Krishi Jagran odia
Menu Close Menu

କ୍ଷୁଦ୍ର ଚାଷୀଙ୍କ ଲାଗି ଟସର ଚାଷ

Thursday, 20 June 2019 04:02 PM
silkworm

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଟସର ପୋକ ଦ୍ୱାରା ତିଆରି ହୋଇଥିବା କୋକୁନ ରେ ଯେଉଁ ରେଶମ ତିଆରି ହୁଏ ତାହା ହାରାହାରି ୧.୫ ମାଇଲ ଲମ୍ବା ହୋଇଥାଏ |୫୦୦୦ ବର୍ଷ ପୁରୁଣା ,ଏହି ଟସର ପୋକ(ବୋମବିକ୍ସ ମୋରି ) ର ପାଳନ ବିଶେଷ କରି କେବଳ ରେଶମ ଲାଗି କରାଯାଇଥାଏ |ଏହି ଉଦ୍ୟୋଗ ଟି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଙ୍କ ଲାଗି ବିଶେଷ ଲାଭଦାୟକ କାରଣ ଏହା ଲାଗି କୌଣସି ସ୍ୱତନ୍ତ୍ର ଘର ତିଆରି କରିବାକୁ ପଡେ ନାହିଁ |ଏହାକୁ ଆପଣ ନିଜ ଘର ବାଡ଼ି ରେ ମଧ୍ୟ ଚାଷ କରିପାରିବେ |

silkwoms eating mulberry leaf

ଟସର ଚାଷ ର ନିୟମାବଳୀ :


-ଖାଦ୍ୟ ଯୋଗାଣ ଟସର ଚାଷ ଲାଗି ଏକ ଗୁତୁତ୍ତ୍ୱପୁର୍ଣ ପଦକ୍ଷେପ |ଏହି ପୋକ ମାନେ ମଲବେରୀ ପତ୍ର ଖାଇବାକୁ ବେଶୀ ଭଲପାଆନ୍ତି |
-ଏହା ବ୍ୟତୀତ ଖାଦ୍ୟ ପରେ ଚାଷୀ ର ମୁଖ୍ୟ କାର୍ଯ୍ୟ ହେଉଛି ଋତୁ ଏବଂ ତାପମାତ୍ରା ନିୟନ୍ତ୍ରଣ |ମଲବେରୀ ଗଛ ବଡ ହେଲା ପରେ ହିଁ ଟସର ଚାଷ କରନ୍ତୁ |ଟସର ଅଣ୍ଡା ରୁ ଛୁଆ ହେଲା ପରେ ,ସେହି ପୋକ ଗୁଡିକ ପ୍ରତ୍ୟେକ ୫ ରୁ ୬ ଦିନକୁ ଥରେ କାତି ଛାଡି ତାଙ୍କ ଜୀବନ ଚକ୍ର ର ପରବର୍ତୀ ଷ୍ଟେଜ କୁ ଯାଇଥାନ୍ତି |ପ୍ରେତ୍ୟକ ଷ୍ଟେଜ କୁ ଇନଷ୍ଟାର ବୋଲି କୁହାଯାଏ |ଶରୀର ବୃଦ୍ଧି ଶୀଘ୍ର ହେବ ଲାଗି ଟସର ପୋକ କୁ ପ୍ରଚୁର ମାତ୍ରା ରେ ମଲବେରୀ ପତ୍ର ଖାଇବାକୁ ଦିଅନ୍ତୁ |ଅଧିକ ଖାଇବା ସହ ସେମାନେ ଅଧିକ ମଲା ତ୍ୟାଗ ମଧ୍ୟ କରିଥାନ୍ତି |ତେଣୁ ଚାଷ କରୁଥିବା ସ୍ଥାନ କୁ ନିୟମିତ ସଫା କରନ୍ତୁ |
-ଗୋଟେ ମାସ ପରେ ଟସର ପୋକ ଟି ଢେର ଢେର ମୋଟା ହୁଏ ଏବଂ ଖାଇବା କମ କରିଦିଏ |ଏହି ପରିସ୍ଥିତି ସହ ଯଦି ସେମାନେ ମୁଣ୍ଡ କୁ ଅଧିକ ହଲାଉଥିବାର ଦେଖିବେ ,ତାହାଲେ ଜାଣିବେ ସେମାନେ ବାସ ବାନ୍ଧିବାକୁ ପ୍ରସ୍ତୁତ ହେଉଛନ୍ତି |ତେଣୁ ତାଙ୍କ ଲାଗି ଏକସୁରକ୍ଷିତ ସ୍ଥାନ ର ବ୍ୟବସ୍ଥା କରନ୍ତୁ | ଏକ ପେଟି ,ଚାଙ୍ଗୁଡ଼ି ବା ଏମିତି ଏକ ବସା ଯେଉଁଥିରେ ତାଙ୍କ କୋକୁନ ଭଲରେ ଲାଖି ରହିବ ,ତାହା ଟସର ପୋକ ଙ୍କ ଲାଗି ବିଶେଷ ଉପଯୋଗୀ |

କୋକୁନ ହେଲା ପରେ କଣ କରିବେ ?


ଏହି ପଦକ୍ଷେପ ହୁଏତ ସମସ୍ତ ଟସର ଚାଷୀ ଙ୍କ ଲାଗି କଷ୍ଟଦାୟକ ହୋଇପାରେ ହେଲେ ଏହାର କୌଣସି ଅନ୍ୟ ବିକଳ୍ପ ନାହିଁ |ଟସର ପୋକ କୋକୁନ ତିଆରି କରି ସରିଲା ପରେ ସେହି କୋକୁନ କୁ ସିଝାଇ ବା ବାମ୍ଫ ଦେଇ ତା ମଧ୍ୟରେ ଥିବା ପୋକ କୁ ମାରିବାକୁ ପଡିବ |ଯଦି ପୋକ କୁ ସେଥି ମଧ୍ୟରୁ ପ୍ରଜାପତି ହୋଇ ବାହାରିବା ଯାଏ ଅପେକ୍ଷା କରାଯାଏ ତେବେ ସମୟାନୁକ୍ରମେ ପୋକ ଏକ ଏଞ୍ଜାଇମ କ୍ଷରଣ କରେ ଯାହା ରେଶମ ବା କୋକୁନ ସୁତା କୁ ଦୁର୍ବଳ କରିଦିଏ ତେଣୁ ଏଥିରୁ ଭଲ ରେଶମ ଅମଳ ହୁଏ ନାହିଁ |

tasar cocoons

ରେଶମ ସୁତା କିପରି ବୁଣିବେ ?


ପୋକ ମାନେ ମରିଗଲା ପରେ ଏକ ସହ ବହୁଳ ମାତ୍ରା ରେ କୋକୁନ କୁ ଗରମ ପାଣି ରେ ପୁଣି ଥରେ ବୁଡାଇ ସେଇଥିରୁ ଧୀରେ ଧୀରେ ରେଶମ ସୁତା ତିଆରି କରଯେ |ଗରମ ପାଣି ରେ ବୁଡି ରହିଲେ ସେହି କୋକୁନ ରୁ ରେଶମ ଢିଲା ହୋଇଯାଏ |ବହୁ ଗୁଡ଼େ ରେଶମ ରୁମ ରେ ଗୋଟେ ରେଶମ ସୁତା ତିଆରି ହୁଏ |

ପୋକ ର କରିବେ କଣ ?


ଏତେ ଗୁଡ଼େ ମରିଯାଇଥିବା ଟସର ପୋକ କୁ ଫୋପାଡ଼ି ଦିଅନ୍ତୁ ନାହିଁ |ଏମାନେ ପ୍ରୋଟିନ ର ଏକ ଅନ୍ୟତମ ମାଧ୍ୟମ |ରେଶମ ଚାଷ ସହ ମାଛ ଚାଷ କରନ୍ତୁ |ଟସର ପୋକ ଦ୍ୱାରା ନିଷ୍କାସିତ ମଳ ମାଛ ମାନେ ଖାଇଥାନ୍ତି ଏବଂ ଏହି ମଲା ପୋକ କୁ କୁକୁଡ଼ା ବା ମାଛ ମାନଙ୍କୁ ଖାଇବାକୁ ଦେଇପାରିବେ |ପୋଖରୀ ରେ ମାଛ ଚାଷ କଲା ବେଳେ ପୋଖରୀ ହୁଡ଼ା ରେ ମଲବେରୀ ଗଛ ଲଗାନ୍ତୁ |ରେଶମ ଚାଷ କୁ ବାହାରିଥିବା ଆବର୍ଜନା କୁ ଗଛ ରେ ଖତ ଭାବେ ଦେଇପାରିବେ

Share your comments


CopyRight - 2019 Krishi Jagran Media Group. All Rights Reserved.