1. ମତ୍ସ୍ୟ ଓ ପଶୁ ପାଳନ

IVF କ୍ଷେତ୍ରରେ ବିହାର ଆନିମଲ୍ ୟୁନିଭର୍ସିଟିର ସଫଳତା

ଆଜି ପର୍ଯ୍ୟନ୍ତ ଆପଣମାନେ IVF ପ୍ରଣାଳୀରେ ମଣିଷ ଶିଶୁ ଜନ୍ମ ହେବାର ଜାଣିଥିବେ, କିନ୍ତୁ ଆପଣମାନେ କେବେ ଭାବି ଥିଲେ କି ଯେ ବିଜ୍ଞାନ ଏତେ ଉନ୍ନତ ହୋଇଛି ଯେ, କେବଳ ମଣିଷ ନୁହେଁ କିନ୍ତୁ ପଶୁ ଛୁଆ ବି IVF ପ୍ରଣାଳୀରେ ପ୍ରଜନନ କରି ପାରିବ ।

Sugyan Kumar Nayak
Sugyan Kumar Nayak

ଆଜି ପର୍ଯ୍ୟନ୍ତ ଆପଣମାନେ IVF ପ୍ରଣାଳୀରେ ମଣିଷ ଶିଶୁ ଜନ୍ମ ହେବାର ଜାଣିଥିବେ, କିନ୍ତୁ ଆପଣମାନେ କେବେ ଭାବି ଥିଲେ କି ଯେ ବିଜ୍ଞାନ ଏତେ ଉନ୍ନତ ହୋଇଛି ଯେ, କେବଳ ମଣିଷ ନୁହେଁ କିନ୍ତୁ ପଶୁ ଛୁଆ ବି IVF ପ୍ରଣାଳୀରେ ପ୍ରଜନନ କରି ପାରିବ । ଯଦି ଆପଣ ମନକୁ  ଆମ କଥାରେ ଭରସା ନ ଆସୁଛି ତେବେ ଆପଣ ବିହାର ଆନିମଲ ୟୁନିଭର୍ସିଟିରେ ଦେଖିବେ ଯେଉଁଠାରେ ଏହି ଅଦ୍ଭୁତ କାମ କରି ପାରିଛନ୍ତି । ବିହାରର ଏହି ଆନିମଲ ୟୁନିଭର୍ସିଟି IVF ମାଧ୍ୟମରେ ଗାଈର ବାଛୁରି ଜନ୍ମ କରିଛନ୍ତି ।

ବିହାର ଆନିମଲ ୟୁନିଭର୍ସିଟି

ବିହାର ୟୁନିଭର୍ସିଟି tweeter ମାଧ୍ୟମରେ ନିଜେ ଏହି କଥା ଜଣାଇଛି, ଯେଉଁଥିରେ ସେ କହିଛନ୍ତି ଯେ ବିଶ୍ଵ ବିଦ୍ୟାଳୟର ETT ଏବଂ IVF ପ୍ରୟୋଗଶାଳାରେ ପ୍ରଥମ ଥର ଗାଈର ବାଛୁରି ଜନ୍ମ ନେଇଛି, ଏହା ସମ୍ପୂର୍ଣ୍ଣ ବିହାର ପାଇଁ ଗୌରବର କଥା ଅଟେ । ୨୦୧୯ରେ ଭାରତ ସରକାରଙ୍କର ମହାନ ପରିଯୋଜନା ଅନୁଯାଇ ଭୃଣ ପ୍ରତ୍ୟାରୋପଣ ସହ IVFର ସ୍ଥାପନା ହୋଇଥିଲା, ବିହାର ପାଇଁ ଏହା ପ୍ରଥମ ଥର ହୋଇଥିଲା ଆନିମଲ ୟୁନିଭର୍ସିଟିର ପ୍ରୟୋଗଶାଳାର ପରିଣାମ ସ୍ୱରୂପ ଗାଈ IVF ମାଧ୍ୟମରେ ବାଛୁରି ଜନ୍ମ ଦେଇଥିଲା । ଏହା ବ୍ୟତୀତ ଆନିମଲ ୟୁନିଭର୍ସିଟିରେ ରାଷ୍ଟ୍ରୀୟ ଗୋକୁଳ ମିଶନ ଅନୁଯାୟୀ IVF ପାଇଁ ପ୍ରୟୋଗଶାଳା ସ୍ଥାପିତ ହୋଇସାରିଥିଲା ।

IVF ପ୍ରଣାଳୀ କଣ

ଆଇଭିଏଫ ଏକ ବୈଜ୍ଞାନିକ ପ୍ରଣାଳୀ ଅଟେ, ଯେଉଁଥିରେ ପ୍ରତ୍ୟେକ ଲୋକ କୌଣସି କାରଣ ବଶତଃ ବାପା-ମା ହେବାରୁ ବଞ୍ଚିତ ଥାଆନ୍ତି, ସେଇମାନେ ଏହି ପ୍ରଣାଳୀ ମାଧ୍ୟମରେ ବାପା-ମା ହେବାର ସୁଖ ପାଇ ପାରନ୍ତି, ଏହି ପ୍ରଣାଳୀ ପ୍ରଥମେ ୧୯୭୮ରେ ଇଂଲଣ୍ଡରେ ଉପଯୋଗ ହୋଇଥିଲା, ଏହି ପ୍ରଣାଳୀରେ ମହିଳାଙ୍କର ଡିମ୍ବାଣୁ ଏବଂ ପୁରୁଷଙ୍କର ଶୂକ୍ରାଣୁ ସମ୍ପର୍କକୁ ଅଣାଯାଏ, ଯେତେବେଳେ ଭୃଣ ସୃଷ୍ଟି ହୁଏ ତାହା ପରେ ଏହାକୁ ପୁଣି ଗର୍ଭାଶୟରେ ରଖି ଦିଆଯାଏ । ପ୍ରଥମେ ଏହା କେବଳ ମଣିଷର ପ୍ରଜନନ କ୍ଷେତ୍ରରେ ବ୍ୟବହାର ହେଉଥିଲା, କିନ୍ତୁ ଏବେ ଏହା ପଶୁମାନଙ୍କ ଉପରେ ପ୍ରଜନନ ପାଇଁ ବ୍ୟବହାର ହେଉଛି । ଅନେକ ପଶୁମାନେ ମଧ୍ୟ ପିଲା ଜନ୍ମ କରିବାକୁ ଅସମର୍ଥ ଅଟନ୍ତି, ଏହାକୁ ଧ୍ୟାନରେ ରଖି ସରକାରଙ୍କ ଦ୍ଵାରା ହୋଇଥିବା ଏହି ପ୍ରୟାସ ବହୁତ ଫଳପ୍ରଦ ହୋଇଛି । ଏହା ଦ୍ଵାରା ପଶୁମାନଙ୍କର ଅଭାବ ଦୂର ହୋଇଛି ଏବଂ ଚାଷୀ ମାନଙ୍କର ରୋଜଗାରରେ ଉନ୍ନତି ହେବାର ଦେଖା ଦେଇଛି ।

ରାଷ୍ଟ୍ରୀୟ ଗୋକୁଳ ମିଶନ ଯୋଜନା

୨୦୧୯ ରେ କେନ୍ଦ୍ର ସରକାର “ରାଷ୍ଟ୍ରୀୟ ଗୋକୁଳ ମିଶନ ଯୋଜନା”ର ଶୁଭାରମ୍ଭ କରିଥିଲେ, ଏହି ଯୋଜନାର ଆରମ୍ଭ କରିବାର ମୁଖ୍ୟ ଉଦ୍ଦେଶ୍ୟ ଏହି କି ଯେ ପଶୁ ପାଳନ କରୁଥିବା ଲୋକମାନଙ୍କର ରୋଜଗାରର ଉନ୍ନତି କରାଇବା ତଥା ପଶୁମାନଙ୍କ ପ୍ରଜାତିର ସୁଧାର କରିବା, ଏହି ଯୋଜନା ଅନୁଯାଇ ପଶୁମାନଙ୍କୁ ସରଂକ୍ଷିତ କରିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଉଛି।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments