1. ମତ୍ସ୍ୟ ଓ ପଶୁ ପାଳନ

ପ୍ରଥମ ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ -୨୦୨୪

ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ମତ୍ସ୍ୟ-ପ୍ରାଣୀ ସମାବେଶ l ଯେଉଁଠି ଏକାଠି ହେବେ ରାଜ୍ୟର ସମସ୍ତ ମତ୍ସ୍ୟ ଓ ପ୍ରାଣୀପାଳକ l

Tanushree Mahapatra
Tanushree Mahapatra
state level fisheries and animal fest 2024

state level fisheries and animal fest 2024

ଗତକାଲି ଠାରୁ ଆରମ୍ଭ ହୋଇଛି ମତ୍ସ୍ୟ-ପ୍ରାଣୀ ମେଳା ତଥା ସମାବେଶ l ରାଜ୍ୟ ପ୍ରାଣୀ ବିଭାଗ ମିଳିତ ଉଦ୍ୟମରେ ଏହା ଆୟୋଜିତ କରାଯାଇଛି l ଗତକାଲି ଭୁବନେଶ୍ୱର ଜନତା ମଇଦାନରେ ଉଦଘାଟିତ ହୋଇଛି ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା ୨୦୨୪ । କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି ମେଳା  ୧୮ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ଚାଲିବ ।

ଚଳିତବର୍ଷର ବିଷୟବସ୍ତୁ ‘ କଲେ ମତ୍ସ୍ୟ-ପ୍ରାଣିପାଳନ, ଆୟ ହୋଇବ ବହୁଗୁଣ ’ । ସମାବେଶକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିଛିବର୍ଷ ହେବ ମାଛଚାଷ ଓ ପ୍ରାଣି ପାଳନ ସଂପ୍ରତି ମହିଳାଙ୍କୁ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ଏବଂ ସଶକ୍ତ କରିବାରେ ବିଶେଷ ଭୂମିକା ଗ୍ରହଣ କରିଛି ।

ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ରାଜ୍ୟ ସରକାର ଜେଣ୍ଡର ବଜେଟିଂ କାର୍ଯ୍ୟକାରୀ ମଧ୍ୟ କରୁଛନ୍ତି । ଏହା ଅନ୍ତର୍ଗତ କିଛି କାର୍ଯ୍ୟକ୍ରମର ମୋଟ ୧୦୦ ପ୍ରତିଶତ ଏବଂ ଆଉ କିଛି କାର୍ଯ୍ୟକ୍ରମରେ ଅତି କମରେ ୩୦% ପ୍ରତିଶତ କେବଳ ମହିଳାଙ୍କ ପାଇଁ କାର୍ଯ୍ୟକାରୀ କରାଯିବ । ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିଭାଗ ରାଜ୍ୟର ବିକାଶ ଓ ଚାଷୀଙ୍କ ଆୟକୁ ବହୁଗୁଣିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି । ଉତ୍ପାଦନ ଏବଂ ଉତ୍ପାଦକତା ବୃଦ୍ଧି ମାଧ୍ୟମରେ ଚାଷୀ, ଚାଷୀ ଉଦ୍ୟୋଗୀ ଏବଂ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ପାଇଁ ଅଭିବୃଦ୍ଧିର ପରବର୍ତ୍ତୀ ସ୍ତର ଭାବରେ ରାଜ୍ୟ ସରକାର ଏହି କ୍ଷେତ୍ରକୁ ଚିହ୍ନଟ କରିଛନ୍ତି ଯାହା ଆୟ ପ୍ରଦାନ କରୁଛି । ରିପୋର୍ଟ ଅନୁଯାୟୀ ରାଜ୍ୟରେ ମତ୍ସ୍ୟ ଚାଷରେ ଓଡ଼ିଶାର ସ୍ଥାନ ତୃତୀୟ ଥିବା ବେଳେ ଭାରତ ୩ ୟ ସ୍ଥାନରେ ରହିଛି ।

ରାଜ୍ୟରେ ସରକାରଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ମଧ୍ୟ କରିଛନ୍ତି । ଏଥିସହ ନିଜ ଗୃହ ପାଖରେ ପ୍ରାଣୀ ଚିକିତ୍ସା ସେବା ଯୋଗାଇ ମଧ୍ୟ ଦିଆଯାଇଛି । ଏସଏଚଜି ମହିଳା ମାନେ ମାଛ ଚାଷ କରି ଲାଭବାନ ମଧ୍ୟ ହେଉଛନ୍ତି । ଏଥିରେ ପ୍ରାୟ ୧୧ ହଜାର ମିଶନ ଶକ୍ତି ଗୃପ୍ ଓ ୫୦ ହଜାର ମାଛ ଚାଷୀ ଲାଭ ପାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଗତକାଲି ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣିସଂପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଭାଗୀୟ ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ, ଓୟୁଏଟି କୁଳପତି ପ୍ରଭାତ ରାଉଳ ନିଜ ନିଜ ମତ ରଖିଥିଲେ । ସମାବେଶରେ ଯୋଗ ଦେଇଛନ୍ତି ପ୍ରାୟତଃ ୬ ହାଜରରୁ ଉର୍ଦ୍ଧ୍ବ ମତ୍ସ୍ୟଚାଷୀ ଓ ପ୍ରାଣିପାଳକ । ସମାବେଶରେ ପ୍ରାୟ ୪୦୦ ଷ୍ଟଲ ପ୍ରଦର୍ଶିତ ହୋଇଥିବା ସହ ୧୨ ଟି ଆଲୋଚନା ଚକ୍ର ଅନୁଷ୍ଠିତ ହେବାର ଯୋଜନା ରହିଛି ।

Profitable goat farming: ଅଧିକ କ୍ଷୀର ଓ ମାଂସ ଉତ୍ପାଦନ କିପରି କରିବେ ?

PM-MKSSY : କ'ଣ ଏହି ଯୋଜନା ଏବଂ କେଉଁମାନେ ପାଇବେ ଲାଭ ?

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments