କୃଷି ସୂଚନା ସେବା (ଧାନ )
୨୦୧୮ ମସିହା ଡିସେମ୍ବର ମାସ ତୃତୀୟ ପକ୍ଷ ପାଇଁ କାର୍ଯ୍ୟପନ୍ଥା
-ଧାନ ଅମଳ ପରେ ସାଇତି ରଖିବା ଏବଂ ନିଜେ ବ୍ୟବହାର କରିବା ପାଇଁ ଶତକଡା ୧୪ ଭାଗ ଜଳୀୟ ଅଂଶ ଥିବା ପର୍ଯ୍ୟନ୍ତ ଶୁଖାଇ ରଖନ୍ତୁ |ମାତ୍ର ବିହନ ପାଇଁ ରହିବାର ଥିଲେ ଶତକଡା ୧୨ ଭାଗ ଜଳୀୟ ଅଂଶ ଥିବା ପର୍ଯ୍ୟନ୍ତ ଶୁଖାଇ ରଖନ୍ତୁ |ବିହନକୁ ଭଲ ଭାବରେ ସାଇତି ରଖିବା ପାଇଁ ସୁପର ଗ୍ରେନ ବ୍ୟାଗ ବ୍ୟବହାର କରନ୍ତୁ |
-ଖରାଦିଆନିଆ ରୁଆ ଧାନ ନିମନ୍ତେ ଭଲ ଧାନ ବିହନ ସଂଗ୍ରହ କରନ୍ତୁ |ଧାନ କିସମ ଯଥା -ସି.ଆର.ଧାନ -୩୦୩ , ସି.ଆର.ଧାନ -୩୦୪ ,ସି.ଆର.ଧାନ -୬୦୧ ,ସି.ଆର.ଧାନ -୨୦୫ ,ସି.ଆର.ଧାନ -୨୦୬, mtu -୨୦୦୧ ,mtu -୧୦୧୦, ଶତାବ୍ଦୀ ଇତ୍ୟାଦି ବ୍ୟବହାର କରନ୍ତୁ |ଉପକୂଳୀୟ ଲୁଣ ଅଞ୍ଚଳ ପାଇଁ ଲୁଣାସଂଖି କିସମ ବ୍ୟବହାର କରନ୍ତୁ |ଏହି ସହିତ ଶଙ୍କର କିସମ ଧାନ ଯଥା ଅଜୟ,ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ |ସିଦ୍ଧ କାଦୁଅ ବୁନ୍ଦା କରିବା ପାଇଁ ନବୀନ ,ଶତାବ୍ଦୀ ,ଉନ୍ନତ ,ଲଲାଟ ଏବଂ ସି.ଆର.ଧାନ -୨୦୩ ,ଇତ୍ୟାଦି ବ୍ୟବହାର କରନ୍ତୁ |
-ଆର୍ଦ୍ର ତାଲିଘର ପାଇଁ ୧୨୦ ସେ.ମି ପ୍ରନ୍ଥ ଓ ସୁବିଧା ଅନୁଯାୟୀ ଲମ୍ବା ତଳି ପଟାଳିମାନ ପ୍ରସ୍ତୁତ କରନ୍ତୁ |୨ ତଳି ପଟାଳି ମଧ୍ୟରେ ୩୦ ସେ.ମି ବ୍ୟବଧାନ ନାଳି ର୍କାକୁହନ୍ତୁ |୧ ଏକର ଜମିରେ ରୁଆ ଧାନ କରିବା ପାଇଁ ୨୪୦ ରୁ ୩୯୦ ବର୍ଗ ମିଟର ତଳିଘରା ପ୍ରସ୍ତୁତ କରନ୍ତୁ |
-ଯନ୍ତ୍ରପାତି ଦ୍ୱାରା ତଳି ରୁଆ କରିବା ପାଇଁ ମୁଖ୍ୟ ଜମିରେ ରୋଇବାର ୨ ସପ୍ତାହ ପୂର୍ବରୁ ମଶିଣା ତଳି ଘରା ପ୍ରସ୍ତୁତ କରନ୍ତୁ |
-ଅଧିକ ଶୀଘ୍ର ତଳି ବଢିବା ପାଇଁ ୪୦ ବର୍ଗ ମିଟର ତଳି ଘରା ରେ ୨ ଝୁଡିଗୋବର ଖତ ସହିତ ଯବକ୍ଷାରଜାନ ,ଫସଫରସ,ପୋତାସ ସାରାକୁ ୧୦:୧୫:୨୦ ଗ୍ରାମ ଅନୁପାତରେ ପ୍ରତି ବର୍ଗ ମିଟର ହିସାବରେ ବ୍ୟବହାର କରନ୍ତୁ |
-୧ ଏକର ରୁଆ ଧାନ ନିମନ୍ତେ ଅଧିକ ଅମଳକ୍ଷମ ଧାନ ପାଇଁ ୧୪ ରୁ ୧୬ କି.ଗ୍ରା ଏବଂ ଶଙ୍କର କିସମ ନିମନ୍ତେ ୫ ରୁ ୬ କି.ଗ୍ରା ପୂର୍ବରୁ ଗଜା ହୋଇଥିବା ବିହନ ବ୍ୟବହାର କରଣତୂ |
- ତଳି ଘରା ରେ ବିହନ ବୁଣିବା ପୂର୍ବରୁ ୧ କି.ଗ୍ରା ଧାନ ବିହନ ପାଇଁ ୧.୫ ଗ୍ରାମ କାରବେଣ୍ଡାଜ଼ୀମ ୫୦ ଡବ୍ଲୁ .ପି. ୧ ଲିଟର ପାଣି ହିସାବରେ ଦ୍ରବଣ ପ୍ରସ୍ତୁତ କରି ବିହନ କୁ ବିଶୋଧନ କରନ୍ତୁ |ଶୁଖିଲା ବିହନ ବିଶୋଧନ କରିବା ପାଇଁ ୧ କି.ଗ୍ରା ବିହନ ପାଇଁ ୨ ଗ୍ରାମ କାରବେଣ୍ଡାଜ଼ୀମ ୫୦ ଡବ୍ଲୁ .ପି.ବ୍ୟବହାର କରନ୍ତୁ |
-ତଳି ଘରା କୁ ଅଧିକ ଥଣ୍ଡା ଦାଉରୁ ରଖି କରିବା ପାଇଁ ତଳି ଘରା ଉପରେ ଗୋବର ଖତ ର ଏକ ପତଳା ସ୍ଥର ପକାନ୍ତୁ |ସକାଳ ସମୟରେ ତଳି ଘାର ରେ ପାଣି ସିଞ୍ଚନ କରନ୍ତୁ |ରାତିରେ ଥଣ୍ଡା ଅଧିକ ହେଲେ ତଳି ଘରା କୁ ପଲିଥିନ ସାହାଯ୍ୟରେ ଘୋଡାଇ ରଖନ୍ତୁ |
-ତଳି ଘରା କୁ ନାଳି ରେ ପାଣି ମଡାନ୍ତୁ|ତଳି ଉପାଡିବାର ୨ ରୁ ୩ ଦିନ ପୂର୍ବରୁ ତଳି ଘରାରେ ୨ ରୁ ୩ ସେ.ମି ଠିଆ ପାଣି ରଖନ୍ତୁ |
-ତଳି ଘରାରେ ଘାସ ନିୟନ୍ତ୍ରଣ ପାଇଁ ଧାନ ବୁଣିବା ର ୫ ରୁ ୭ ଇନ ପରେ ପାଇରଜୋଫ୍ୟୁରଣ ଇଥାଇଲ ୧୦ % ଡବ୍ଲୁ .ପି.. ଘାସ ମରା ଔଷଧକୁ ଏକର ପିଛା ୮୦ ଗ୍ରାମ ହିସାବରେ ପ୍ରୟୋଗ କରନ୍ତୁ |
ସୂଚନା :ଜାତୀୟ ଧାନ ଗବେଷଣା କେନ୍ଦ୍ର
Share your comments