
Veterinary Care in Remote Areas of Odisha, pic credit- www.pexels.com
ପଶୁପାଳନ ଏକ ରାଜ୍ୟ ବିଷୟ। ଭୌଗୋଳିକ ସ୍ଥିତି, ମହାମାରୀ ବିଜ୍ଞାନ, ପଶୁ ପ୍ରୋଫାଇଲ୍ ଇତ୍ୟାଦି ମାନଦଣ୍ଡ ଉପରେ ଆଧାର କରି ସେମାନଙ୍କ ଆବଶ୍ୟକତା ଅନୁଯାୟୀ ପ୍ରାଣୀ ଚିକିତ୍ସା ଡାକ୍ତରଖାନାର ପ୍ରତିଷ୍ଠା ଏବଂ କର୍ମଚାରୀ ନିଯୁକ୍ତି ସମ୍ପୃକ୍ତ ରାଜ୍ୟ ଦ୍ୱାରା କରାଯାଏ। ଓଡ଼ିଶାରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଓଡ଼ିଶା (Odisha)ରେ ୫୪୧ଟି ପ୍ରାଣୀ ଚିକିତ୍ସା ଡାକ୍ତରଖାନା ଅଛି, ଯେଉଁଥିରୁ ୧୨୬ଟି ଆଦିବାସୀ ଅଞ୍ଚଳରେ ଅଛି।
ଏହା ବ୍ୟତୀତ, ଆଦିବାସୀ ଅଞ୍ଚଳରେ ୧୨୧ ସମେତ ମୋଟ ୩୧୪ ମୋବାଇଲ ପ୍ରାଣୀ ଚିକିତ୍ସା ୟୁନିଟ୍ ମଧ୍ୟ ଓଡ଼ିଶା ରାଜ୍ୟ ଯୋଜନା ଅଧୀନରେ କାର୍ଯ୍ୟ କରୁଛି। ସେହିପରି ବର୍ତ୍ତମାନ, ଟୋଲ୍ ଫ୍ରି ନମ୍ବର ୧୯୬୨ ମାଧ୍ୟମରେ ଚାଷୀମାନଙ୍କୁ ସାହାଯ୍ୟ କରିବା ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ପରିଚାଳିତ ଏକ କଲ୍ ସେଣ୍ଟର (call center)ଅଛି। କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସପି ସିଂହ ବାଘେଲ ଅଗଷ୍ଟ ୨୦, ୨୦୨୫ ରେ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି।
ଏହି ସୂଚନା ଅନୁସାରେ, କେନ୍ଦ୍ର ସରକାରଙ୍କ ପ୍ରାଣୀ ସ୍ୱାସ୍ଥ୍ୟ ଏବଂ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଏଲଏଚଡିସିପି) (LHDCP)ଅଧୀନରେ ଗତ ପାଞ୍ଚ ବର୍ଷରେ ପ୍ରାଣୀ ରୋଗ ନିୟନ୍ତ୍ରଣ ପାଇଁ ଓଡ଼ିଶାକୁ ମୋଟ ୯୧୪୭.୪୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହା ମଧ୍ୟରୁ ୨୦୧୯-୨୦ରେ ୩୦୯୫.୯୦ କୋଟି ଟଙ୍କା,୨୦୨୦-୨୧ରେ ୧୫୯୭.୩୩ କୋଟି ଟଙ୍କା, ୨୦୨୩-୨୪ରେ ୩୧୮.୧୦ କୋଟି ଟଙ୍କା ଓ ୨୦୨୪-୨୫ରେ ୧୨୪୦.୦୯ କୋଟି ଟଙ୍କା ଅନ୍ତର୍ଭୁକ୍ତ । ତେବେ ୨୦୨୧-୨୨ରେ ଓଡ଼ିଶାକୁ ଦିଆଯାଇଥିବା ୨୮୯୬ କୋଟି ଟଙ୍କା ଫେରିଆସିଥିଲା ଓ ୨୦୨୨-୨୩ରେ କୌଣସି ରାଶି ପ୍ରଦାନ କରାଯାଇନଥିଲା ।
ଜାତୀୟ ଦୁଗ୍ଧ ବିକାଶ କାର୍ଯ୍ୟକ୍ରମ (ଏନପିଡିଡି) (NPDD)ଯୋଜନା ଅଧୀନରେ, ବିଭାଗ ଓଡ଼ିଶାର ଆଦିବାସୀ ଅଞ୍ଚଳ ସମେତ ରାଜ୍ୟର ଦୁଗ୍ଧ ସମବାୟ ସମିତିଗୁଡ଼ିକୁ ସହାୟତା ପ୍ରଦାନ କରାଯାଏ। ଓଡ଼ିଶାରେ ମୋଟ ୭ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି ଯାହାର ମୋଟ ପ୍ରକଳ୍ପ ମୂଲ୍ୟ ୬୨୫୯.୬୬ ଲକ୍ଷ ଟଙ୍କା ଏବଂ କେନ୍ଦ୍ରୀୟ ଅବଦାନ ୫୫୩୩.୪୦ ଲକ୍ଷ ଟଙ୍କା। ଏଥିମଧ୍ୟରୁ ୫୩୮୩.୯୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।
pib.gov.in
ଭାରତର ନେତୃତ୍ୱରେ ଆରମ୍ଭ ହେବ ସାର୍କ ଅଞ୍ଚଳରେ ଏକ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟଚାଷ ପ୍ରକଳ୍ପ
ଆଇସିଏଆର-ସିଫା ଠାରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ୨୦୨୫ ଆୟୋଜନ କରିବ କେନ୍ଦ୍ର ମତ୍ସ୍ୟପାଳନ ମନ୍ତ୍ରଣାଳୟ
Share your comments