୭୦ ଟି ଗଛକୁ ଢଙ୍କାଯାଇପାରିବ ଯାହା ୨୨୫ ରୋଗମୁକ୍ତ ଚକି କୀଟ ପାଳନ ପାଇଁ ପର୍ଯ୍ୟାପ୍ତ ଅଟେ | ଚାଲି ଉଦ୍ୟାନକୁ ବ୍ରସିଂ ସପ୍ତାହ ପୂର୍ବରୁ ଉଚିତ ଭାବେ କରିବା ଦରକାର |ଚକି ବଗିଚାକୁ ସଫାସୁତୁରା କରି ସେଥିରେ ବ୍ଲିଚିଙ୍ଗ ପାଉଡର ଓ ଚୂନ ମିଶ୍ରଣ (୧ ଭାଗ ବ୍ଲିଚିଙ୍ଗ ପାଉଡର ଓ ୯ ଭାଗ ଚୂନ )ଛିଞ୍ଚି ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରନ୍ତୁ |ସେହି ବଗିଚାରେ ମୂଷା ଗାଡ଼ ,ପିମ୍ପୁଡି ହୁଙ୍କା ,ବିରୁଡି ବସା ତଥା ଅନ୍ୟାନ୍ୟ ଅନିଷ୍ଟକାରୀ କୀଟପତଙ୍ଗ ନଥିବା ଆବଶ୍ୟକ ଏବଂ ପାଣି ଜମିଲା ଭଳି ଖାଲୁଆ ଜାଗା ନଥିବା ର ସୁନିଶ୍ଚିତ କରନ୍ତୁ |ନାଇଲନ ନେଟକୁ ବ୍ରସିଂ ୨ ଦିନ ପୂର୍ବରୁ ଟାଙ୍ଗି ଦିଅନ୍ତୁ ଓ ଭିତରେ ଯେପରି ଅନିଷ୍ଟକାରୀ କୀଟପତଙ୍ଗ ନ ରହନ୍ତି ତାହା ଦେଖି ନିଅନ୍ତୁ |

ବ୍ରସିଂ ସମୟର ଅଲଗା ଅଲଗା ଦିନର ଫୁଟିଥିବା ଶିଶୁ ପୋକକୁ ଅଲଗା ଅଲଗା ଗଛରେ ଛାଡ଼ନ୍ତୁ |ଚକି ଉଦ୍ୟାନ ଭିତରେ ଶିଶୁ ପୋକ ପ୍ରାୟେ ୬ଦିନ ରହାନତା ତେଣୁ ସର୍ବଦା ସ୍ୱାସ୍ଥ୍ୟକର ପରିବେଶ ରହିଲେ ଶିଶୁ ପୋକ କ୍ଷେଟି ହୁଏ ଅହିଁ ଓ ଉତ୍ତମ ପୋଷକ ତତ୍ତ୍ୱ ପତ୍ର ଖାଇ ହୃଷ୍ଟ ପୃଷ୍ଟ ହୁଅନ୍ତି |ଶିଶୁ ପୋକ ପାଳନ ସମୟରେ ପ୍ରତ୍ୟେହ ନାଇଲନ ନେଟକୁ ଚାରିପଟେ ଟିକେ ଉପରକୁ ଉଠାଇ ପ୍ରାୟେ ୧୫-୨୦ ମିନିଟ ରଖନ୍ତୁ ଯାହାଦ୍ୱାରା ବାୟୁମଣ୍ଡଳ ଭଲ ଭାବେ ପରିଚାଳନା ହୋଇପାରିବ ଓ ଆଦ୍ରତା ଠିକ ରହିବ |ପ୍ରତ୍ୟେକ ବର୍ଷପରେ ନାଇଲନ ନେଟ ରେ ଲାଗିଥିବା ପାଣିକୁ ହଲାଇ କରି ଝାଡିଦିଅନ୍ତୁ ଯେପରି ଅବାଧ ବାୟୁ ଚଳାଚଳ ହୋଇପାରିବ |
Share your comments