1. କୃଷି ପ୍ରଶିକ୍ଷଣ

୨୦୧୯ ଜୁନ ମାସ ପ୍ରଥମ ପକ୍ଷ ପାଇଁ କାର୍ଯ୍ୟପନ୍ଥା :

୨୦୧୯ ଜୁନ ମାସ ପ୍ରଥମ ପକ୍ଷ ପାଇଁ କାର୍ଯ୍ୟପନ୍ଥା :

KJ Staff
KJ Staff

ଖରାଟିଆ ଧାନ :

-ଧାନ ଅମଳ ପରେ ସାଇତି ରଖିବା ପାଇଁ ଶତକଡା ୧୪ ଭାଗ ଜଳୀୟ ଅଂଶ ଥିବା ପର୍ଯ୍ୟନ୍ତ ଶୁଖାଇ ରଖନ୍ତୁ |ଧାନକୁ ସାଇତି ରଖିବା ପୂର୍ବରୁ ୨ ଦିନ ପର୍ଯ୍ୟନ୍ତ ଖରାରେ ଶୁଖାଇବା ଦରକାର |
-ଭଲଭାବେ ଶୁଖିଲା ଧାନକୁ ଜରି ଲାଗିଥିବା ବସ୍ତାରେ କିମ୍ବା ବିନ ବ୍ୟାଗ ରେ ସାଇତି ରଖନ୍ତୁ |
-ସାଇତି ରଖିଥିବା ଶସ୍ୟ ରେ କୌଣସି ପୋକ ଦେଖା ଦେଲେ ଆଲୁମିନିଅମ ଫାସଫାଇଡ ବଟିକା ୧ ଟନ ଶସ୍ୟ ପିଛା ୩ ଟି ବଟିକା ବାଷ୍ପୀୟ ବିଷ ୩ ରୁ ୧୦ ଦିନ ପର୍ଯ୍ୟନ୍ତ ଦିଅନ୍ତୁ |

 

ଶୁଖିଲା ଖରିଫ ବୁଣାଧାନ :
ବର୍ଷାଶ୍ରିତ ଖାଲ ଜମିରେ ସିଧାବୁଣିବା ପାଇଁ ଖରାଟିଆ ଚାଷ କରି ଦିଅନ୍ତୁ |କଳଟିଭେଟର ରେ ୨ ରୁ ୩ ଥର ଭଲଭାବେ ହଳ କରି ମାଟିକୁ ଗୁଣ୍ଡ କରିଦିଅନ୍ତୁ |ଯେଉଁଠାରେ ହାଲୁକା ମାଟି ଅଛି ସେଠାରେ ରୋଟାଭେଟର ଚାଷ କରି ମାଟି ଭଲଭାବେ ଗୁଣ୍ଡ ହେବାପରେ ସିଡ଼ ଡ୍ରିଲ ବ୍ୟବହାର କରି କିମ୍ବା ଲଙ୍ଗଳା ସିଆର ପଛରେ ଧାନ ବୁଣି ଦିଅନ୍ତୁ |
-ବର୍ଷାଶ୍ରିତ ଅଳ୍ପ ଖାଲୁଆ ଜମି ଯେଉଁଠି ଧାନ ବୁଣିବା ଦରକାର ଜମି ପ୍ରସ୍ତୁତ କରନ୍ତୁ |
-ଉଚ୍ଚ ଜମିରେ ସିଧା ବୁଣାଧାନ ପାଇଁ ସି.ଆର.ଧାନ ୧୦୦ ,ସି.ଆର.ଧାନ ୧୦୧ ,ସହଭାଗୀ ଧାନ ,ଫାଲ୍ଗୁନୀ ,ବନ୍ଦନା ଇତ୍ୟାଦି କିସମ ବ୍ୟବହାର କରନ୍ତୁ |ଦକ୍ଷିଣ ପଶ୍ଚିମ ମୌସୁମୀ ଆଗରୁ ବୁଣାବୁଣି ସାରି ଦିଅନ୍ତୁ |

-ଶେଷ ଓଡ ଜମି ପ୍ରସ୍ତୁତି ପ୍ରତି ହେକ୍ଟର ପିଛା ୨ ଟନ ହିସାବରେ ସଢା ଗୋବର ଖତ ପ୍ରୟୋଗ କରନ୍ତୁ|
- ଅଳ୍ପଖାଳୁଅ ଜମି ଯେଉଁଠି ସାଧା ଧାନ ବୁଣା ଯାଏ ସେଠାରେ ପୁର୍ଣ ମାତ୍ରାର ଫସଫରସ ଏକର ପିଛା ୧୨ କି .ଗ୍ରା ଏବଂ ଖାଲୁଆ ଓ ଗଭୀର କମ୍ରେ ଶେଷ ଥର ଜମି ପ୍ରସ୍ତୁତି ସମୟରେ ଏକର ପିଛା ୮ କି.ଗ୍ରା ଫସଫରସ ବ୍ୟବହାର କରିବା ଉଚିତ |

-ମଧ୍ୟମ ଖାଲୁଆ ଜମିରେ ବର୍ଷା ଧାନ .ଦୁର୍ଗା ,ସି.ଆର.ଧାନ ୫୦୧, ଶାରଳା,ଗାୟିତ୍ରୀ କିସମ ବ୍ୟବହାର କରନ୍ତୁ |ସି.ଆର.ଧାନ ୫୦୦ ,ସି.ଆର.ଧାନ ୫୦୨ ,ସି.ଆର.ଧାନ ୫୦୩ ,ସି.ଆର.ଧାନ ୫୦୫ ,ସି.ଆର.ଧାନ ୫୦୬ ଆଦି ଖାଲୁଆ ଜମିରେ ବ୍ୟବହାର କରନ୍ତୁ |ଏକ ଏକର ଧାନ ପାଇଁ ୧୪-୧୬ କି.ଗ୍ରା ବିହନ ବ୍ୟବହାର କରନ୍ତୁ |
- ବାତ୍ୟା ପ୍ଲାବିତ ଅଞ୍ଚଳରେ ସ୍ଵର୍ଣ ,ପୂଜା ,ସି.ଅର୍ଦ୍ଧନ ୩୦୦ ,ସୁମିତ ,ପ୍ରତୀକ୍ଷା ,ରାଣୀଧାନ ଏବଂ ସି.ଆର.ଧାନ ୮୦୧ ଭଳିଆ ଧାନ କିସମ ୧୪ ରୁ ୧୬ କି.ଗ୍ରା ବିହନ ବ୍ୟବହାର କରନ୍ତୁ |
-ଧାନ ବିହନ ସଫା କରିବା ଏବଂ ଘାସ ମଞ୍ଜିକୁ ଅଲଗା କରିବା ପାଇଁ ଧାନ ବିହନକୁ ୨ % ବ୍ରାଇନ ଦ୍ରବଣରେ ବୁଡାଇ ରଖନ୍ତୁ ଏବଂ ପରେ ଭାସମାନ ଘାସ ମଞ୍ଜି ଏବଂ ଅଗାଡି ଧାନ କୁ ଅଲଗା କରି ଦିଅନ୍ତୁ |
-ଏକ କି.ଗ୍ରା ଆଦ୍ର ବିହନକୁ କାରବେଣ୍ଡାଜିମ ୫୦ ଡବ୍ଲୁ .ପି ୧.୫ ଗ୍ରାମ କିମ୍ବା ଶୁଖିଲା ବିହନ ଏକ କି.ଗ୍ରା ବିଛଣାରେ ୨ ଗ୍ରାମ କାରବେଣ୍ଡାଜିମ ରେ ବିଶୋଧନ କରନ୍ତୁ |ମହିଷା ରୋଗ ହେଉଥିବା ଅଞ୍ଚଳରେ ଏକ ଲିଟର ପାଣି ରେ ୧ କି.ଗ୍ରା ବିଛଣାରେ ୦.୬ ଗ୍ରାମ ଟ୍ରାଇସାଇକ୍ଲୋଜଲ ୬୫ ଡବ୍ଲୁ .ପି ବ୍ୟବହାର କରନ୍ତୁ |

ଖରିଫ ରୁଆ ଧାନ :
-ପ୍ରାକ ମୌସୁମୀ ବର୍ଷା ହେବ ସମୟରେ ଶୁଖିଲା ତଳି ଘେରା ପ୍ରସ୍ତୁତ କରିଦିଅନ୍ତୁ |
- ମଝିଆଳା ଖାଲୁଆ ଜମିରେ ସି.ଆର.ଧାନ ୩୦୬ ,ସି.ଆର.ଧାନ ୩୦୩ ,ସି.ଆର.ଧାନ ୩୦୪ ,ଉନ୍ନତ ଲଲାଟ,ସି.ଆର.ଧାନ ୩୦୧ ,ପୂଜା ,ସ୍ଵର୍ଣ ଏବଂ ବି.ପି.ଟି ୫୨୦ କିସମ ବ୍ୟବହାର କରନ୍ତୁ |
-ଲୁଣି ଅଞ୍ଚଳ ପାଇଁ ଲୁଣିସହିଷ୍ଣୁ ଧାନ କିସମ ଯଥା ସି.ଆର.ଧାନ ୪୦୫ ,ସି.ଆର.ଧାନ ୪୦୩ ଏବଂ ଲୁଣିଶ୍ରୀ ଆଦି କିସମ ବ୍ୟବହାର କରନ୍ତୁ |

-ଚାଷୀଭାଈ ମାନେ ଶଙ୍କର ଜାତୀୟ ଧାନ ଯେପରିକି ଅଜୟ ,ରାଜଲକ୍ଷ୍ମୀ ,ସି.ଆର.ଧାନ ୭୦୨ .କେ.ଆର.ଏଚ ୨ ଏବଂ PHB ୬୧ ବ୍ୟବହାର କରିପାରିବେ |
- ଯେଉଁ ଚାଷୀମାନେ ବାସନା ଧାନ ଚାଷ କରିବାକୁ ଚାହୁଁଛନ୍ତି ସେମାନେ ଗୀତାଞ୍ଜଳି ,ସି.ଆର.ଧାନ ୯୦୬ ,ସି.ଆର.ସୁଗନ୍ଧା ଧାନ ୯୦୮ ଏବଂ ସି.ଆର.ସୁଗନ୍ଧା ୯୧୦ କିସମ ବ୍ୟବହାର କରିପାରିବେ |
-ବର୍ଷାଶ୍ରିତ ଅଳ୍ପ ଖାଲୁଆ ଜମିରେ ପ୍ରାକ ମୌସୁମୀ ବର୍ଷା ହେବା ପରେ ପରେ ଏକର ପିଛା ୧୨ କି.ଗ୍ରା ଧନିଚା ସବୁଯାଗାରେ ହିସାବରେ ବୁଣି ଦିଅନ୍ତୁ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments