କୋକୁନ ଗୋଟେ ଶସ୍ୟ ସୁରକ୍ଷା ପତ୍ର ବା ବ୍ୟାଗ ଯାହା ଅନରାସାୟନିକ ପ୍ରକ୍ରିୟାରେ ଶସ୍ୟ ବା ବିହନନ କୁ ସୁରକ୍ଷିତ ରଖିଥାଏ |ଏହା ଏକ ପିଭିସି ପ୍ରସ୍ତୁତ ପରି ସଦୃଶ ନମନୀୟ ପାତ୍ର ଯାହା ମଧ୍ୟ କୁ ଅତି ବାଇଗଣୀ ରଶ୍ମି ବା ବାୟୁ ଚଳାଚଳ କରିପାରନ୍ତି ନାହିଁ |ଉଭୟ ଘର ମଧ୍ୟରେ ବା ବାହାରେ କୃଷି ଓ ଅଣକୃଷିଜଟା ପଦାର୍ଥ କୁ ଶୁଖିଲା ବାସଠାରେ ସାଇତି ରଖିବାର ଆବଶ୍ୟକତା ଅନୁସାରେ କୋକୁନ କୁ ପ୍ରସ୍ତୁତ କରାଯାଇଛି |ଅଳ୍ପ ସମୟରେ ଏହା କୌଣସି ସ୍ଥାନରେ ସ୍ଥାନାନ୍ତରିତ କରାଯାଇପାରିବ |ଆକଳନ ଅନୁସାରେ କୋକୁନ ବ୍ୟବହାର ଦ୍ୱାରା ଅମଳ ପରସଂରକ୍ଷଣରେ ଶସ୍ୟ ନଷ୍ଟ ଶତକଡା ୦.୨୮ ଭାଗ ମଧ୍ୟରେ ହିଁ ରହିଥାଏ|
ଏହାର ଉପାଦେୟତା : ୧) ବିହନ ର ଯିବନି ବା ଗଜା କ୍ଷମତା ରୁଧି କରିଥାଏ|
୨)ଅଣ ରାସାୟନିକ ପ୍ରକ୍ରିୟା ମାଧ୍ୟମରେ ଶସ୍ୟ ବା ବିହନକୁ କୀଟ ପୋକ ଠାରୁ ନିରାପଦ ରଖିଥାଏ |
୩)ସଂରକ୍ଷତା ଶସ୍ୟ ପୂର୍ଣ୍ଣାଙ୍ଗ ଦାନା କ୍ଷମତା ବୃଦ୍ଧି ପାଇଥାଏ | ୪)
ଏହା ଦ୍ୱାରା ଅପ୍ଲାଟକ୍ସିନ ଓ ମାଇକୋଟକ୍ସିନ ଅତି ବିଷାକ୍ତ ପ୍ରକ୍ରିୟା ସୃଷ୍ଟିକାରୀ କବକ ସୃଷ୍ଟିକୁ ପ୍ରତିରୋଧ କରିଥାଏ |
୫)ମୂଷା ଆଦି ପ୍ରାଣୀଙ୍କ ଠାରୁ ସୁରକ୍ଷା ଦେଇଥାଏ |
୬)ଏହାର ସ୍ଥାପନ ପାଇଁ କୌଣସି ଭିତିଭୂମିର ଆବଶ୍ୟକତା ହୋଇ ନଥାଏ |
୭)କଣା ହୋଇଗଲେବା ଫାଟିଗଲେ ପୁର୍ନବାର ମରାମତି କରାଯାଏ |
୮)ପ୍ରାୟେ ୧୦ ବର୍ଷ ପର୍ଯ୍ୟନ୍ତ ଭାବଭାବେ କାର୍ଯ୍ୟ କରିଥାଏ |
କୋକୁନ ର କାର୍ଯ୍ୟ ପ୍ରଣାଳୀ
କୋକୁନ ଉଭୟ ଭିତରେ ଥିବା ବିହନ ଓ ବାହାର ତାପମାତ୍ରା ମଧ୍ୟରେ ବାୟୁ ଓ ଜଳୀୟବାଷ୍ପ ଚଳାଚଳକୁ ବାଣ୍ଡ କରିଥାଏ |ଉପଯୁକ୍ତ ଭାବରେ ସିଲ କରିଦିଆଗଲେ ଭିତରେ ଥିବା ଶସ୍ୟ ଓ କୀଟ ଇତ୍ୟାଦିଙ୍କ ସେବନ ଦ୍ୱାରା ଭିତର ଭାଗରେ ଅମ୍ଳଜାନର ପରିମାଣ ଶତକଡା ୨୧ ଭାଗରୁ ୫ ଭାଗକୁ ଖସି ଆସେ ଫଳରେ କୌଣସି କୀଟନାଶକ ବ୍ୟବହାର ବିନା କୀଟ ସଂଖ୍ୟା କି.ଗ୍ରା.ପ୍ରତି ୧ କୁ ଖସି ଆସ ଏବଂ ସିଲ ହେବାର ୧୦ ଦିନ ମଧ୍ୟରେ ଏହି ଅବସ୍ଥା ଆସିଯାଇଥାଏ |ଆହୁରି ମଧ୍ୟ ତାପମାତ୍ରା ସ୍ଥିର ରହିବ ଦ୍ୱାରା ଶସ୍ୟ ଗୁଡିକ ବାରମ୍ବାର ଆଦର-ଶୁସ୍କର ପରିକ୍ରମା ମଧ୍ୟକୁ ଆସନ୍ତି ନାହିଁ |ତେଣୁ ପେଷିବା (ମିଲିଙ୍ଗ ) ସୁନ୍ଦର ଓ ଅକ୍ଷୁର୍ଣ ଧାନ ମିଳିଥାଏ |
କଣ କରିବା କଥା ?
- ସସ୍ୟକୁ ପ୍ରଥମେ ଭଲଭାବରେ ସଫାକରିବା ଉଚିତ ଓ ଆଦ୍ରତା କମାଇବା ପାଇଁ ଭଲଭାବରେ ଶୁଖାଇବା ଉଚିତ ଯେପରିକି ଶାସ୍ୟରେ ଶତକଡା ୧୨ ଭାଗ ଓ ବିହନରେ ୧୪ ଭାଗ ଆଦ୍ରତା ରହିବ ଏଥିପାଇଁ ଆଦର ମପାମିଟର ବ୍ୟବହାର କରାଯାଇପାରିବ |
- କୋକୁନ ଟି ପରିସ୍କାର ଓ ଅଖ୍ୟାତ ଅଛି ବୋଲି ନିଶ୍ଚିନ୍ତ ହେବ ବାଞ୍ଚନୀୟ|
ନିର୍ମାଣର ପ୍ରଣାଳୀ ଅନୁସାରେ କୁନ ଟିକୁ ବନ୍ଦ କରନ୍ତୁ | - କୋକୁନ ଟିକୁ କୌଣସି ଚାଟ ତଳେ ରଖନ୍ତୁ |
- କୋକୁନ ଭିତରେ ଅମ୍ଳଜାନର ପରିମାଣକୁ ମାପିବା ପାଇଁ ଅମ୍ଳଜାନ ମାପ ଯନ୍ତ୍ର ବ୍ୟବହାର କରନ୍ତୁ |
କଣ କରନ୍ତୁ ନାହିଁ ?
- ବାରମ୍ବାର ଖୋଲନ୍ତୁ ନାହିଁ |ଏହାଦ୍ୱରା ଅମ୍ଳଜାନ ପ୍ରବେଶ କରିଥାଏ ଓ କୀଟ ମାନଙ୍କ ସଂଖ୍ୟା ବ୍ରୁଦ୍ଧି ରେ ସହାୟକ ହୋଇଥାଏ |ଏମିତି ବି କୀଟ ଥାଇ ପାରନ୍ତି ଯାହା ଶସ୍ୟ ଅପେକ୍ଷା ପ୍ଲାସ୍ଟିକରେ ବି ଛିଦ୍ର କରିବାରେ ସକ୍ଷମ |
- ପ୍ଲାଷ୍ଟିକ ରାଶିକୁ ଭଲଭାବରେ ଟାଣି ରଖନ୍ତୁ ଯାହାଦ୍ୱାରା କୋକୁନଟି ଚାରିପଟୁ ଦୃଶ୍ୟମାନ ହୋଇପାରିବ ଓ ମୂଷା ଆଦି ପ୍ରାଣୀ ନଷ୍ଟ କରିପାରିବେ ନାହିଁ|
- ଯନ୍ତ୍ରାଂଶ ଓ ସିଗାରେଟ ଇତ୍ୟାଦି କୁ ମଧ୍ୟ କୋକୁନ ଠାରୁ ଦୁରେଇ ଅଖାନ୍ତୁ |ଏହାଦ୍ୱାରା ମଧ୍ୟ କୋକୁନ ରେ ଛିଦ୍ର ହୋଇଥାଏ |
Share your comments