ମରୁଭୂମି ରେ ଦେଖାଯାଉଥିବା ସମସ୍ତ ଗଛ ମାନଙ୍କ ମଧ୍ୟରୁ ସର୍ବାଧିକ କ୍ୟାକ୍ଟସ ଦେଖିବାକୁ ମିଳିଥାଏ |ତେବେ ଏହି ଗଛ କୁ ଘରେ ସୋଭପ୍ରଦ ବୃକ୍ଷ ଭାବେ ମଧ୍ୟ ରଖାଯାଏ ହେଲେ ଏହା ଏକ ଉତ୍ତମ ଗୋଖାଦ୍ୟ |ଏହା ଦ୍ୱାରା ଚାଷୀ କୁ ଅଧିକ ଖର୍ଚ୍ଚାନ୍ତ ମଧ୍ୟ ହେବାକୁ ପଡେ ନାହିଁ |ଏକ ବିଶେଷ ପ୍ରଜାତି ର କ୍ୟାକ୍ଟସ ଯେଉଁଥିରେ ସାଧାରଣ କ୍ୟାକ୍ଟସ ପରି କଣ୍ଟା ନଥାଏ ତାହାକୁ ଗୋଖାଦ୍ୟ ଭାବେ ବ୍ୟବହାର କରିପାରିବେ |
ଅପୁନସିଆ ଫାଇକସ ନାମକ ଏହି କ୍ୟାକ୍ଟସ ଗଛକୁ ପୁନେ ସ୍ଥିତ ବି.ଏ.ଏଇ.ଏଫ ଡେଭେଲପମେଣ୍ଟ ରିସର୍ଚ୍ଚ ଫାଉଂଡେସନ ଗୋଖାଦ୍ୟ ଭାବେ ବ୍ୟବହାର କରିବା ର ତଥ୍ୟ କୁ ଲୋକଲୋଚନା କୁ ଆଣିବାକୁ ପ୍ରୟାସ ଜାରି ରଖିଛି |ଏହି ବିଶେଷ କ୍ୟାକ୍ଟସ ପ୍ରଜାତି ମଣିଷ ଖାଦ୍ୟ ଯୋଗୀ ମଧ୍ୟ |କଣ୍ଟା ଶୂନ୍ୟ ଏହି କ୍ୟାକ୍ଟସ କୁ ଶୁଖା ଏବଂ ମରୁଡ଼ିୟା ତଥା ମରୁଭୂମି ରେ ଦେଖିବାକୁ ମିଳିଥାଏ | ବିଶେଷ ଭାବେ ଏହାକୁ ମେକ୍ସିକୋ ରେ ଖାଦ୍ୟ ଭାବେ ପ୍ରକ୍ରିୟାକରଣ ପରେ
ବ୍ୟବହାର କରାଯାଏ |ଏଥିରୁ ଜାମ ଏବଂ ଜେଲି,ଏବଂ କୋଲନଚି ନାମକ ଏକ ନିଶା ଦ୍ରବ୍ୟ ମଧ୍ୟ ମଧ୍ୟ ତିଆରି ହୁଏ
ଏହାର ଉପାଦେୟତା :
-ଏହାର ଜଳ ସଂରକ୍ଷଣ କରିବାର କ୍ଷମତା ବେଶ ଅଧିକ ,ତେଣୁ ଜଳସେଚନ ର ଆବଶ୍ୟକତା ନ ଥାଏ କହିଲେ ଭୁଲ ହେବ ନାହିଁ |
-ଏହା ଅଧିକ ବର୍ଷା ହେଲେ ମଧ୍ୟ ଭଲ ଅମଳ ଦେଇ ପରେ |ଜଳ ର ଉଚିତ ଉପଯୋଗ କରି ପ୍ରତି ବର୍ଷ ଜଳ ର ପ୍ରତି ଏମ.ଏମ , ୪୦ କି.ଗ୍ରା ଡ୍ରାଇ ମ୍ୟାଟର ଉତ୍ପାଦିତ ହୋଇଥାଏ |ତେଣୁ ଗଛ ଶୀଘ୍ର ବଢେ ଏବଂ ଏଥିରେ ଅଧିକ ପୋଷଣ ମଧ୍ୟ ରହିଥାଏ |
-ଖୁବ କମ ରକ୍ଷଣା ଭକ୍ଷଣ ରେ ମଧ୍ୟ ଏହା ଭଲ ଅମଳ ଦିଏ ତେଣୁ ଗୋଖାଦ୍ୟ ଉପଯୋଗୀ ଗ୍ରୀନ ଫୋଡାର ର ଏହା ଏକ ଉତ୍ତମ ବିକଳ୍ପ ଭାବେ ଚୟନ କରାଯାଇପାରିବ |
-ସମ୍ପୂର୍ଣ ଗଛ କୁ ଆପଣ ଗୋଖାଦ୍ୟ ଭାବେ ପ୍ରୟୋଗ କରିପାରିବେ |ଗଛ ର କୌଣସି ଅଂଶ ନଷ୍ଟ ହେବ ନହିଁ |
-ଅନ୍ୟ ଗୋଖାଦ୍ୟ ଯୋଗ୍ୟ ଘାସ ବା ଫସଲ ପରି ଏଥିରେ ମଧ୍ୟ ପୋଷକ ତତ୍ୱ ରହିବା ସାଙ୍ଗରେ ,ଭିଟାମିନ ଏ ମଧ୍ୟ ଭରପୁର ରହିଛି |
-ଏହା ସବୁ ପ୍ରକାର ମାଟି ରେ ଚାଷ କରାଯାଇପାରିବ ଏବଂ ଏହା ସହ ମୃତିକା କ୍ଷୟ ହୋଇସାରିଥିବ ଜମି ରେ ଏହାକୁ ଚାଷ କଲେ ଜମି ର ଉର୍ବରତା ବୃଦ୍ଧି ହୋଇଥାଏ |ମୃତିକା କ୍ଷୟ କୁ ମଧ୍ୟ ବିରୋଧ କରିବାରେ ଏହା ସକ୍ଷମ |
କେନ୍ଦ୍ର ର ବରିଷ୍ଠ ଏକସିକ୍ୟୁଟିଭ ରବି ଟୋଟେ କହିଛନ୍ତି ଯେ ଉରୁଲି କାଞ୍ଚନ ରେ ହୋଇଥିବା ପ୍ରଶିକ୍ଷଣ ରେ ଏହି କ୍ୟାକ୍ଟସ ଗୋଖାଦ୍ୟ ଭାବେ ବେଶ ଭଲ କାର୍ଯ୍ୟକାରୀ ହୋଇପାରିଛି ଏବଂ ସ୍ୱଳ୍ପ ବ୍ୟୟ ରେ ଗୋଖାଦ୍ୟ ଚାହୁଁଥିଲେ ଏହା ଏକ ଉତ୍ତମ ଉପାୟ |
Share your comments