1. କୃଷି ପ୍ରଶିକ୍ଷଣ

ଅପରାହ୍ନ ଭୋଜନ କରିବା ଆଗରୁ…

ଦିନ ପରେ ଦିନ ଏବେ ଖରା ଓ ଗରମ ବଢ଼ିବାରେ ଲାଗିଛି |ତେବେ ଶରୀର କୁ ସୁସ୍ଥ ରଖିବାକୁ ହେଲେ ଅଧିକ ଜଳ ପାଲା ର ଆବଶ୍ୟକ ରହିଛି |ତେବେ ଖରା ଦିନରେ ଭୋଜନ କରିବା ଆଗରୁ ଏହି ପରି ଖାଦ୍ୟ ଓ ପାନୀୟ ଶରୀର ପ୍ରତି ବେଶ ପ୍ରଭାବଶାଳୀ |ସେଗୁଡିକ ହେଲା

KJ Staff
KJ Staff
ଦିନ ପରେ ଦିନ ଏବେ ଖରା ଓ ଗରମ ବଢ଼ିବାରେ ଲାଗିଛି |ତେବେ ଶରୀର କୁ ସୁସ୍ଥ ରଖିବାକୁ ହେଲେ ଅଧିକ ଜଳ ପାଲା ର ଆବଶ୍ୟକ ରହିଛି |ତେବେ ଖରା ଦିନରେ ଭୋଜନ କରିବା ଆଗରୁ ଏହି ପରି ଖାଦ୍ୟ ଓ ପାନୀୟ ଶରୀର ପ୍ରତି ବେଶ ପ୍ରଭାବଶାଳୀ |ସେଗୁଡିକ ହେଲା

୧) ତରଭୁଜ :ଉଭୟ ଖାଦ୍ୟ ଓ ଜଳ ର ଆବଶ୍ୟକତା କୁ ପୁର୍ଣ କରିପାରୁଥିବା ଏ ହେଉଛି ଏକ ଚମତ୍କାରୀ ଖାଦ୍ୟ |ଅତ୍ୟଧିକ ଫଳ ରସ ରେ ଭରପୁର ଏହି ଫଳ ପେଟ ରୋଗ ଏବଂ ଅଧିକ ରକ୍ତ ଚାପ ବିରୁଦ୍ଧରେ ଲଢ଼ିବାର ଶକ୍ତି ମଧ୍ୟ ଦେଇଥାଏ |ଏହାକୁ ଜୁସ ,ସ୍ମୁଦି,ସାଲାଡ଼ ,ମିଠା ଇତ୍ୟାଦି ଭାବେ ଖାଇପାରିବେ |


୨)ଲାଉ :ପ୍ରକାରନ୍ତ ରେ ଏହି ପାରିବ ବହୁ ଲୋକ ଖାଇବାକୁ ଭଲ ପାଣ୍ଟି ନାହିଁ |କିନ୍ତୁ ଖରା ଦିନେ ଏହି ପରିବା ବିଶଲ୍ୟକରଣୀ ଭାବେ ଶରୀର ଉପରେ ପ୍ରଭାବ ପକାଇଥାଏ | କ୍ୟାଲସିଅମ ,ମ୍ୟାଗନେସିଏମ ,ଭିଟାମିନ ଏ ,ସି ଏବଂ ବି ରେ ଭରପୁର ଲାଉ ହୃଦରୋଗ ଏବଂ ରକ୍ତ ପରିଚାଳନା ଲାଗି ସୁପର ହିରୋ ପରି କାମ କରେ |

୩)ସାଲାଡ଼ :ଖରା ଦିନେ ପାଳଙ୍ଗ ପରି ଶାଗ ସହ ପୁଦିନା ,ଧନିଆ ,ଡ୍ରାଇ ଫ୍ରୁଟ ଇତ୍ୟାଦି ଏହା ସିଝା ଚିକେନ ଇତ୍ୟାଦି ମିଶାଇ ଏକ ଉତ୍ତମ ଆହାର ଗ୍ରହଣ କରନ୍ତୁ |ଏହା ସ୍ୱାସ୍ଥ୍ୟ ପ୍ରତି ବହୁତ ଭଲ ପ୍ରଭାବ ପକାଇଲା ବେଳେ ଓଜନ ନିୟନ୍ତ୍ରଣ ରେ ମଧ୍ୟ ସହାୟକ ହୋଇଥାଏ |

୪)ଆମ ପନ୍ନା :ଏହା କଞ୍ଚା ଆମ୍ବ ରୁ ତିଆରି ହୋଇଥିବା ସର୍ବତ ସଦୃଶ୍ୟ |ଏଥିରେ ଥିବା ଜରୁରୀ ଭିଟାମିନ ଏବଂ ଏଞ୍ଜାଇମ ଖାଦ୍ୟ ହାଃଜ଼ାମ କରିବା ସାଙ୍ଗରେ କୋଷ୍ଟ କାଠିନ୍ୟ ପରି ସମସ୍ୟା ରୁ ମୁକ୍ତି ଦେଇଥାଏ |

୫) ପୁଦିନା ପାଣି ସହ ଲେମ୍ବୁ :ଦିନକୁ ୨-୩ ଥର ୨ ଠୋପା ଲେମ୍ବୁ ରସ ସହ ପୁଦିନା ପାଣି ମିଶାଇ ପିଅନ୍ତୁ | ଏହା ଲିଭର କୁ ସୁସ୍ଥ ରଖିବାରେ ବେଶ ଉପକାରୀ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments