1. କୃଷି ପ୍ରଶିକ୍ଷଣ

କୃଷି ପଞ୍ଜିକା ଡ଼ିସେମ୍ବର (ପାଣି ପାରିବ ଓ ଅନ୍ୟାନ୍ୟ ..)

ପନିପରିବା :

KJ Staff
KJ Staff

ପନିପରିବା :


-ପୂର୍ବରୁ ତଳି ପଡିଥିବା ଟମାଟୋ ,ଲଙ୍କା ,ବାଇଗଣ ଓ ସମସ୍ତ ପ୍ରକାର କୋବି ଫସଲ ଗୁଡିକୁ ଅବଶକୀୟ ଖତ ସାର ଦେଇ ଲଗାନ୍ତୁ |


-କୋବି ଫସଲରେ ଅଣୁସାର ପ୍ରୟୋଗ  ପ୍ରତି ବିଶେଷ ଶେଷ ଧ୍ୟାନ  ଦିଅନ୍ତୁ । ଆବଶ୍ୟକ ଅନୁସାରେ ଗଛ ଲଗାଇବାର ୩୦ ରୁ ୪୮ ଦିନ ମଧ୍ୟରେ ଦୁଇଥର ସାର ପ୍ରୟୋଗ କରନ୍ତୁ 


-ଫସଲରେ ଯଊପୋକ, କୋବି ସଲରେ ବିନ୍ଧ୍ୟାପକ ଓ ଅନ୍ୟାନ୍ୟ ରୋଗ ଲାଗିଲେ ୧ ଲିଟର ପାଣିରେ ୨ ମି.ଲି ଏନ୍ଡୋସଲଫାନ ସହ ୧ ଗ୍ରାମ କାରବେଣ୍ଡାଜ଼ୀମ ମିଶାଇ ସିଞ୍ଚନ କରନ୍ତୁ |


ଆଳୁ :-
-ଆଳୁ ବିହନ ଲଗାଇବାର ୪୮ ଦିନ ମଧ୍ୟରେ ୪୦ କି.ଗ୍ରା ଯବକ୍ଷାରଜାନ ଏବଂ ୮୦ କି.ଗ୍ରା ପଟାସ ସାର ପ୍ରୟୋଗ କରି ହୁଡ଼ା ଟେକି ଜଳସେଚନ କରନ୍ତୁ |


-ପତ୍ରପୋଡ଼ା ରୋଗ ଦେଖାଦେଲେ ୧ ଲିଟର ପାଣିରେ ୪ ଗ୍ରାମ ମାନକୋଜେବ ମିଶାଇ ସିଞ୍ଚନ କରନ୍ତୁ |


-ଆବଶ୍ୟକ ମୁତାବକ ଜଳସେଚନ କରନ୍ତୁ |


ପିଆଜ:
-ପିଆଜ ଲଗାଇବା ପୂର୍ବରୁ ଜମିରୁ ୪-୫ ଥର ଚାଷ କରି ମାଟିଗୁଣ୍ଡ କରିଦିଅନ୍ତୁ |ତଳି ଲଗାଇବାର ୧ ସପ୍ତାହ ପୂର୍ବରୁ ୧ ଏକର ପ୍ରତି ୧୦  ଟନ୍  ସଢା ଗୋବର ଦେଇ ମାଟିରେ ଭଲ ଭାବରେ ମିଶାଇ ଦିଅନ୍ତୁ


-ତଳି ଗୁଡିକ ୧୨ ରୁ ୧୫ ସେ.ମି ଉଚ୍ଚ ହୋଇଗଲେ ସେଗୁଡିକ ଉପରବେଳା ଓପାଡି ଧାଡିକୁ ଧାଡି ୧୫ ସେ.ମି ଓ ଗଛକୁ ୧୦ ସେ.ମି ବ୍ୟବଧାନରେ ଚାରା ରୋପଣ କରନ୍ତୁ |

 

ହଳଦୀ :

-ପତ୍ରପୋଡ଼ା ରୋଗ ଦେଖାଦେଲେ ୧ ଲିଟର ପାଣିରେ ୩ ଗ୍ରାମ ମାନକୋଜେବ ମିଶାଇ ପତ୍ର ସିଞ୍ଚନ କରନ୍ତୁ |

-ହଳଦୀ ମାଟିତଳେ ବଢିବା ପାଇଁ ଜମିର ବତର ଦେଖି ଜଳସେଚନ କରନ୍ତୁ |

 

ପୋଟଳ :

-ଅକ୍ଟୋବର ମାସରୁ ଡିସେମ୍ବର ମାସ ପୋଟଳ ଲଗାଇବାର ଉପଯୁକ୍ତ ସମୟ |


-ଏକର ପ୍ରତି ୩000 ଚେର ଦରକାର ହୁଏ |ପ୍ରତି ୧୦୦ ଗଛରେ ୧୦ ଟି ଅଣ୍ଡିରା ଗଛ ହୋଇଥାଏ |


-ଏକର ପ୍ରତି ୬୦ କି.ଗ୍ରା ଯବକ୍ଷାରଜାନ ,୨୪ କି,ଗ୍ରା ଫସଫରସ ଓ ୩୦ କି.ଗ୍ରା ପଟାସ ସାର ଦିଅନ୍ତୁ |

 

 

ଛତୁ:

-ଧିଙ୍ଗିରି ଛତୁ ନଭେମ୍ବର ମାସ ଠାରୁ ଫେବୃଆରୀ ମାସ ମଧ୍ୟରେ ଚାଷ କରନ୍ତୁ |


- ଏହି ଚାଷ ପାଇଁ ୨୦ -୩୦ ଡିଗ୍ରୀ ତାପମାତ୍ରା ସହିତ ବାୟୁରେ ଆଦ୍ରତା ୭୦ ରୁ ୯୫ ପ୍ରତିଶତ ରହିବା ଆବଶ୍ୟକ |

ମାଛଚାଷ :

-ଏକ ଏକର ବିଶିଷ୍ଟ ମାଛ ପୋଖରୀ ପାଇଁ ଡିସେମ୍ବର ମାସରେ ପ୍ରତିଦିନ ୩୦୦ ଗ୍ରାମ କୁଣ୍ଡା ସହ ୩୦୦ ଗ୍ରାମ ବାଦାମ ପିଡିଆ ମିଶାଇ ଏପରି ମୋଟ ୭୦୦ ଗ୍ରାମ ଦାନ ଖାଇବାକୁ ଦିଅନ୍ତୁ |

 

ପଶୁପାଳନ :

-ଗରିବ ଚାଷୀଭାଇଙ୍କ ପାଇଁ ଛେଳି ଓ ମେଣ୍ଢା ପାଳନ ଏକ ଲାଭଜନକ ବ୍ୟବସାୟ |ଗର୍ଭବତୀ ଛେଳି ତଥା ଛୁଆର ଯତ୍ନ ନେଲେ ଚୁଆଗୁଡ଼ିକ ହୃଷ୍ଟ ପୃଷ୍ଟ ହୁଅନ୍ତି |


-ଗର୍ଭବତୀ ଅବସ୍ଥାରେ ଛେଳି ,ମେଣ୍ଡାଙ୍କୁ ଦୂରସ୍ଥାନକୁ ଚରିବାକୁ ଛାଡ଼ିବେ ନାହିଁ |

 

ଶସ୍ୟ ଜାତୀୟ ଫସଲ ବିଷୟରେ ଜାଣିବା ଲାଗି ଏଠାରେ କ୍ଲିକ କରନ୍ତୁ


ଡାଲି ଜାତୀୟ ଫସଲ ଓ ତୈଳବୀଜ ଲାଗି ଏଠାରେ କ୍ଲିକ କରନ୍ତୁ

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments