1. ମତ୍ସ୍ୟ ଓ ପଶୁ ପାଳନ

ଭାରତ ର ସର୍ବଶ୍ରେଷ୍ଠ ୫ ଟି କିସମ ର ଗାଈ ..

ଭାରତ ର ସର୍ବଶ୍ରେଷ୍ଠ ୫ ଟି କିସମ ର ଗାଈ ..

KJ Staff
KJ Staff

ଗାଈ କୁ ବିଭିନ କାରଣ ଲାଗି ଗୋ ମାତା କୁହାଯାଏ |ଏଠି ମଧ୍ୟରୁ ଏକ ଉତ୍ତମ ଓ ପୃଷ୍ଟିକର ଖାଦ୍ୟ ଯଥା ଦୁଗ୍ଧ ଏବଂ ଅନ୍ୟାନ୍ୟ ଦୁଗ୍ଧ ରୁ ନିର୍ମିତ ସାମଗ୍ରୀ ଯୋଗାଇ ସମସ୍ତଙ୍କ ପେଟ ପୋଷୁଥିବାରୁ ସେ ମା !ସେହିପରି ଚାଷ ,ଜମି ,ଏବଂ ଅମଳ ରେ ମଧ୍ୟ ସାହାଯ୍ୟ କରୁଥିବା ଏହି ପଶୁ କୁ ଗୋ ସମ୍ପଦ ମଧ୍ୟ କୁହାଯାଏ |ଆଜି ମଧ୍ୟ ହଳେ ଗାଈ ଥିଲା ଵାଲା ଦୁଗ୍ଧ ବ୍ୟାପାର କରି ଆନନ୍ଦ ରେ ଜୀବନ ଜାପାନ କରିପାରୁଛି |ତେବେ କେଉଁ କିସମ ର ଗାଈ ଅଧିକ ଫଳପ୍ରଦ ସେହି ବିଷୟରେ ନିଶ୍ଚିନ୍ତ ଜାଣି ରଖିବା ଉଚିତ |

ଏ ହେଉଛନ୍ତି ଭାରତ ର ସର୍ବାଧିକ ଅମଳ ଦେଉଥିବା ବ୍ରିଡ଼ ..


ଗିରି ଗାଈ :ଏ ହଉଚି ଭାରତ ର ସବୁଠାରୁ ପୁରୁଣା କିସମ |ଏହା ପ୍ରଭୁ ଶ୍ରୀ କୃଷ୍ଣ ଙ୍କ ସମୟରେ ମଧ୍ୟ ପାଳନ କର ଯାଉଥିବାର ମାନ୍ୟତା ରହିଛି |ତେବେ ବର୍ତମାନ ଏହା ଗୁଜୁରାଟ ,ମହାରାଷ୍ଟ୍ର ଏବଂ ରାଜେଶଥନ ରେ ବେଶୀ ଲୋକପ୍ରିୟ ହୋଇପାରିଛି |ସମ୍ପୂର୍ଣ ଦୁଗ୍ଧ ଉତ୍ପାଦନ ଚକ୍ର ରେ ଏହା ୧୨୦୦ ରୁ ୧୮୦୦ ଲିଟର ର କ୍ଷୀର ଦେବାରେ ଯୋଗ୍ୟ |ତେଣୁ ଏହା ଭାରତ ର ସର୍ବାଧିକ ଅମଳ ପ୍ରଦାନ କରୁଥିବା କିସମ ମଧ୍ୟରେ ଗଣାଯାଏ |

 


ହରିଆଣା :ହରିଆଣା ଅଞ୍ଚଳ ରୁ ଆସିଥବାରୁ ଏହାର ନାମ ହରିଆଣା ଗାଈ |ଦୁଗ୍ଧ ଉତ୍ପାଦନ ବ୍ୟତୀତ ଏମାନଙ୍କର ଶରୀର ର ଗଠନ ଏବଂ ସହାନଶକ୍ତି ବେଶ ଅଧିକ ତେଣୁ ଦୁଗ୍ଧ ଉତପଦନ ଚକ୍ରରେ ୧୫୦୦ ଲିଟର କ୍ଷୀର ଦେଇ ଏମାନେ ମଧ୍ୟ ଭାରତ ର ସର୍ବାଧିକ ଅମଳ ଦେଉଥିବା ଗୋ କିସମ ର ତାଲିକା ରେ ପଞ୍ଜିକରଣ କରିପାରିଛନ୍ତି |

ରେଡ ସିନ୍ଧି :ଏଇ କିସମ ମଧ୍ୟ ପାକିସ୍ଥାନ ରୁ ଆସିଛି ମାତ୍ର ଭାରତ ର ପଂଜାବ ଅଞ୍ଚଳରେ ରେ ଏହା ବେଶ ସୁନାମ ଅର୍ଜନ କରିଛି |ଦୁଗ୍ଧ ଉତ୍ପାଦନ ଚକ୍ର ରେ ଏହା ୧୨୦୦ ରୁ ୧୫୦୦ ଲିଟର ର ଉତ୍ତମ ମନ ର କ୍ଷୀର ଦେଇଥାଏ |

 

ସାହିୱାଲ :ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପାକିସ୍ଥାନ ରେ ପ୍ରଥମେ ଜନ୍ମ ଗ୍ରହଣ କରିଥିଲା ଏହି କିସମ |ମାତ୍ର ବର୍ଷ କୁ ୨୫୦୦ ଲିଟର ଦୁଗ୍ଧ ଉତ୍ପାଦନ କରୁଥିବାରୁ ଏହି ମଧ୍ୟ ବେଶ ଲୋକପ୍ରିୟ ହୋଇପାରିଛି |ଏହା ବ୍ୟତୀତ ଏମାନେ ବେଶ ଅଧିକ ଦିନ ଯାଏ କ୍ଷୀର ଦେଇଥାନ୍ତି |ତେଣୁ କ୍ଷୀର କମିବାର ସମ୍ଭାବନା ମଧ୍ୟ କମ ରହିଥାଏ |

 


ଥାରପାକର :ସର୍ବାଧିକ ଉତ୍ପାଦନ ଦେଉଥିବା ଏହି ବ୍ରିଡ଼ ପ୍ରକୃତ ରେ ପ୍ରଥମେ ପାକିସ୍ଥା ର ସିନ୍ଦ ଅଞ୍ଚଳ ରେ ଦେଖିବାକୁ ମିଳିଥିଲା |ଏହାର ଅନ୍ୟ ନାମ "ଧଳା ସିନ୍ଧି "|ପ୍ରକୃତିକ ଅସହାୟତା ବା ମରୁଡି ଏବଂ ଅଳ୍ପ ଏହାର ରେ ଜୀବନ ଅତିବାହିତ କରି ମଧ୍ୟ ଏହା ସମଗ୍ର ଉତ୍ପାଦନ ଚକ୍ର ମଧ୍ୟରେ ୧୭୫୦ ଲିଟର ଦୁଗ୍ଧ ଦେଇପାରେ |ମାତ୍ର ଭଲ ଭାବେ ଯତ୍ନ ନେଲେ ଏବଂ ଉତ୍ତମ ଖାଦ୍ୟ ଖାଇବାକ ଦେଲେ ଏହା ୩୦୦୦ ଲିଟର ର କ୍ଷୀର ମଧ୍ୟ ଯୋଗାଇପାରିବ |

 

 

ତେବେ କଣ ଭାବୁଛନ୍ତି /??ଅଧିକ ଜାଣିବା ଲାଗି ବା ଏହି ବିଷୟରେ ଅନ୍ୟ କୌଣସି ସୂଚନା ପାଇବା ଲାଗି କମେନ୍ଟ ବାକ୍ସ ରେ ଲେଖନ୍ତୁ

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments