1. ମତ୍ସ୍ୟ ଓ ପଶୁ ପାଳନ

କାହିଁକି କରିବା ବତକ ପାଳନ ??

ଓଡ଼ିଶାରେ ଯେପରି ଭାବରେ ମାଂସ ଏବଂ ଅଣ୍ଡା ପାଇଁ କୁକୁଡ଼ା ଚାଷରେ ଉନ୍ନତି ଘଟିଛି ତୁଳନାତ୍ମକ ଭାବରେ ବତକ ପାଳନ କ୍ଷେତ୍ରରେ ସେହିପରି ଘଟି ନାହିଁ l

Sugyan Kumar Nayak
Sugyan Kumar Nayak
Duck Farming

Duck Farming

ଓଡ଼ିଶାରେ ଯେପରି ଭାବରେ ମାଂସ ଏବଂ ଅଣ୍ଡା ପାଇଁ କୁକୁଡ଼ା ଚାଷରେ ଉନ୍ନତି ଘଟିଛି ତୁଳନାତ୍ମକ ଭାବରେ ବତକ  ପାଳନ କ୍ଷେତ୍ରରେ ସେହିପରି ଘଟି ନାହିଁ l ବତକ  ପାଳନ କରିବା ପାଇଁ ଇଛା ପ୍ରକାଶ କରୁଥିବା ବ୍ୟକ୍ତିମାନେ ଜାଣି ରଖିବା ଉଚିତ ଯେ, ବତକ ପାଳନରେ ଭଲ ଲାଭ ମିଳିଥାଏ ଏବଂ ଖର୍ଚ୍ଚ ମଧ୍ୟ କମ୍ କରିବାକୁ ହୋଇଥାଏ l ଆସନ୍ତୁ ଆଜି ବତକ ପାଳନ ସମ୍ପର୍କରେ କେତେକ ବିଶେଷ ତଥ୍ୟର ଆଲୋଚନା ଏଠାରେ କରିବା l

  • ଉଭୟ ଅଣ୍ଡା ଉତ୍ପାଦନ ଓ ମାଂସ ପାଇଁ ପାଳନ କରାଯାଏ ।
  • ବତକମାନେ ବର୍ଷକୁ ୨୬୦ ରୁ ୨୮୦ ଗୋଟି ଅଣ୍ଡା ଦେଇଥାନ୍ତି ।

  • ବତକମାନଙ୍କର ରୋଗ ପ୍ରତିରୋଧକ କ୍ଷମତା ଅଧିକ ।

  • ଅତି ସାଧାରଣ ଖାଦ୍ୟ ଯଥା ଅଗଣାରେ ପଡିଥିବା ଖାଦ୍ୟଶସ୍ୟ, ଶସ୍ୟକ୍ଷେତ୍ରର ପୋକ ଜୋକ, ମାଟି ମଧ୍ୟରୁ କେଞ୍ଚୁଆ, ପାଣି ଭିତରୁ ଗେଣ୍ଡା, ଛୋଟ ଛୋଟ ମାଛ ପ୍ରଭୃତି ସଂଗ୍ରହ କରି ସେମାନଙ୍କ ଖାଦ୍ୟର ଚାହିଦା ପୂରଣ କରିଥାନ୍ତି ଓ ଅଣ୍ଡା ଦେଇଥାନ୍ତି । ବତକମାନଙ୍କ ଖାଦ୍ୟ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ l

  • ବତକଗୁଡ଼ିକ ନିୟମିତ ଭାବରେ ଅଣ୍ଡା ଦେଇଥାନ୍ତି ।

  • ବତକଗୁଡ଼ିକ ରହିବା ପାଇଁ ଉନ୍ନତ ଧରଣର ଘର ଦରକାର ହୋଇନଥାଏ ।

  • କୁକୁଡା ଚାଷ ପାଇଁ ଅନୁପଯୁକ୍ତ ସନ୍ତସନ୍ତିଆ ଜାଗା ବତକ ପାଇଁ ଉପଯୁକ୍ତ ।

  • ମାଛ ଚାଷ ସହ ସଘନ ଚାଷ ସମ୍ଭବ ।

  • କମ ଖର୍ଚ୍ଚରେ ଅଣ୍ଡା ଉତ୍ପାଦନ ସମ୍ଭବ । କୁକୁଡ଼ା ଅଣ୍ଡା ଅପେକ୍ଷା ବତକ ଅଣ୍ଡା ଅଧିକ ଦିନ ରହିପାରେ l ବତକଗୁଡ଼ିକ ସାଧାରଣତଃ ସକାଳ ୯ଟା ପୂର୍ବରୁ ଅଣ୍ଡା ଦେଉଥିବାରୁ ଏହା ସଂଗ୍ରହ କରିବା ମଧ୍ୟ ସହଜ ଅଟେ l

  • ଅଣ୍ଡା ଉତ୍ପାଦନ ପାଇଁ ଖାକି କ୍ୟାମ୍ପ ବେଲ/ଇଣ୍ଡିଆନ ରନର ଓ ମାଂସ ପାଇଁ ଧଳା ପେକିନ ବତକ ପାଳନ କରାଯାଏ ।

  • ଖାକି କ୍ୟାମ୍ପବେଲ ୨୬୦-୨୮୦ ଗୋଟି ଅଣ୍ଡା ଦେଇଥାଏ ଓ ଧଳା ପେକିନ ବତକ ୮ସପ୍ତାହରେ ପ୍ରାୟ ୩କେଜି ଓଜନ ବଢିଥାଏ ।

  • ବତକ ପାଳନ ପାଇଁ ଅଧା ଆବଦ୍ଧ ଓ ଅଧା ଖୋଲା ଘର ଦରକାର ହୋଇଥାଏ ଏବଂ ଲାଭଦାୟକ ହୋଇଥାଏ । ଘର ଅଗଣାରେ ୧୦-୨୦ ଟି ବତକ ନେଇ ପାଳନ କାଲେ ଲାଭଜନକ ହୋଇଥାଏ ।

  • ବର୍ଷକୁ ଗୋଟିଏ ଅଣ୍ଡା ଦେଉଥିବା ବତକ ବର୍ଷକୁ ପ୍ରାୟ ୫୦-୬୦ କେଜି ସୁଷମ ଖାଦ୍ୟ ଦରକାର କରିଥାଏ । କିନ୍ତୁ ଅଧା ଆବଦ୍ଧ ଓ ଅଧା ଖୋଲା ପରିଚାଳନ ପଦ୍ଧତିରେ ମାତ୍ର ୮-୧୦ କେଜି ଦାନା ଦରକାର ହୋଇଥାଏ ଏବଂ ଏହା ସନ୍ଧ୍ୟା ସମୟରେ ଘରକୁ ଆସିବା ସମୟରେ ଦିଆଯାଇଥାଏ । ନିଜ ଅଞ୍ଚଳରେ ମିଳୁଥିବା ଶସ୍ୟ ସାମଗ୍ରୀକୁ ନେଇ ହାତ ତିଆରି ଦାନା ତିଆରି କଲେ ଭଲ ଲାଭ ମିଳିଥାଏ । ବତକ ଛୁଆକୁ ତିନି ଚାରି ସପ୍ତାହ ପର୍ଯ୍ୟନ୍ତ ଅତ୍ୟନ୍ତ ଯତ୍ନର ସହ ଧାନ ଚଷୁ/କରତ ଗୁଣ୍ଡ ଉପରେ ବୃଡର ତଳେ ରଖି ବିଜୁଳି ଆଲୁଅ ସାହାଯ୍ୟରେ ଉତ୍ତାପ ଦେଇ ପାଳନ କରାଯାଏ ।

  • ଜଳାଶୟ ପରିବର୍ତ୍ତେ ଛୋଟ ପାଣିକୁଣ୍ଡ ଟିଏ ବତକ ପାଇଁ ନିହାତି ଦରକାର କାରଣ ଏହା ଦ୍ଵାରା ବତକଟି ନିଜ ଥଣ୍ଟ ଓ ଆଖି ସଫା କରିଥାଏ । ପାଣି କୁଣ୍ଡ ନଥିଲେ ବତକର ଆଖିରେ ଅଠା ବାନ୍ଧି ଯାଏ ଏବଂ ବତକ ଅନ୍ଧ ହୋଇଯିବାର ଆଶଙ୍କା ରହିଥାଏ l

  • ଫିମ୍ପି ଲାଗିଥିବା ଦାନା ବତକ ମାନଙ୍କୁ ଦିଅନ୍ତୁ ନାହିଁ ।

  • ସୁଲଭ ମୂଲ୍ୟରେ ମିଳୁଥିବା ଦିନିକିଆ ବତକ ଛୁଆ ନେଇ ସଘନ ଚାଷ ଆରମ୍ଭ କରି ବେଶି ଲାଭବାନ ହୁଅନ୍ତୁ ।

ଯଦିଓ ବତକମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ ତଥାପି ସେମାନେ ବତକ ହଇଜା, ବତକ ପ୍ଲେଗ, ରୋଗରେ ଆକ୍ରାନ୍ତ ହୋଇଥାନ୍ତି ତେଣୁ ସେମାନଙ୍କୁ ନିୟମିତ ଅବଧିରେ ଟୀକା, ଟନିକ ଏବଂ ଖଣିଜ ଦ୍ରବଣ ଦେବାର ବ୍ୟବସ୍ଥା କରନ୍ତୁ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments