1. କୃଷି ପ୍ରଶିକ୍ଷଣ

ଜାପାନୀ ଥେରାପି :ଫରେଷ୍ଟ ବାଥିଙ୍ଗ

ଜାପାନୀ ଥେରାପି :ଫରେଷ୍ଟ ବାଥିଙ୍ଗ

KJ Staff
KJ Staff

ଅରଣ୍ୟ ସ୍ନାନ

ଶୁଣିଲେ ହୁଏତ ଆପଣ ଆଶ୍ଚର୍ଯ୍ୟ ହେଉଥିବେ କିନ୍ତୁ ଏହା ଜାପାନ ର ଲୋକଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ଏକ ବିଶେଷ ପ୍ରଣାଳୀ |ଏହାକୁ ଜାପାନୀ ଭାଷାରେ ଶିଣ୍ରିଂ -ୟୋକୁ ମଧ୍ୟ କୁହାଯାଏ ଯାହାର ଅର୍ଥ ଜଙ୍ଗଲୀ ସ୍ନାନ |ପ୍ରକୃତରେ ଏହା ଶରୀର ସୁସ୍ଥ ଓ ମନ ପ୍ରଫୁଲୀତା ରଖିବାର ଏକ ବିଶେଷ ପ୍ରଣାଳୀ |ଏହାର ଅର୍ଥ କୌଣସି ବ୍ୟାୟାମ ବା ଏକ୍ସରସାଇଜ଼ କରିବା ନୁହେଁ ;ବରଂ ଅରଣ୍ୟ ର ସୌନ୍ଦର୍ଯ୍ୟ କୁ ନିଜର ଜ୍ଞାନେନ୍ଦ୍ରିୟ ରେ ଆଶ୍ରୟ ଦେବା ଫଳରେ ମନ ପ୍ରଶ୍ନ ହୋଇଥାଏ ବୋଲି ବୈଜ୍ଞାନିକ ମାନେ ମଧ୍ୟ ମତ ଦିଅନ୍ତି |

ବର୍ତମାନ ଚଳଚଞ୍ଚଳ ସମୟ ରେ ମନୁଷ୍ୟ ପ୍ରକୃତି ଠାରୁ ବେଶ ଦୁରେଇ ସାରିଲାଣି ତେଣୁ ଶରୀର ରେ ନାନା ବ୍ୟାଧି ,ମନରେ ଅଶାନ୍ତି ଏବଂ ଜୀବନ ର କ୍ଳେଶ ବହୁ ମାତ୍ର ରେ ବଢି ଯାଇଛି |ଏହି ପରି ପ୍ରଣାଳୀ ଦ୍ୱାରା ଏହି ସମସ୍ତ ନକାରତ୍ମକ ଶକ୍ତି କୁ ଜୀବନ ରୁ ଦୁରେଇ ହେବ ବୋଲି ଜାପାନୀ ମାନେ ବିଶ୍ୱାସ କରନ୍ତି |
ଏକ ରିପୋର୍ଟ ଅନୁଯାୟୀ ୨୦୫୦ ସୁଦ୍ଧା ବିଶ୍ୱ ର ୬୬ % ଜନସଂଖ୍ୟା ସହରାଞ୍ଚଳ ରେ ରହୁଥିବେ ଏବଂ ବର୍ତମାନ ଆମେରିକୀୟ ଲୋକମାନେ ୯୩-୯୫ ଭାଗ ର ସମୟ ନିଜ ଘରେ ଅତିବାହିତ କରୁଛନ୍ତି |

କିନ୍ତୁ ନିଜ ୨୪ ଘଣ୍ଟା ର ମାତ୍ର ୨ ଘଣ୍ଟା ସମୟ ମଧ୍ୟ ଏହି ପ୍ରଣାଳୀ ଲାଗି ଯଥେଷ୍ଟ|ଯଦି ଆପଣ ୨ ଘଣ୍ଟା ଫରେଷ୍ଟ ବାଥିଙ୍ଗ କରିବେ ତେବେ ମଧ୍ୟ ଏହା ଆପଣଙ୍କ ଶରୀର କୁ ବେଶ ପ୍ରଭାବିତ କରିବାର ପ୍ରମାଣିତ ହୋଇଛି |

କିପରି କରିବେ ଅରଣ୍ୟ ସ୍ନାନ ?

ଜଙ୍ଗଲରେ ଏକ ଏକାନ୍ତ ସ୍ଥାନ ଚୟନ କରନ୍ତୁ |ଏଠି ଲାଗି ପ୍ରଥମେ ଏକ ଉଚିତ ସ୍ଥାନ ର ଚୟନ କରନ୍ତୁ ଯେପରି ସେହି ସ୍ଥାନ ରେ ଆପଣ ଏକାନ୍ତ ରେ ନିଜ ସହ ସମୟ ଅତିବାହିତ କରିପାରିବେ |ନିଜ ଫୋନ କ୍ୟାମେରା ଇତ୍ୟାଦି କୁ ସାଙ୍ଗରେ ଅଣାନ୍ତୁ ନାହିଁ |ସମସ୍ତ ଚିନ୍ତା କୁ ପଛରେ ଛାଡି ଚଳିବ ଆରମ୍ଭ କରନ୍ତୁ|

 

-ଧୀରେ ଧୀରେ ପ୍ରକୃତି କୁ ଉପଭୋଗ କରନ୍ତୁ |ଏକାନ୍ତ ରେ ନିଜ ସହ ସମୟ ଅତିବାହିତ କରନ୍ତୁ |
-ଆପଣଙ୍କ ଆଖି ଦେଖୁଥିବା ଦୃଶ୍ୟ ,କଣ ଶୁଣୁଥିବା ଶବ୍ଦ ,ନାକ ରେ ମାଟି ର ମହକ ,ଏବଂ ତ୍ୱଚା ରେ ଅରଣ୍ୟ ର ସାନିଧ୍ୟ କୁ ନିଶ୍ଚିନ୍ତ ଉପଭୋଗ କରନ୍ତୁ |ଧୀରେ ଧୀରେ ଆପଣ ଦେଖିବେ ମନ କିପରି ପ୍ରଫୁଲ୍ଲିତ ଲାଗିବ |
-ଆପଣଙ୍କ ରାସ୍ତା ରେ ଆସୁଥିବା ସବୁ ସୁନ୍ଦର ଜିନ୍ସ କୁ ନିରିଖେୟୀ ଦେଖନ୍ତୁ |ବଡ ବଡ ଗଛ କୁ ହାତରେ ସ୍ପର୍ଶ କାରଣରୁ ,ଝରଣା ଦେଖିଲେ ସେଥିରୁ ଆଞ୍ଜୁଳାଏ ପାଣି ପିଅନ୍ତୁ ,ପାଖି ଙ୍କ ସ୍ଵାଦ ଶୁଣି ତାର ମଜା ନିଅନ୍ତୁ |ଆପଣଙ୍କ ମନ ପ୍ରଶ୍ନ ହୋଇ ଉଠିବ ,ପ୍ରକୃତିର ସୌନ୍ଦର୍ଯ୍ୟ ରେ ଆପଣ ବିଭୋର ହୋଇଯିବେ ଏବଂ ଜାଣି ପାରିବେ ଯେ ଆପଣ ଦୁନିୟା ର ସବୁଠାରୁ ସୁଖୀ ମଣିଷ |ନାନା ପ୍ରକାର ସକାରତ୍ମକ ଶକ୍ତି ଆପଣଙ୍କ ଶରୀର ରେ ପ୍ରଵାହବିତ ହେବାକୁ ଲାଗିବ |

-ବହୁ ଶୂଚିନ୍ତାଧାରା ଆପଣଙ୍କ ମନରେ ଉଙ୍କି ମାରିବ |ସେହି ସମୟରେ ଆପଣଙ୍କ ବହୁ ବ୍ୟାଧି ମନର ଅଶାନ୍ତି ମଧ୍ୟ ଦୂର ହେବା ଆରମ୍ଭ କରିବ|

ଏହି ପ୍ରଣାଳୀ ଲାଗି କେବଳ ଜଙ୍ଗଲ ରେ ନୁହେଁ ବରଂ ଯେଉଁଠାରେ ଅଧିକ ଗଛ ଅଛି ,ପାର୍କ ଇତ୍ୟାଦି ,ଆପଣଙ୍କ ମନ ପସନ୍ଦ ଋତୁ ରେ ମଧ୍ୟ କରିପାରିବେ |ସବୁଠାରୁ ଗୁରୁତ୍ୱପୂର୍ଣ ତଥ୍ୟ ଏହା ଯେ ,ଏହି ପ୍ରଣାଳୀ ଦ୍ୱାରା ଆପଣ ନିଜକୁ ସ୍ୱୟଂ ପ୍ରକୃତି ସହ ଏକ ବିଶେଷ ବିସ୍ଲେସଣ ଅବସ୍ଥା ରେ ପାଇପାରିବେ |ତେଣୁ ସପ୍ତାହ କୁ ଥରେ ନିହାତି ଏହି ପରି ଅରଣ୍ୟ ସ୍ନାନ କରନ୍ତୁ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments