1. ମତ୍ସ୍ୟ ଓ ପଶୁ ପାଳନ

ଭୁବନେଶ୍ୱର ଆଇସିଏଆର-ସିଫାଠାରେ "ଅମୃତ ଭାକୁର" ମାଛ ଲୋକାର୍ପିତ

ପଶ୍ଚିମବଙ୍ଗ, ବିହାର, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦେଶରୁ ଆସିଥିବା ଭାକୁରର ୯ଟି ପ୍ରଜାତି ସଂଗ୍ରହ କରାଯାଇଥିଲା। ଏହି ପ୍ରଜାତିଗୁଡ଼ିକୁ ଚୟନମୂଳକ ପ୍ରଜନନ କାର୍ଯ୍ୟକ୍ରମ ପାଇଁ ମୂଳ ସଂଖ୍ୟା ଭାବରେ ବ୍ୟବହାର କରାଯାଇଥିଲା ।

Tanushree Mahapatra
Tanushree Mahapatra
releases the "Amrit Catla" at ICAR-CIFA

releases the "Amrit Catla" at ICAR-CIFA

କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ ଆଜି ଆଇସିଏଆର-କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟ ଗବେଷଣା କେନ୍ଦ୍ର (ଆଇସିଏଆର-ସିଫା), ଭୁବନେଶ୍ୱରରେ ଭାକୁର (ଲାବିଓ କାଟଲା)ର ଆନୁବଂଶିକ ଉନ୍ନତ ପ୍ରଜାତି "ଅମୃତ ଭାକୁର"ର ଶୁଭାରମ୍ଭ କରିଛନ୍ତି । ଜାତୀୟ ମତ୍ସ୍ୟ ଉନ୍ନୟନ ବୋର୍ଡ (ଏନ୍ ଏଫ୍ ଡିବି)ର ଜାତୀୟ ମଧୁର ଜଳ ମାଛ ଯାଆଁଳ ବ୍ୟାଙ୍କ୍‍ (ଏନ୍ ଏଫ୍ ଏଫ୍ ବିବି) ଅମୃତ ଭାକୁର ଗ୍ରହଣ କରିଛି, ଯାହା ସମଗ୍ର ଦେଶର କୃଷକମାନଙ୍କ ପାଇଁ ଏହାର ବ୍ୟାପକ ବଣ୍ଟନ ଏବଂ ଉପଲବ୍ଧତା ସୁନିଶ୍ଚିତ କରିଛି। ଏହା ମଧୁର ଜଳ ମତ୍ସ୍ୟଚାଷ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଭାରତର ମାଛ ଚାଷ ସହ ଜଡ଼ିତ ସମୁଦାୟ ପାଇଁ ମାଛ ଯାଆଁଳ ଗୁଣବତ୍ତା ବୃଦ୍ଧି କରିବାରେ ଅନୁଷ୍ଠାନର ଏହି ପ୍ରୟାସ ସହାୟକ ହେବ ।

ଅମଳ ସମୟରେ ଭାକୁର ଶରୀରର ଓଜନରେ ଉନ୍ନତି ଆଣିବା ପାଇଁ ଆଇସିଏଆର-ସିଫା ୨୦୧୦ ରେ ଏକ ଚୟନମୂଳକ ପ୍ରଜନନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା, ଯାହା ଉଚ୍ଚ ଗୁଣବତ୍ତାର ମାଛ ବିହନର ଆବଶ୍ୟକତାକୁ ପୂରଣ କରିଥିଲା । ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ, ବିହାର, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦେଶରୁ ଆସିଥିବା ଭାକୁରର ୯ଟି ପ୍ରଜାତି ସଂଗ୍ରହ କରାଯାଇଥିଲା। ଏହି ପ୍ରଜାତିଗୁଡ଼ିକୁ ଚୟନମୂଳକ ପ୍ରଜନନ କାର୍ଯ୍ୟକ୍ରମ ପାଇଁ ମୂଳ ସଂଖ୍ୟା ଭାବରେ ବ୍ୟବହାର କରାଯାଇଥିଲା । ମିଳିତ ପରିବାର ଚୟନ ପଦ୍ଧତି ମାଧ୍ୟମରେ, ପ୍ରଜନନ ପ୍ରକ୍ରିୟା ଫେନୋଟାଇପିକ୍ ସୂଚନା ଏବଂ ମାଇକ୍ରୋସେଟେଲାଇଟ୍ ମାର୍କର୍ ଦ୍ୱାରା ପରିଚାଳିତ ହୋଇଥିଲା । ପ୍ରଜନନ ମୂଲ୍ୟ ଆଧାରରେ ଉନ୍ନତ ମାଛମାନଙ୍କୁ ଚୟନ କରାଯାଇଥିଲା ଏବଂ ଚାରି ପିଢ଼ିର ପ୍ରଜନନ ପରେ ପ୍ରତି ପିଢ଼ିରେ ୧୫% ଜେନେଟିକ୍ ଲାଭ ହାସଲ କରାଯାଇଥିଲା, ଯାହା ଫଳରେ ତୃତୀୟ ପିଢ଼ି ଦ୍ୱାରା ସମୁଦାୟ ୩୫% ବୃଦ୍ଧି ଘଟିଥିଲା ।

ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ ଏବଂ ମହାରାଷ୍ଟ୍ରରେ କରାଯାଇଥିବା କ୍ଷେତ୍ର ପରୀକ୍ଷଣରୁ ଜଣାପଡିଛି ଯେ ପଲିକଲଚର ପ୍ରଣାଳୀରେ ଭାକୁଡର ହାରାହାରି ଓଜନ ୧.୮ କିଲୋଗ୍ରାମରେ ପହଞ୍ଚିବାର କ୍ଷମତା ବୃଦ୍ଧି ପାଇଛି, ଯାହା ଏକ ବର୍ଷମଧ୍ୟରେ ସ୍ଥାନୀୟ ପ୍ରଜାତି ପାଇଁ ୧.୨ କିଲୋଗ୍ରାମ ଥିଲା। ନିକଟରେ ଜୁଲାଇ ୧୬, ୨୦୨୪ରେ ୯୬ତମ ଆଇସିଏଆର ଫାଉଣ୍ଡେସନ ଏବଂ ଟେକ୍ନୋଲୋଜି ଦିବସରେ "ଅମୃତ ଭାକୁର" ପ୍ରକଳ୍ପ ଶ୍ରେଷ୍ଠ ପ୍ରଯୁକ୍ତି ବିଦ୍ୟା ପୁରସ୍କାର ସହିତ ଜାତୀୟ ସ୍ତରରେ ସ୍ୱୀକୃତି ଲାଭ କରିଥିଲା ଏବଂ ଅଗଷ୍ଟ ୧, ୨୦୨୪ରେ ଆନୁଷ୍ଠାନିକ ଭାବରେ "ସିଫା-ଅମୃତ ଭାକୁର" ଭାବରେ ଟ୍ରେଡମାର୍କ କରାଯାଇଥିଲା ।

ଶ୍ରୀ ରାଜୀବ ରଞ୍ଜନ ସିଂହ ତାଙ୍କ ଅଭିଭାଷଣରେ ଗବେଷଣା ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରଣାଳୟର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ । ନିରନ୍ତର ଅଭିବୃଦ୍ଧି ଏବଂ ଉତ୍ପାଦକତା ବୃଦ୍ଧି ପାଇଁ ମତ୍ସ୍ୟ ଚାଷ କ୍ଷେତ୍ରରେ ଗବେଷଣା ପ୍ରୟାସ ପାଇଁ ମନ୍ତ୍ରଣାଳୟ ଯଥେଷ୍ଟ ସହାୟତା ପ୍ରଦାନ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ମନ୍ତ୍ରଣାଳୟ ନିକଟରେ ଆଇସିଏଆର୍-ସିଫାକୁ ମଧୁର ଜଳ ମାଛମାନଙ୍କ ପାଇଁ ନ୍ୟୁକ୍ଲିୟସ୍ ବ୍ରିଡିଂ ସେଣ୍ଟର ଭାବେ ଘୋଷଣା କରିଛି, ଯାହା ଭାରତରେ ଉଚ୍ଚମାନର ମାଛ ବିହନର ବିକାଶରେ ଏହାର ଭୂମିକାକୁ ଆହୁରି ସୁଦୃଢ଼ କରିଛି।

ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜର୍ଜ କୁରିଆନ୍ ଙ୍କ ସମେତ ମତ୍ସ୍ୟ ଚାଷ କ୍ଷେତ୍ରର ବରିଷ୍ଠ ଅଧିକାରୀ ଓ ଅଂଶୀଦାରମାନେ ଉପସ୍ଥିତ ଥିଲେ। 'ଅମୃତ ଭାକୁର'ର ଉନ୍ମୋଚନ ଜଳଚାଷ ପ୍ରଣାଳୀକୁ ଆଗକୁ ବଢ଼ାଇବା, ଗୁଣାତ୍ମକ ମତ୍ସ୍ୟ ବିହନ ଯୋଗାଣ ସୁନିଶ୍ଚିତ କରିବା ଏବଂ ଦେଶର ମତ୍ସ୍ୟ ଚାଷ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଦିଗରେ ସରକାରଙ୍କ ସମର୍ପଣକୁ ଦର୍ଶାଉଛି।

ଅଧିକ ପଢ଼ନ୍ତୁ

ମାଗଣା ରାସନ ପାଉନାହାଁନ୍ତି କି? ଏଠାରେ କରନ୍ତୁ ଆପ୍ଲାଏ

Ayushman Yojana: ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ପାଇବେ,ଆୟୁଷ୍ମାନ ଯୋଜନା ଲାଭ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ