1. କୃଷି ପ୍ରଶିକ୍ଷଣ

ଶଯ୍ୟାତ୍ୟାଗ ପରେ କରନ୍ତୁ ଏହି କାର୍ଯ୍ୟ

ଶଯ୍ୟାତ୍ୟାଗ ପରେ କରନ୍ତୁ ଏହି କାର୍ଯ୍ୟ ….ଜୀବନ ରେ ଉନ୍ନତି କରିବା ଲାଗି ଜରୁରୀ ଏହି ପଦକ୍ଷେପ ପାହାନ୍ତା ରୁ ଆଖି ଖୋଲିବା ପରେ ଆରମ୍ଭ ହୋଇଥାଏ ଜୀବନ ର ରେସ|ସେହି ଦୌଡ ରେ ଅଗ୍ରସର ରହିବାକୁ ହେଲେ ଏକ ଲକ୍ଷ ନିର୍ଦ୍ଧାରିତ ହେବ ଆବଶ୍ୟକ |ଏବଂ ଏହି ଲକ୍ଷ କୁ ଭେଦିବାକୁ ହେଲେ ଆବଶ୍ୟକ ଏହି ୧୦ ଟି ଗୁରୁତ୍ୱପୂର୍ଣ ପଦକ୍ଷେପ |

KJ Staff
KJ Staff

ଜୀବନ ରେ ଉନ୍ନତି କରିବା ଲାଗି ଜରୁରୀ ଏହି ପଦକ୍ଷେପ


ପାହାନ୍ତା ରୁ ଆଖି ଖୋଲିବା ପରେ ଆରମ୍ଭ ହୋଇଥାଏ ଜୀବନ ର ରେସ|ସେହି ଦୌଡ ରେ ଅଗ୍ରସର ରହିବାକୁ ହେଲେ ଏକ ଲକ୍ଷ ନିର୍ଦ୍ଧାରିତ ହେବ ଆବଶ୍ୟକ |ଏବଂ ଏହି ଲକ୍ଷ କୁ ଭେଦିବାକୁ ହେଲେ ଆବଶ୍ୟକ ଏହି ୧୦ ଟି ଗୁରୁତ୍ୱପୂର୍ଣ ପଦକ୍ଷେପ |

୧)ଟେକ୍ନୋଲୋଜି ରୁ ବାହାରନ୍ତୁ :ଯଦି ଆପଣଙ୍କ ର ସକାଳୁ ଉଠି ମୋବାଇଲ ଦେଖିବାର ଅଭ୍ୟାସ ଥାଏ ତେବେ ତାହା ଆପଣଙ୍କ ଆଖି ଏବଂ ମସ୍ତିସ୍କ ପ୍ରତି ବେଶ କ୍ଷେତିକାରକ |ଏହି ଅଭ୍ୟାସ କୁ ନିଶ୍ଚିନ୍ତ ପରିବର୍ତନ କରନ୍ତୁ |

୨)ପ୍ରଚୁର ପାଣି ପିଅନ୍ତୁ :ଦାନ୍ତ ମାଞ୍ଜନ କରିବା ଆଗରୁ ପ୍ରଚୁର ପାଣି ପୀବର ଅଭ୍ୟାସ ରଖନ୍ତୁ |ଏହା ଦ୍ୱାରା ଶରୀର ର ବହୁ ପ୍ରକାର ରୋଗ ଯଥା ଗ୍ୟାସ,ବଡହାଜ଼ମି ,କୋଷ୍ଠକାଠିନ୍ୟ ,ପାଟି ଦୁର୍ଗନ୍ଧ ଇତ୍ୟାଦି ଦୂର ହୋଇଥାଏ |

୩)ଉଚ୍ଚ ଚିନ୍ତାଧାରା :ସର୍ବଦା ସକାଳୁ ଆଖି ଖୋଲିଲା ମାତ୍ରେ ଉଚ୍ଚ ଚିନ୍ତାଧାରା ଏବଂ ଭଲ ଭାବନା ମନ କୁ ଅଣାନ୍ତୁ |ସମସ୍ତଙ୍କୁ ହସି କି ସ୍ୱାଗତ ଜଣାନ୍ତୁ ଏବଂ ବିରକ୍ତି ଭାବ ର ପରିଦର୍ଶନ କରନ୍ତୁ ନାହିଁ |

୪)ଶଯ୍ୟା ସଜାଡନ୍ତୁ :ବାସି ଶଯ୍ୟା ପଡି ରହିଲେ ତାହା ଆପଣଙ୍କ ପରିପାର୍ଶ୍ଵ କୁ କ୍ଷେତିକାର ଉର୍ଜା କ୍ଷରଣ କରିଥାଏ ତେଣୁ ଏହା ନିଶ୍ଚିନ୍ତ ଉଠିଲା ମାତ୍ରକେ ସଜାଡି ଦିଅନ୍ତୁ |

୫)ଧ୍ୟାନ ଏବଂ ବ୍ୟାୟାମ କରନ୍ତୁ :ଏହା ଦ୍ୱାରା ଜୀବନରେ ସକାରତ୍ମକ ଶକ୍ତି ଆସିଥାଏ ଏବଂ ଦିନ ଭାରି ସତେଜ ରହିବାର ତଥା ମାନେ ଲଗାଇ ସମସ୍ତ କାମ କରିବାର ପ୍ରେରଣା ମିଳିଥାଏ |ଏହା ବ୍ୟତୀତ ଶରୀର ସୁସ୍ଥତା ଏବଂ ଆୟୁ ବୃଦ୍ଧି ରେ ଏହା ବେଶ ଉପକାରୀ |

୬)ଉତ୍ତମ ଜଳଖିଆ ଖାଆନ୍ତୁ :ଦିନ ଭାରି କାମ କରିବାକୁ ହେଲେ ଏକ ଉତ୍ତମ ଜଳଖିଆ ଆପଣଙ୍କୁ ସତେଜ ରଖିବା ଲାଗି ବେଶ ଆବଶ୍ୟକ |ତେଣୁ ଜଳଖିଆ ଖାଇବା କୁ ଭୁଲନ୍ତୁ ନାହିଁ |

୭)ଲକ୍ଷ ନିର୍ଦ୍ଧାରିତ କରନ୍ତୁ :ଜୀବନ ରେ ଅଗ୍ରସର ହେବାକୁ ହେଲେ ଏକ ଲକ୍ଷ ରହିବ ଆବଶ୍ୟକ ଏବଂ ଲକ୍ଷ ଭେଡିବା ଲାଗି ନିଶ୍ଚିନ୍ତ ଏକ ସମୟ ସୀମା ନିର୍ଦ୍ଧାରିତ କରନ୍ତୁ |ଏହା ଦ୍ୱାରା ଆପଣ ପ୍ରତିଦିନ ନିଜର ପ୍ରଗମନ ଜାଣିପାରିବେ |

୮)ଆବଶ୍ୟକ ନିଦ୍ରା: ଯଥା ଶୀଘ୍ର ଶୋଇ ସକାଳୁ ଶୀଘ୍ର ଉଠିବାର ଅଭ୍ୟାସ ରଖନ୍ତୁ|ଦିନକୁ ୬-୭ ଘଣ୍ଟା ର ବିଶ୍ରାମ ନିଶ୍ଚିନ୍ତ ନିଅନ୍ତୁ

ତେଣୁ ଲକ୍ଷ ସିଧା କରିବାକୁ ଚାହୁଁଥିଲେ ନିଶ୍ଚିନ୍ତ ଏହି ସବୁ ଅଭ୍ୟାସ ରଖିବା ଆବଶ୍ୟକ

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments