1. ମତ୍ସ୍ୟ ଓ ପଶୁ ପାଳନ

ଶ୍ରେଷ୍ଠ ୫ ଟି ମଇଁଷି !

ଶ୍ରେଷ୍ଠ ୫ ଟି ମଇଁଷି !

KJ Staff
KJ Staff

ଏମାନଙ୍କୁ ପାଳନ କଲେ ମିଳିବ ଅଧିକ ଲାଭ ..

ମଇଁଷି ପ୍ରଥମ ଥର ଲାଗି ଭାରତ ର ଆସାମ ଏବଂ ତାର ନିକଟବର୍ତୀ ସ୍ଥାନ ରେ ଦେଖିବାକୁ ମିଳିଥିଲେ ତେଣୁ ଭାରତ ସବୁଠାରୁ ଉନ୍ନତ ପ୍ରଜାତି ର ମଇଁଷି ମାନଙ୍କ ଘର କହିଲେ ଭୁଲ ହେବ ନାହିଁ |ଏହା ବ୍ୟତୀତ ଭାରତୀୟ ମଇଁଷି ପ୍ରଜାତି ମାନେ ଗାଈ ଠାରୁ ୩ ଗୁଣ ଅଧିକ କ୍ଷୀର ଦେଇ ଥିଲା ବେଳେ ଏମାନଙ୍କ ଦୁଗ୍ଧ ଗାଈ ଠାରୁ ଅଧିକ ପୋଷାକ ତତ୍ୱ
ରହିଛି |ଦେଶ ର ଦୁଗ୍ଧ ଉତ୍ପାଦନ ରେ ଅଧା ରୁ ଅଧିକ (୫୫%) ର ଅବଦାନ ମଇଁଷି ର ରହିଛି |

ତେବେ ଜାଣି ରଖନ୍ତୁ ଏହି ୫ ଟି ମଇଁଷି ପ୍ରଜାତି ଯାହା ଆପଣଙ୍କୁ ବେଶ ଅଧିକ ଲାଭବାନ କରିପାରିବ |

୧)ମୁରାହ:

ଏହାକୁ ଦେଲ୍ହୀ ,କୁଣ୍ଡି ଏବଂ କାଳୀ ମଇଁଷି ମଧ୍ୟ କୁହାଯାଏ |ବିଶେଷ କରି ହରୟାନ ର ରୋତକ ,ହିସାର ଏବଂ ଜିଁଡ଼ ଜିଲ୍ଲା ରେ ଦେଖିବାକୁ ମିଳୁଥିବା ଏହି ମଇଁଷି ପ୍ରଜାତି ର ରଙ୍ଗ ସମ୍ପୂର୍ଣ କଳା ହୋଇଥିଲା ବେଳେ ଶରୀର ର କିଛି ସ୍ଥାନ ରେ ଚିହ୍ନ ଦେଖିବାକୁ ମିଳିଥାଏ |
ସିଂଘ ସମ୍ପୂର୍ଣ ବଙ୍କା ଏବଂ ଶରୀର ଆକାର ବହୁତ ବଡ ଏବଂ ଶରୀର ତୁଳନାରେ ଅଂଟା ଚଉଡା|ଏହି ପ୍ରଜାତି ,ମଇଁଷି ର ଦୁଗ୍ଧ ସବୁଠାରୁ ଉତ୍ତମ ଏବଂ ଏହି ଥିରୁ ସର୍ବାଧିକ ଲହୁଣୀ ତିଆରି ହୋଇଥାଏ |ଦିନକୁ ଏମାନେ ହାରାହାରି ୬.୮ କି .ଗ୍ରା ର ଦୁଗ୍ଧ ଦେଇଥାନ୍ତି |

୨)ନୀଲୀ ରବି :

ରବି ନଦୀ ଏବଂ ପଂଜାବ ନିକଟବର୍ତୀ ସ୍ଥାନ ରେ ଦେଖିବାକୁ ମିଳୁଥିବାରୁ ଏହାର ନାମ ନୀଲୀ ରବି |ମୁଖ୍ୟତ ଏହାର ରଙ୍ଗ କଳା ମାତ୍ର ମଥା ,ମୁହଁ ,ଲାଞ୍ଜ ,ଗୋଡ ଇତ୍ୟାଦି ରେ ଧଳା ଚିହ୍ନ ଦେଖିବାକୁ ମିଳିଥାଏ |
ଶରୀର ମଧ୍ୟମ ଆକାର ର ହୋଇଥିଲା ବେଳେ ଏହି ପ୍ରଜାତି ର ମଇଁଷି ମାନଙ୍କର ଆଖି ଖୁବ ସୁନ୍ଦର |୪୫ -୫୦ ମାସ ବୟସ ରେ ଏମାନେ ପ୍ରଥମ ଥର ଲାଗି ଛୁଆ ଜନ୍ମ କରିଥନାଟି |ଏହି ପ୍ରଜାତି ର ମଇଁଷି ହାରାହାରି ଏହା ବର୍ଷକୁ ୧୫୦୦-୧୮୦୦ କି.ଗ୍ରା ର କ୍ଷୀର ଦେଇଥାଏ |

୩)ଭଡାଵରୀ:

ଏହି ପ୍ରଜାତି ର ମଇଁଷି ମାନେ ବିଶେଷ କରି ଉତ୍ତର ପ୍ରଦେଶ ର ଆଗ୍ରା ଏବଂ ଇଟାୱା ଜିଲ୍ଲା ରେ ଦେଖିବାକୁ ମିଳନ୍ତି |ମଧ୍ୟମ ଆକାର ର ଶରୀର ସହ ଏମାନଙ୍କ ଶରୀର ର ଅଗ୍ର ଭାଗ ତୁଳନାରେ ପଛ ଭାଗଅଧିକ ଉଞ୍ଚା |ଶରୀର ବ୍ରାଉନ ବା କପର ରଙ୍ଗ ର ହୋଇଥିଲା ବେଳେ ୨ ଟି ଧଳା ଗାର ସଦୃଶ ସେଭରନ ବେକ ରେଦେଖିବାକୁ ମିଳିଥାଏ |କଳା ରଙ୍ଗ ର ସିଂହ ହାଲ୍କା ଉପରକୁ ମୋଡି ହେବା ସହ ତଳକୁ ନଇଁ ଥାଏ ଏବଂ ପଛକୁ ଯାଏ |
ଏହାର ବଳଦ ବହୁତକାମ କରିପାରେ ଏବଂ ଏମାନେ ଗରମ ସ୍ଥାନ ରେ ବଞ୍ଚିପାରନ୍ତି |ବର୍ଷକୁ ଏମାନେ ୮୦୦ ରୁ୧୦୦୦ କିଗ୍ରା ର ଦୁଗ୍ଧ ଦେଇଥାନ୍ତି |

୪)ସୁର୍ତ୍ତି:

ଏହି ପ୍ରଜାତି ବିଶେଷ କରି ଗୁଜୁରାଟ ରେ ଦେଖିବାକୁ ମିଳିଥାଏ ଏବଂ ଏହାର ଶରୀର ହାଲ୍କା ଇଟା ବା କଳା ରଙ୍ଗ ର ହୋଇଥାଏ |ଏହି ପ୍ରଜାତି ର ମଇଁଷି ମାନଙ୍କ ଶରୀର ରେ ପାଟି ପାଖରେ ଏବଂ ବ୍ରିସକେଟ ପାଖରେ ଧଳା ରଙ୍ଗ ର ଚିହ୍ନ ଦେଖିବାକୁ ପାଇବେ |ଏମାନେ ବର୍ଷ କୁ ୯୦୦ ରୁ ୧୦୦୦ କି ଗ୍ରା ର ଦୁଗ୍ଧ ଉତ୍ପାଦିତ କରିଥାନ୍ତି |ଏହି ମଇଁଷି କ୍ଷୀର ରେ ବହୁତ ଅଧିକ ମାତ୍ରା ର ଫ୍ୟାଟ ରହିଥାଏ (୮ -୧୨ %)

୫)ମେହସାନା:

ଗୁଜୁରାଟ ଏବଂ ନିକଟବର୍ତୀ ମହାରାଷ୍ଟ୍ର ର କେତେକ ଜିଲ୍ଲା ରେ ଦେଖିବାକୁ ମିଳୁଥିବା ଏହି ପ୍ରଜାତି ଟି ବିଶେଷ କରି ଶଙ୍କର ଜାତି ର (ସୁର୍ତ୍ତି ଏବଂ ମୂରାହ ର ଶଙ୍କର ପ୍ରଜାତି ) ଏବଂ ଏହାର ମୁଣ୍ଡ ଲମ୍ବାଳିଆ ଏବଂ ଅଧିକ ଓଜନିଆ |ସିଂଘ ଗୋଳିଆ ହେବା ସହ କେବେ କେବେଅନ୍ୟ କିଛି ଆକାର ର ମଧ୍ୟ ହୋଇପାରେ |ଏମାନେ ମଧ୍ୟ ବର୍ଷକୁ ୧୨୦୦ ର ୧୫୦୦ କି.ଗ୍ରା ର କ୍ଷୀର ଦେଇଥାନ୍ତି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments