1. ମତ୍ସ୍ୟ ଓ ପଶୁ ପାଳନ

ହରନାଳୀ ମେଣ୍ଢା ବିଷୟରେ ବିଶେଷ ସୂଚନା, ଆପଣ ଜାଣନ୍ତୁ !!

ଏମିତିରେ ଦୁନିଆରେ ବହୁ ପ୍ରଜାତିର ମେଣ୍ଢା ଅଛନ୍ତି କିନ୍ତୁ ହରନାଳୀ ମେଣ୍ଢା ବାକି ଅନ୍ୟ ମେଣ୍ଢା ପ୍ରଜାତି ଠାରୁ ଅଲଗା ଅଟନ୍ତି। ଏମାନଙ୍କ ପ୍ରମୁଖତା, ପରିଚୟ ଏବଂ ଗୁଣ ଅନ୍ୟ ମେଣ୍ଢାଙ୍କ ଠାରୁ ଏମାନଙ୍କୁ ଅଲଗା ରଖେ । ଆପଣମାନଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଦେଶୀ ଆଉ ବିଦେଶୀ ମେଣ୍ଢାଙ୍କ ସମ୍ପର୍କ କରାଇ ଏମାନଙ୍କର ତିନି ଅଲଗା ଅଲଗା ପ୍ରଜାତି ସୃଷ୍ଟି କରାଯାଇଛି ।

Sugyan Kumar Nayak
Sugyan Kumar Nayak
Harnali Sheep

Harnali Sheep

ଏମିତିରେ ଦୁନିଆରେ ବହୁ ପ୍ରଜାତିର ମେଣ୍ଢା ଅଛନ୍ତି କିନ୍ତୁ ହରନାଳୀ ମେଣ୍ଢା ବାକି ଅନ୍ୟ ମେଣ୍ଢା ପ୍ରଜାତି ଠାରୁ ଅଲଗା ଅଟନ୍ତି। ଏମାନଙ୍କ ପ୍ରମୁଖତା, ପରିଚୟ ଏବଂ ଗୁଣ ଅନ୍ୟ ମେଣ୍ଢାଙ୍କ ଠାରୁ ଏମାନଙ୍କୁ ଅଲଗା ରଖେ । ଆପଣମାନଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଦେଶୀ ଆଉ ବିଦେଶୀ ମେଣ୍ଢାଙ୍କ ସମ୍ପର୍କ କରାଇ ଏମାନଙ୍କର ତିନି ଅଲଗା ଅଲଗା ପ୍ରଜାତି ସୃଷ୍ଟି କରାଯାଇଛି । ହରନାଳୀ ମେଣ୍ଢା - ନାଲି, ମେରିନୋ ଆଉ କେରିଡେଲ ମେଣ୍ଢାଙ୍କ ସମ୍ପର୍କ ଦ୍ଵାରା ସୃଷ୍ଟି କରାଯାଇଛି । ଯେହେତୁ ଆରମ୍ଭରୁ ଏହି ତିନି ପ୍ରଜାତିର ମେଣ୍ଢାଙ୍କ ସଂସ୍ପର୍ଶରେ ଏହି ପ୍ରଜାତି ସୃଷ୍ଟି କରା ଯାଇଥିଲା, କିନ୍ତୁ ପର ସମୟରେ ଏମାନେ ନିଜ ଭିତରେ ସମ୍ପର୍କ ରଖି ନିଜ ବଂଶକୁ ଆଗକୁ ବଢାଇଲେ, ତାହା ସତ୍ତ୍ୱେ ଏମାନଙ୍କ ସଂଖ୍ୟା ଏବେବି ବହୁତ କମ ଅଛି । ଏବେ ଏମାନେ କେବଳ ହରିୟାଣାର ହିସାର ଏବଂ ଏହାର ଆଖ ପାଖ ଅଞ୍ଚଳରେ ରୁହନ୍ତି କିନ୍ତୁ ଏମାନଙ୍କ ପ୍ରଜାତି ଆଗକୁ ଆହୁରି ଅଧିକ ବଢିବାର ଆକଳନ କରାଯାଉଛି । ଯେହେତୁ ଏହା  ଉପରେ ଏବେ ବି ପରୀକ୍ଷା ନିରୀକ୍ଷା ଚାଲିଛି ଯେ ହରନାଳି ମେଣ୍ଢା ଅନ୍ୟ ମେଣ୍ଢା ତୁଳନାରେ ଉଚ୍ଚମାନର ଅଟେ, ଏହା ମେରିନୋ ମେଣ୍ଢା ଅନୁସାରେ ଅଧିକ ମାତ୍ରାରେ ଉଲ ଆଉ କ୍ଷୀର ଦିଅନ୍ତି । ଆଉ ଏମାନଙ୍କର କ୍ଷୀର ଗୁଣବତ୍ତା ଅତ୍ୟନ୍ତ ଉତ୍ତମ ଅଟେ।

ହରନାଳୀ ମେଣ୍ଢା କେଉଁ ଠାରେ ମିଳନ୍ତି

ଆରମ୍ଭରୁ ମାନବ ସଭ୍ୟତାର ବିକାଶରେ ମେଣ୍ଢାମାନଙ୍କର ମୁଖ୍ୟ ଭୂମିକା ରହି ଆସିଛି, କିନ୍ତୁ ହରନାଳି ମେଣ୍ଢାକୁ ଏବେ ବେଶୀ ସମୟ ହୋଇନାହିଁ, ସେଥି ପାଇଁ ବେଶୀ ଲୋକ ଏହି ମେଣ୍ଢା ବିଷୟରେ ପରିଚିତ ନୁହଁନ୍ତି । ବର୍ତ୍ତମାନ ସମୟରେ ଏହି ପ୍ରଜାତିର ମେଣ୍ଢା ହରିୟାଣାର ହିସାରରେ ପାଇପାରିବେ, କାରଣ ଏଠାକାର ପରିବେଶ ଏହି ମେଣ୍ଢାମାନଙ୍କ ପାଇଁ ସମ୍ପୂର୍ଣ୍ଣ ଅନୁକୂଳ ରହି ଆସିଛି କିନ୍ତୁ ଏବେ ଏମାନେ ଧୀରେ ଧୀରେ ଅନ୍ୟ ପରିବେଶ ସହ ନିଜକୁ ଖାପ ଖୁଆଉଛନ୍ତି ।

ପୋଷଣ ଏବଂ ଚାରାର  ପରିଚାଳନା

ଆପଣମାନଙ୍କ ମନରେ ଏହି ପ୍ରଶ୍ନ ଆସୁଥିବ କି ଯେ ଏହି ପ୍ରଜାତିର ମେଣ୍ଢା ଅଲଗା ଅଲଗା ପ୍ରଜାତିର ମିଶ୍ରଣରେ ସୃଷ୍ଟି ହୋଇଥିବାରୁ ଏମାନଙ୍କ ଖାଦ୍ୟ ବି ଅଲଗା ଅଲଗା ହୋଇପାରେ, କିନ୍ତୁ ଏମିତି ଆଦୌ ନୁହେଁ। ଏମାନଙ୍କୁ ମଧ୍ୟ ଅନ୍ୟ ମେଣ୍ଢାମାନଙ୍କ ପରି ଖାଦ୍ୟ ଦିଆଯାଏ, ଏମାନଙ୍କ ଖାଦ୍ୟରେ ମୁଖ୍ୟତଃ କଅଁଳିଆ ଘାସ, ପତ୍ର, ଝାଟି, ଚାରା ଈତ୍ୟାଦି। ଯେହେତୁ ଆମେ ଏମାନଙ୍କୁ ଅନ୍ୟ ମେଣ୍ଢା ଠାରୁ ଅଲଗା କହି ପାରିବାନି, କିନ୍ତୁ ସମ୍ପୂର୍ଣ୍ଣ ରୂପରେ ଏମାନଙ୍କ ପରି କହି ପାରିବାନି । କେତେକ ତୁଳନା ଅନୁସାରେ ଏମାନେ ଅନ୍ୟ ମେଣ୍ଢାମାନଙ୍କ ଠାରୁ ଅଲଗା ଅଟନ୍ତି, ଯେମିତି କି ଅନ୍ୟ ମେଣ୍ଢାମାନଙ୍କ ତୁଳନାରେ ଏମାନେ ଅଧିକ ଉଲ ଦିଅନ୍ତି ଏବଂ ଅଧିକ କ୍ଷୀର ମଧ୍ୟ ଦିଅନ୍ତି। ଯାହା ଦ୍ଵାରା ଏସବୁ ପଶୁପାଳକ ଏମାନଙ୍କ ପାଇଁ ଅଧିକ ଲାଭର ସୁଯୋଗ ଆଣିଥାଏ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ