1. ମତ୍ସ୍ୟ ଓ ପଶୁ ପାଳନ

ଗୋପାଳନ ବିଷୟରେ ଗୁରୁତ୍ୱପୂର୍ଣ୍ଣ କଥା, ଆପଣ ଜାଣନ୍ତୁ !!

କୃଷକମାନେ ଆଜି କାଲି ଚାଷ ସହ ପଶୁପାଳନ ଆଡକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି, ଏବଂ ଏହା ଆୟର ସାଧନ ମଧ୍ୟ ଉପଲବ୍ଧ କରାଉଛି । ଏହି କ୍ରମରେ ହରିୟଣା ଆଉ ପଞ୍ଜାବର ନାମ ବହୁ ଆଗରେ ଅଛି l ଏଠାକାର ଚାଷୀମାନେ କୃଷି ସହ ପଶୁପାଳନରେ ଉନ୍ନତି କରି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ।

Sugyan Kumar Nayak
Sugyan Kumar Nayak
Dairy Farming

Dairy Farming

କୃଷକମାନେ ଆଜି କାଲି ଚାଷ ସହ ପଶୁପାଳନ ଆଡକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି, ଏବଂ ଏହା ଆୟର ସାଧନ ମଧ୍ୟ ଉପଲବ୍ଧ କରାଉଛି । ଏହି କ୍ରମରେ ହରିୟଣା ଆଉ ପଞ୍ଜାବର ନାମ ବହୁ ଆଗରେ ଅଛି l ଏଠାକାର ଚାଷୀମାନେ କୃଷି ସହ ପଶୁପାଳନରେ ଉନ୍ନତି କରି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ଏହା ସହିତ ଦେଶର ଅନେକ ରାଜ୍ୟର ଚାଷୀମାନେ ପଶୁପାଳନରେ ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି । ଏବେ ମଧ୍ୟ ଅନେକ ରାଜ୍ୟରେ ଚାଷୀ ମାନଙ୍କର ପଶୁପାଳନରେ ଜ୍ଞାନ କମ ଥିବାର ଜଣା ପଡ଼େ l ସେଥି ପାଇଁ କ୍ଷୀର ଦେଉଥିବା ପଶୁମାନଙ୍କ ମଧ୍ୟରେ ପ୍ରଜନନ ସମ୍ବନ୍ଧିୟ ଅନ୍ୟ ବିଭିନ୍ନ ସମସ୍ୟା ଦେଖାଦେଉଛି । ଏହି ସମସ୍ୟାର ସମାଧାନ କରିବା ପାଇଁ ଲାଲା ଲାଜପତ ରାୟ ପଶୁଚିକତ୍ସା ଓ ପଶୁବିଜ୍ଞାନ ବିଶ୍ୱବିଦ୍ୟାଳୟ, ହିସାର ଅନେକ ସମାଧାନର ପନ୍ଥା ବାହାର କରିଛି l

ଚାଷୀ ଓ ପଶୁପାଳକମାନଙ୍କ ପାଇଁ କିଛି କଥା

ବିଶ୍ଵବିଦ୍ୟାଳୟ ତରଫରୁ ଜଣାଯାଇଛି ଯେ, ଚାଷୀମାନଙ୍କୁ ପଶୁମାନଙ୍କ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେବା ଉଚିତ, କାରଣ ଏହି ପରିସ୍ଥିତିରେ ଖଣିଜ ଦ୍ରବ୍ୟର ଅଭାବରୁ ପଶୁମାନେ ଭୟଙ୍କର ରୋଗରେ ପଡନ୍ତି । ପୋଷକତତ୍ତ୍ୱ ସହ ପଶୁମାନଙ୍କ ରୋଗ ବିଷୟରେ ମଧ୍ୟ ସଚେତନ ହେବା ଜରୁରୀ ଅଟେ l ଅଧିକାଂଶ ଚାଷୀ ନିଜ କ୍ଷେତରେ ବର୍ଷକୁ ୨ କିମ୍ବା ୩ ଥର ଫସଲ ଚାଷ କରିଥାନ୍ତି, ଏଥିପାଇଁ ଚାଷ ଜମିରେ ପୋଷକତତ୍ତ୍ୱର ପରିମାଣ କମି କମି ଆସିଥାଏ । ଏହା ଦ୍ୱାରା ଫସଲର ଉତ୍ପାଦନ ମଧ୍ୟ କମି ଥାଏ l ଏଥି ସହିତ ଏଥିରେ ଥିବା ପୋଷକତତ୍ତ୍ୱର ପରିମାଣ କମିଯାଇ ଥାଏ । ଏହାର ସିଧା ପରିଣାମ ପଶୁମାନଙ୍କ ସ୍ୱାସ୍ଥ୍ୟ ଉପରେ ପଡେ ।  ଚାଷୀମାନଙ୍କୁ ଏହା ସୂଚିତ କରାଇ ଦିଆଯାଉଛି କି ଫସଲ କଲାବେଳେ ରାସାୟନିକ ସାରର ଅଧିକ ପ୍ରୟୋଗ ଦ୍ଵାରା ଏହା ହାନୀକାରକ ହୋଇଥାଏ । ମାଟିରେ କୌଣସି ତତ୍ତ୍ୱର ଅଭାବ ଦେଖାଦେବା ଦ୍ଵାରା ଏହାର ପ୍ରଭାବରେ ଶସ୍ୟ ମଧ୍ୟରେ ଏବଂ ପରେ ପଶୁମାନଙ୍କ ମଧ୍ୟ ରେ ବିଭିନ୍ନ ଅଭାବ ସୃଷ୍ଟି ହୋଇଥାଏ ।

ଗାଈ ଗୋବରର ସ୍ୱଳ୍ପ ପ୍ରୟୋଗ ଦ୍ଵାରା ସୃଷ୍ଟି ହେଉଥିବା ସମସ୍ୟାଗୁଡ଼ିକ

ବର୍ତ୍ତମାନ ସମୟରେ ଚାଷୀ ଭାଇମାନେ କ୍ଷେତରେ ଗୋବର ଖତ ଅପେକ୍ଷା ରାସାଯନିକ ସାରର ଅଧିକ ପ୍ରୟୋଗ କରୁଛନ୍ତି l ଏଥି ଯୋଗୁଁ ପଶୁମାନଙ୍କ ଠାରେ ପୋଷକତତ୍ତ୍ୱର ପରିମାଣ କମ ଦେଖିବାକୁ ମିଳୁଛି । କେତେକ ପର୍ଯ୍ୟବେକ୍ଷଣରୁ ଜଣାଯାଇଛି ଯେ ହରିୟଣାର ଅଧିକାଂଶ ଜିଲ୍ଲାମାନଙ୍କରେ ପଶୁମାନଙ୍କ ଠାରେ ପୋଷକତତ୍ତ୍ୱର ପରିମାଣ ବହୁତ କମ ରହିଛି । ଏହା ଜଣାଯାଇଛି ଯେ ହରିୟଣାରେ କୃଷି ବିଶ୍ବବିଦ୍ୟାଳୟର ପଶୁ-ପୋଷକତତ୍ତ୍ୱ ପ୍ରୟୋଗଶାଳାରେ ବଜ୍ଞାନିକମାନଙ୍କ ଦ୍ଵାରା ପଶୁମାନଙ୍କର ରକ୍ତର ନମୁନା ପରୀକ୍ଷା କରି ସେଥିରୁ ଏହା ଜଣାଯାଇଛି, ପଶୁମାନଙ୍କ ମଧ୍ୟରେ କାଲସିୟମ, ଫସଫରସ, ମାଙ୍ଗାନିଜର ଅଭାବ ରହିଛି । ଏହି ପରି ଅଭାବ ୫୦ ରୁ ୯୦ ପ୍ରତିଶତ ପଶୁମାନଙ୍କ ମଧ୍ୟରେ ଜଣାପଡିଛି, ଯାହା କି ପଶୁମାନଙ୍କ ପ୍ରଜନନ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରୁଛି । କେବଳ ଏତିକି ନୁହେଁ ପଶୁମାନଙ୍କ ମଧ୍ୟରେ କ୍ଷୀର ଉତ୍ପାଦନ କମିଯାଇଛି । ତେଣୁ କରି ଚାଷୀ ଭାଇମାନଙ୍କୁ ଜଣାଇ ଦିଆଯାଉଛି ଯେ ଆପଣମାନଙ୍କ କ୍ଷେତରେ ପୋଷକତତ୍ତ୍ୱର ଅଭାବ କରନ୍ତୁ ନାହିଁ ଏବଂ ଏହା ସହିତ ପଶୁମାନଙ୍କ ଖାଦ୍ୟରେ ସମ୍ପୂର୍ଣ୍ଣ ପୋଷକତତ୍ତ୍ୱ ଭରି ହୋଇ ରହିଥାଉ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments