ପଶୁପାଳନରେ ଦେଖାଯାଉଥିବା ବିଭିନ୍ନ ସମସ୍ୟାଗୁଡ଼ିକର ସମାଧାନ ପାଇଁ ପରୀକ୍ଷଣର ସମ୍ପୂର୍ଣ୍ଣ ଭାବରେ ବ୍ୟବସ୍ଥା ରଖିବା ଏବଂ ଡାଇରୀ ଫାର୍ମକୁ ସଫଳତା ପୂର୍ବକ ଚଳାଇବାରେ ପ୍ରୟୋଗଶାଳା କେନ୍ଦ୍ରଗୁଡ଼ିକର ଏକ ଗୁରୁତ୍ୱପୂର୍ଣ ଭୂମିକା ରହିଛି l ପଶୁ ଏବଂ ମନୁଷ୍ୟମାନଙ୍କୁ ପ୍ରଭାବିତ କରୁଥିବା ବିଭିନ୍ନ ରୋଗମାନଙ୍କ ବୃଦ୍ଧିର କାରଣ ଓ ଗୋରୁମାନଙ୍କ ସ୍ୱାସ୍ଥ୍ୟ ସ୍ଥିତିକୁ ଜଗିରଖିବା ଏ ସବୁ କାର୍ଯ୍ୟାବଳୀ ମଧ୍ୟରେ ଅନ୍ୟତମ l ଧ୍ୟାନ ଦିଅନ୍ତୁ ଏହି ୫ଟି ବିଷୟରେ ଯାହା ଆପଣଙ୍କ ଡାଇରୀ ଫାର୍ମ ପାଇଁ ଉପଯୋଗୀ ଅଟେ l
୧. ପରଜୀବୀମାନଙ୍କ ଉପସ୍ଥିତିର ସନ୍ଧାନ
ପରଜୀବୀମାନଙ୍କ ଉପସ୍ଥିତିର ସନ୍ଧାନ କରିବା ପାଇଁ ଗାଈ ଗୋବରର ପରୀକ୍ଷଣ l ପ୍ରତ୍ୟେକ ଡାଇରୀ ଫାର୍ମରେ ନିୟମିତ ରୂପରେ ଅଢେଇରୁ ତିନି ମାସ ବ୍ୟବଧାନରେ ଗାଈ ଗୋବରରେ ପରଜୀବୀର ଉପସ୍ଥିତିକୁ ବୈଜ୍ଞାନିକ ପରୀକ୍ଷଣ କରାଯିବା ଉଚିତ । ଶରୀର ଭିତରେ ପରଜୀବୀମାନଙ୍କ ଅବସ୍ଥିତି କେବଳ ଦୁଧିଆଳୀ ପଶୁମାନଙ୍କ ପୋଷଣ ଖାଦ୍ୟରେ ଆସିଥାଆନ୍ତି । ଶରୀର ଭିତରେ ଥିବା ଏହି ପରଜୀବୀ ପଶୁମାନଙ୍କର ରୋଗପ୍ରତିରୋଧକ ଶକ୍ତି ଓ କ୍ଷୀର ଉତ୍ପାଦନ କ୍ଷମତାକୁ ହ୍ରାସ କରିବାର କାରଣ ହେଇଥାଏ।
୨. ସ୍ତନ ସଂକ୍ରମଣ ପରୀକ୍ଷଣ
ଗୋରୁ ପାଳନରେ ସ୍ତନ ସଂକ୍ରମଣ ଏକ ଅନ୍ୟତମ ରୋଗ ଅଟେ । ଏଥିରେ କ୍ଷୀର ଉତ୍ପାଦନରେ ହ୍ରାସ ହେବା ଅପେକ୍ଷା ଅନ୍ୟ କୌଣସି ଲକ୍ଷଣ ଦେଖା ଦେଇ ନଥାଏ । ଆପଣଙ୍କ ଗାଈମାନଙ୍କ ଠାରେ ଜ୍ୱର କିମ୍ବା ସ୍ତନରେ କୌଣସି ପ୍ରକାରର ସଂକ୍ରମଣ ଦେଖାଯିବନି କିନ୍ତୁ କ୍ଷୀର ଦେବାର କ୍ଷମତା କମିଯିବ । ଏହି ରୋଗର ପରକ୍ଷଣ କରିବା ପାଇଁ ଫାର୍ମରେ ରେଡିମେଡ କିଟ ଏବଂ ରିଏଜେଣ୍ଟ ଦ୍ଵାରା ହେଇଥାଏ ।
୩. ଜଳର ପରୀକ୍ଷଣ
ଗାଈ ମାନେ ପ୍ରତି ଲିଟର କ୍ଷୀର ଉତ୍ପାଦନ ପାଇଁ ୫ ଲିଟର ଜଳ ପିଇଥାଆନ୍ତି । ଜଳର ପରୀକ୍ଷଣ TDS, PH ଏବଂ ଅନ୍ୟ ପ୍ରଦୂଷକ ପାଇଁ କରାଯାଇଥାଏ । ଲୌହ, ମାଙ୍ଗାନିଜ ଓ ହାଇଡ୍ରୋଜେନ ସଲଫାଈଡ ଭଳି ସାମଗ୍ରୀ ଯେପରି ଗୋରୁମାନଙ୍କ ମଧ୍ୟରେ ସମସ୍ଯା ସୃଷ୍ଟି ନକରେ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ l ଏହି ପ୍ରଦୂଷକଗୁଡିକ ସ୍ଵାଦ କିମ୍ବା ଗନ୍ଧକୁ ପ୍ରଭାବିତ କରନ୍ତି, ଯାହା ଫଳରେ ଗୋରୁ ପାଣିର ସେବନ କମ କରେ ଓ କ୍ଷୀର ଉତ୍ପାଦନ ମଧ୍ୟ କମ ହୋଇଥାଏ ।
୪. ପଶୁ ଆହାର ଏବଂ ବିଭିନ୍ନ ଚାରାର ପରୀକ୍ଷଣ
ଜଣେ ଗୋରୁପାଳକ ହିସାବରେ ନିଜର ଅମୂଲ୍ୟ ସମ୍ପଦ ପଶୁମାନଙ୍କୁ ଗୁଣବତ୍ତାପୂର୍ଣ୍ଣ ପଶୁ ଆହାର ଏବଂ ଚାରା ଉପଲବ୍ଧ କରାଇବା ଆପଣଙ୍କ ଦାୟିତ୍ୱ ଅଟେ । ଆହାର ଏବଂ ଆହାର ସାମଗ୍ରୀର ଗୁଣବତ୍ତା ପଶୁମାନଙ୍କ ସ୍ୱାସ୍ଥ୍ୟ ଏବଂ ଉତ୍ପାଦନ କ୍ଷମତା ବୃଦ୍ଧି କରିବାରେ ଏକ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ଏହା ସିଧା ସଳଖ ଗୋପାଳକମାନଙ୍କର ଲାଭ ବା କ୍ଷତିର କାରଣ ହୋଇଥାଏ ।
୫.ଚିକତ୍ସକଙ୍କ ପରାମର୍ଶ
ନିଜ ଫାର୍ମର ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଆପଣଙ୍କୁ ରୋଗର ଲକ୍ଷଣ ଓ ସମାଧାନ ଉପରେ ଧ୍ୟାନ ଦେବାକୁ ହେବ। ଏଥି ପାଇଁ ଆପଣଙ୍କୁ ସମସ୍ୟାର ଶୀଘ୍ର ସମାଧାନ ବାହାର କରିବା ପାଇଁ ପଶୁ ଚିକତ୍ସକଙ୍କ ସହ ସମ୍ପର୍କ କରିବାକୁ ହେବ। ପଶୁ ଚିକତ୍ସକଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ପଦକ୍ଷେପ ନେବାକୁ ହେବ ।
Share your comments