1. କୃଷି ପ୍ରଶିକ୍ଷଣ

ସଫଳ କାହାଣୀ !!

ଉପକୂଳବର୍ତ୍ତୀ ଓଡିଶା (ପୁରୀ,ଗଂଜାମ,ଟକ,ବଳାସରେ)ଯେମିତି ଜନ ବହୁଳ ସେହିପରି ଝାଡା ,ବାତ୍ୟା ଓ ବନ୍ୟା ବିପର୍ଯସ୍ତ ମଧ୍ୟ

KJ Staff
KJ Staff
ଉପକୂଳବର୍ତ୍ତୀ ଅଞ୍ଚଳର ଜଳ ଉତ୍ପାଦକତା ବୃଦ୍ଧି ହେତୁ ବଢ଼ିଲା କୃଷି ଉତ୍ପାଦନ

ଉପକୂଳବର୍ତ୍ତୀ ଓଡିଶା (ପୁରୀ,ଗଂଜାମ,କଟକ,ବାଲେଶ୍ୱର )ଯେମିତି ଜନ ବହୁଳ ସେହିପରି ଝଡ ,ବାତ୍ୟା ଓ ବନ୍ୟା ବିପର୍ଯସ୍ତ ମଧ୍ୟ |ଏହି ଅଞ୍ଚଳକୁ ମୁଖ୍ୟତ ଓଡ଼ିଶାର "ଭାତ ହାଣ୍ଡି " ବା "ରାଇସ ବାଉଲ" ବୋଲି ମଧ୍ୟ କୁହାଯାଏ ମାତ୍ର ଏଥିରେ ଏବେ ଉପୁଜୁଛି ବନ୍ୟା ,ଅଧିକ ଲାବନ୍ୟତା,ଜମି କ୍ଷୟ ,ପାଣି ଜମି ରହିଲା ପରି ବିଭିନ୍ନ ସମସ୍ୟା |ମୁଖ୍ୟତ ଏହି ସମସ୍ୟା ର କାରଣ ହେଉଛି ଖାଲୁଆ ଜମି ,ଲଗାଣ ବର୍ଷ (୧୫୦୦ ଏମ.ଏମ ),ଜଳ ନିଷ୍କାସନ ସମସ୍ୟା ,ଏବଂ ବାରମ୍ବାର ବନ୍ୟା ପରି ପରିସ୍ଥିତି ;ଫଳସ୍ୱରୂପ ଏବେ ବେଶ ବିପର୍ଯସ୍ତ ଉପକୂଳବର୍ତ୍ତୀ ଓଡିଶା ର ଖାଦ୍ୟ ଉତ୍ପାଦନ ଏବଂ ଯୋଗାଣ |

ଅନ୍ୟ ପକ୍ଷେ ଜୁନ ରୁ ସେପ୍ଟେମ୍ବର ମାସ (ଦକ୍ଷିଣ -ପଶ୍ଚିମ ମୌସୁମୀ )ଦ୍ୱାରା ବନ୍ୟା ସମସ୍ୟା ସୃଷ୍ଟି ହେଲା ବେଳେ ,ଅକ୍ଟୋବର ରୁ ମେ (ଶୀତ ଏବଂ ଖରାଦିନିଆ ମୌସୁମୀ )ମାସ ର ବର୍ଷା ଅନିଶ୍ଚିତ ତେଣୁ ଫସଲ ରୁ ବାଷ୍ପୀଭୂତ ଜଳ ର ମାତ୍ର ଅଧିକ ହେଲା ବେଳେ ଉପଲବ୍ଧ ଜଳ ର ମାତ୍ରା ବେଶ କମ ଥାଏ ଫଳ ସ୍ୱରୂପ ଅଣଜଳସେଚିତ ରବି ଫସଲ ରେ ଅମଳ କମ ଆସେ |

ଏହି ଦିଗ ରେ ଅଧିକ ଗବେଷଣା ର ଗୁରୁତ୍ୱ ଜାଣି ଆଇ.ସି.ଏ.ଆର -ଇନଷ୍ଟିଟ୍ୟୁଟ ଅଫ ୱାଟର ମ୍ୟାନେଜମେଣ୍ଟ ,ଭୁବନେଶ୍ୱର ର ଏକ ବିଶେଷଜ୍ଞ ଟିମ ଏହା ଉପରେ ଗବେଷଣା କରିଥିଲେ |ବର୍ତ୍ତମାନ ଏନ .ଆଇ .ସି .ଆର .ଏ ଦ୍ୱାରା ପରିଚାଳିତ ଏକ ପାଣିପାଗ ସ୍ଥିତିସ୍ଥାପକ କୃଷି (କ୍ଳାଇମେଟ ରେସିଲିଃଏଣ୍ଟ ଏଗ୍ରିକଲଚର ) ପ୍ରକଳ୍ପ ର ଆରମ୍ଭ ହୋଇଛି ଏବଂ ପୁରୀ ଜିଲା ର ଚାଷୀ ମାନେ ଏହାର ଅବଲମ୍ବନ କରି "ଏଗ୍ରୋ ଫୋରେଷ୍ଟ୍ରି ଏବଂ ପୋଖରୀ ସ୍ଥିତ ସମନ୍ବିତ ଚାଷ କରି ବେଶ ଲାଭଦାୟକ ହୋଇଛନ୍ତି | ଏହି ଦିଗ ରେ ସୂଚନା ସମ୍ପ୍ରସାରଣ ଲାଗି ଗତ ୧୪ ଡ଼ିସେମ୍ବର ରେ ,ପୁରୀ ଅନ୍ତର୍ଗତ ଅଲିଶା ଗ୍ରାମ ରେ ଆଇ.ସି.ଏ.ଆର ଏବଂ ଆଇ.ଆଇ.ଡବ୍ଲୁ ଏମ.,ଭୁବନେଶ୍ୱର ଙ୍କର ମିଳିତ ଉଦ୍ୟମ ରେ ଏକ କୃଷି ମେଳା ଯୁକ୍ତ କୃଷକ-ବୈଜ୍ଞାନିକ ପାରସ୍ପରିକ ଆଲୋଚନା ର ଆୟୋଜନ ହୋଇଥିଲା |ମେଳା ରେ ହାରାହାରି ୨୫୦ ଚାଷୀ ସମେତ ଆଇ.ସି.ଏ.ଆର ଏବଂ ଆଇ.ଆଇ.ଡବ୍ଲୁ ଏମ.,ଭୁବନେଶ୍ୱର,ଜାତୀୟ ଧାନ ଗବେଷଣା କେନ୍ଦ୍ର ଏବଂ ଆଇ.ଆଇ ଟି ଭୁବନେଶ୍ୱର ର ଗବେଷକ ଯୋଗଦାନ କରିଥିଲେ |

ଚାଷୀ ମାନଙ୍କୁ କୃତଜ୍ଞତା ଜଣାଇ ,ମୁଖ୍ୟ ଅତିଥି ଡଃ ହିମାଂଶୁ ପାଠକ ,ନିର୍ଦେଶକ ଜାତୀୟ ଧାନ ଗବେଷଣା କେନ୍ଦ୍ର ,କଟକ ଧାନ ର କେତୋଟି ସୁନାମ ଅର୍ଜିତ ,ବନ୍ୟା ବିପର୍ଯ୍ୟସ୍ତ ଅଞ୍ଚଳ ଲାଗି କିସମ ବିଷୟରେ ଆଲୋଚନା କରିଥିଲେ |ସେହିପରି ଆଇ ଆଇ ଟି ଭୁବନେଶ୍ୱର ର ପ୍ରାଧ୍ୟାପକ ୟୁ.ସି ମହାନ୍ତି ;ଉପକୂଳବର୍ତ୍ତୀ ଅଞ୍ଚଳରେ ପାଣିପାଗ ସ୍ଥିତିସ୍ଥାପକ କୃଷି ଉପରେ ଗୁରୁତ୍ୱ ଦେଇ ଏଇ ନେଇ ସରକାର ଙ୍କ ସହାୟତ ଲୋଡ଼ା ବୋଲି ମତ ଦେଇଥିଲେ |ପରେ ଆଇ ଆଇ ଡବ୍ଲୁ ଏମ ର ନିର୍ଦେଶକ ଡଃ ଏସ.କେ .ଅମବାଷ୍ଟ କହିଥିଲେ ଯେ ଏହି ପ୍ରକଳ୍ପ ଦ୍ୱାରା ଚାଷୀ ମାନଙ୍କର ଆୟ ୪ ରୁ ୫ ଗୁଣ ଧିକ ହୋଇଛି ଏବଂଆଗାମୀ ଦିନରେ ଆବଶ୍ୟକ ପ୍ରଯୁକ୍ତି ବିଦ୍ୟା ଓ ଉପକରଣ ଯଥା ସମ୍ଭବ ଯୋଗାଇବେ ବୋଲି ପ୍ରତିଶୃତି ମଧ୍ୟ ଦେଇଥିଲେ |ଏହାପୂର୍ବେ ଡଃ ଗୌରାଙ୍ଗ କର ,ମୁଖ୍ୟ ବୈଜ୍ଞାନିକ ଆଇ ଆଇ ଡବ୍ଲୁ ଏମ ,ଏହି ପ୍ରକଳ୍ପ ର ଉଦେଶ୍ୟ ଏବଂ ଉପାଦେୟତା ବିଷୟରେ ବିସ୍ତାର କରିଥିଲେ|

ପରିଶେଷରେ ଡଃ ଆର କେ ପଣ୍ଡା ,ମୁଖ୍ୟ ବୈଜ୍ଞାନିକ , ଡଃ ଓ .ପି.ବର୍ମା ବୈଜ୍ଞାନିକ ଆଇ ଆଇ ଡବ୍ଲୁ ଏମ ଏବଂ ଡଃ କେ.ଚଟୋପାଧ୍ୟା ମୁଖ୍ୟ ବୈଜ୍ଞାନିକ., ଏନ.ଆର.ଆର.ଆଇ କଟକ ସେଠାରେ ଉପସ୍ଥିତ ରହି ଚାଷୀ ମାନଙ୍କ ସହ ପରସ୍ପର ଆଲୋଚନା କରିଥିଲେ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments