1. କୃଷି ପ୍ରଶିକ୍ଷଣ

ଝିଅଙ୍କୁ ୨ ଲକ୍ଷ , ଏଭଳି କରନ୍ତୁ ଆବେଦନ

ଝିଅ ଜନ୍ମ ସମୟରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ବଣ୍ଡ

Tanushree Mahapatra
Tanushree Mahapatra
bhagya lakshmi yojana for girls, image source - pexels

bhagya lakshmi yojana for girls, image source - pexels

ଦେଶରେ ବାଳିକାମାନଙ୍କର ଅଗ୍ରଗତି ତଥା ବିକାଶ କରିବା ପାଇଁ ସରକାର ଅନେକ ପ୍ରକାର ଯୋଜନା ଚଳାଉଛନ୍ତି। ଏହି ଯୋଜନା ଘରର ଝିଅଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ ଯାହାକି ତାଙ୍କୁ ଆତ୍ମନିର୍ଭରଶୀଳ କରିବାରେ ସାହାଯ୍ୟ କରିବ । ଝିଅଙ୍କର ଶିକ୍ଷା ଯୋଗ୍ୟତା ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସରକାର ସାହାଯ୍ୟ କରୁଛନ୍ତି । ଏହିପରି, ଝିଅ ପିଲାଙ୍କ ଶିକ୍ଷା ଏବଂ ବିବାହର ଭାର ମଧ୍ୟ କମିଯାଉଛି ଏହି ଯୋଜନା ମାଧ୍ୟମରେ ।

ଯଦି ଆପଣଙ୍କ ଘରେ ଝିଅ ଅଛନ୍ତି, ତେବେ ଆପଣ ମଧ୍ୟ ସରକାରଙ୍କ ପାଖରୁ ୨ ଲକ୍ଷ ଟଙ୍କା ଲାଭ ପାଇପାରିବେ।  ‘ଭାଗ୍ୟ ଲକ୍ଷ୍ମୀ ଯୋଜନା’ ନାମକ ଏକ ଯୋଜନା ଚାଲିଛି ଦେଶରେ l ଯାହାକି ଝିଅ ଜନ୍ମ ସମୟରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ବଣ୍ଡ ଦିଆଯାଏ l ଯାହା ଝିଅକୁ ୨୧ ବର୍ଷ ବୟସ ହେଉଥିବା ସମୟରେ ୨ ଲକ୍ଷ ଟଙ୍କା ହୋଇଯାଇଥାଏ। ଏହା ସହିତ ଏହି ଯୋଜନା ମାଧ୍ୟମରେ ୫୧୦୦ଟଙ୍କା ଆର୍ଥିକ ସହାୟତା ଝିଅର ମା’ଙ୍କୁ ମଧ୍ୟ ପ୍ରଦାନ କରାଯାଉଛି ।

ଝିଅଙ୍କ ଶିକ୍ଷା ପାଇଁ ସରକାର ୨୩ ହଜାର ଟଙ୍କାର ସହାୟତା ପ୍ରଦାନ କରୁଛନ୍ତି । ଏହି ଆର୍ଥିକ ସହାୟତା କିସ୍ତି ମାଧ୍ୟମରେ ଦିଆଯାଇଥାଏ । ଏହି ଯୋଜନା ପ୍ରଦାନ ହେଉଥିବା ଅର୍ଥ ସେଥିମଧ୍ୟରୁ ୨ ହଜାର ଟଙ୍କା ଝିଅ ଯେତେବେଳେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ସମୟରେ ପ୍ରଦାନ କରାଯାଇଥାଏ । ଅନ୍ୟପଟେ ଅଷ୍ଟମ ଶ୍ରେଣୀ ସମୟରେ ୫ ହଜାର ଟଙ୍କା, ଦଶମ ଶ୍ରେଣୀରେ ୭ ହଜାର ଟଙ୍କା ଏବଂ ଦ୍ୱାଦଶରେ ପଢ଼ା ପହଞ୍ଚିବା ପରେ ୮ ହଜାର ଟଙ୍କା ପ୍ରଦାନ କରାଯାଇଥାଏ ଝିଅଙ୍କୁ ।

ସର୍ବପ୍ରଥମେ ଆପଣଙ୍କୁ

ଯଦି ଆପଣଙ୍କ ଝିଅ ଏହି ଯୋଜନା ସାମିଲ ହେବାକୁ ଇଛା ରଖୁଛନ୍ତି ତେବେ ଆପଣ ପ୍ରଥମେ https://mahilakalyan.up.nic.in/  କୁ ଯିବାକୁ ପଡିବ l  ଭାଗ୍ୟ ଲକ୍ଷ୍ମୀ ଯୋଜନା ଫର୍ମ ଡାଉନଲୋଡ୍ କରନ୍ତୁ ଏବଂ ଏକ ପ୍ରିଣ୍ଟ୍ ଆଉଟ୍ କରନ୍ତୁ ତାହାକୁ l ଫର୍ମରେ ପଚରାଯାଇଥିବା ସମସ୍ତ ବିବରଣୀ ସଠିକ ଭାବେ ପୂରଣ କରନ୍ତୁ l ବର୍ତ୍ତମାନ ଏହି ଫର୍ମକୁ ଅଙ୍ଗନୱାଡି କେନ୍ଦ୍ର କିମ୍ବା ନିକଟସ୍ଥ ମହିଳା ଏବଂ ଶିଶୁ ବିକାଶ କାର୍ଯ୍ୟାଳୟରେ ଦାଖଲ କରିବାକୁ ହେବ l ବିଭିନ୍ନ ଅନୁସନ୍ଧାନ ପରେ, ଆପଣ ଏହି ଭାଗ୍ୟ ଲକ୍ଷ୍ମୀ ଯୋଜନାର ଲାଭ ପାଇବା ଆରମ୍ଭ କରିବେ l

କେଉଁମାନେ ଆବେଦନ କରିପାରିବ ?

ଏହି ଯୋଜନା ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ପରିଚାଳିତ କରାଯାଉଛି । ଏଥିପାଇଁ ଉତ୍ତରପ୍ରଦେଶର ବାସିନ୍ଦା ହେବା ଆବଶ୍ୟକ ଆବେଦନକାରୀ l ଏହି ରାଜ୍ୟବାସୀଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ l ୩୧ ମାର୍ଚ୍ଚ ୨୦୦୬ ପରେ ଜନ୍ମ ହୋଇଥିବା ଝିଅମାନେ ଯଦି ଦାରିଦ୍ର ସୀମାରେଖା ତଳେ ରହିଛନ୍ତି ତେବେ ଏଥିରେ ସାମିଲ ହୋଇପାରିବେ l ଅନ୍ୟପଟେ ଏହି ଯୋଜନାର ଲାଭ ପାଇଁ ପରିବାରର ବାର୍ଷିକ ଆୟ ୨ ଲକ୍ଷରୁ ଅଧିକ ହେବା ଉଚିତ୍ ନୁହେଁ l

ତେବେ ଉତ୍ତରପ୍ରଦେଶର ବାସିନ୍ଦା ହେବା ମଧ୍ୟ ଜରୁରୀ l ଜନ୍ମର ଏକ ବର୍ଷ ମଧ୍ୟରେ ଏହି ଯୋଜନା ପାଇଁ ଅଙ୍ଗନୱାଡି କେନ୍ଦ୍ରରେ ପଞ୍ଜୀକରଣ କରିବା ଆବଶ୍ୟକ l ପ୍ରତ୍ୟେକ ପରିବାରର ମାତ୍ର ଦୁଇ ଝିଅ ଏହି ସୁବିଧା ପାଇପାରିବେ l ଏଥିପାଇଁ ଝିଅଙ୍କୁ ସ୍ୱାସ୍ଥ୍ୟ ବିଭାଗରୁ ଟିକା ଦିଆଯିବା ଜରୁରୀ l ଏଥିରେ ନାମାଙ୍କନ କରିଥିବା ଝିଅମାନେ ନିଜର ୧୮ ବର୍ଷ ବୟସ ପୂର୍ବରୁ ବିବାହ କରିପାରିବେ ନାହିଁ  l ଏହି ଅର୍ଥ ରାଶି ପାଇଁ ଝିଅର ଆଧାର କାର୍ଡ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ୍ ହେବା ଆବଶ୍ୟକ l

ଅଧିକ ପଢ଼ନ୍ତୁ

PM Kusum Yojana: ଜାଣନ୍ତୁ କେମିତି ଉଠାଇବେ ଲାଭ ?

ପଶୁଙ୍କ ଖାଦ୍ୟରେ ଲୁଣର ଆବଶ୍ୟକତା

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments