1. ମତ୍ସ୍ୟ ଓ ପଶୁ ପାଳନ

ଗାଈଙ୍କ ଲାଗି ଶୌଚାଳୟ !

ଗାଈଙ୍କ ଲାଗି ଶୌଚାଳୟ !

KJ Staff
KJ Staff

ମଣିଷଙ୍କ ପାଇଁ ଶୌଚାଳୟ କଥା ହୁଏତ ଆପଣ ଶୁଣିଥିବେ ତେବେ ନେଦରଲ୍ୟାଣ୍ଡସ ଏପରି ଏକ ଦେଶ ଯେଉଁଠାରେ ଗାଈ ମାନଙ୍କ ପାଇଁ ଶୌଚାଳୟ ର ବ୍ୟବସ୍ଥା କରାଯାଉଛି |
ଅସଲରେ ,ଗୋମୂତ୍ରରେ ଥିବା ଆମୋନିଆ ରୁ ସେଠାରେ ପ୍ରଦୂଷଣ ବ୍ୟାପକ ହେଉଥିବାରୁ ଏହାକୁ ରୋକିବା ଲାଗି ବ୍ୟଜ୍ଞାନିକ ମାନେ ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି |
ବୈଜ୍ଞାନିକ ହେଙ୍କ ହେନ୍ସକ୍ୟାମ୍ପ ନିଜ ଗବେଷଣା ରେ ଗୋମୂତ୍ର ଆମୋନୀଆ ପରିବେଶ ପ୍ରତି କ୍ଷେତିକାରକ ଏବଂ ବାୟୁ ପ୍ରଦୂଷଣ ବଢାଉଥିବା ଜାଣିବା ପରେ ଗାଈମାନଙ୍କ ଲାଗି ଏକ ନୂଆ ୟୁରିନାଲ ଡିଭାଇସ ପ୍ରସ୍ତୁତ କରିଛନ୍ତି

ଏହାକୁ ମଧ୍ୟ ସେ ନିଜ ଫାର୍ମହାଉସ ରେ ଲଗାଇଛନ୍ତି |ଏହି ଡିଭାଇସ ସହାୟତାରେ ପ୍ରାୟେ ୧୫ ରୁ ୨୦ ଲିଟର ଗୋମୂତ୍ର ପ୍ରତିଦିନ ସଂଗ୍ରହ କରାଯାଇପାରିବ |
ଯଦି ଭଲ ଭାବେ ଗାଈ କୁ ଶିଖାଯାଏ ତେବେ ସେମାନେ ମଧ୍ୟ ଶୌଚାଳୟ ବ୍ୟବହାର କରିବା ଶିଖି ପାରିବେ ବୋଲି କହିଛନ୍ତି ହେଙ୍

ସେମାନେ ଯଦି ମେସିନ ଲଗାଇ କ୍ଷୀର ଦୁହିଁବା ପ୍ରକ୍ରିୟା ସହ ଅଭ୍ୟସ୍ତ ହେଇପାରିବେ ତେବେ ଏହି ଶୌଚାଳୟ ସହ ମଧ୍ୟ ଅବୟସ୍ତ ହୋଇପାରିବେ ବୋଲି ହେଙ୍କ ମତ ଦିଅନ୍ତି |ଶୌଚାଳୟ ଯୋଜନାରେ ଗାଈମାନଙ୍କ ପଛପଟରେ ପାତ୍ର ଲଗାଇ ଦିଆଯାଏ |ଏଥିରେ ସେମାନେ ମଲା,ମୂତ୍ର ତ୍ୟାଗ କରନ୍ତି |୨୦୨୦ ସୁଦ୍ଧା ଏହି ଶୌଚାଳୟ ପାତ୍ର ବଜାରକୁ ଆସିଯିବ ବୋଲି କହିଛନ୍ତି ହେଙ୍କ |

 

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ