1. କୃଷି ପ୍ରଶିକ୍ଷଣ

ଖଜୁରୀ ଖାଆନ୍ତୁ ;ସୁସ୍ଥ ରୁହନ୍ତୁ :

ଖଜୁରୀ ଖାଆନ୍ତୁ ;ସୁସ୍ଥ ରୁହନ୍ତୁ :

KJ Staff
KJ Staff

ସର୍ବାଧିକ ପୃଷ୍ଟିସାର ଥିବା ଏହି ଫଳ ପ୍ରଥମେ ଇଜିପ୍ଟ ରେ ଚାଷ କରାଯାଇଥିଲା ଏବଂ ସମୟାନୁକ୍ରମେ ସାରା ବିଶ୍ୱ ରେ ଲୋକପ୍ରିୟ ହୋଇଥିଲା |ଫାଇବର ,ମିନେରାଲ ଏବଂ ପ୍ରଚୁର ଭିଟାମିନ ଥିବା ଏହି ଫଳ ରେ ଶରୀର କୁ ରୋଗମୁକ୍ତ ରଖିବାର ଚମତ୍କାରୀ ଗୁଣ ଭରି ରହିଛି ବୋଲି ଗବେଷଣା ରୁ ଜଣା ପଡିଛି |


-୭୦ % ଶର୍କରା ଥିବା ଖଜୁରୀ ଅଧିକ କାମ କରୁଥିବା ମହିଳା ବା ଖେଳାଳି ମାନେ ଖାଇଲେ ଏହା ତୁରନ୍ତ ଆପଣାକୁ ଶକ୍ତି ବା ଉର୍ଜା ଯୋଗାଇଥାଏ ଏବଂ ଶୀଘ୍ର ହାଲିଆ ହେବାକୁ ଦିଏ ନାହିଁ |

-ମହୁ ପରି ଇନଭର୍ଟ ସୁଗାର ଥିବାରୁ ଏହି ଫଳ ଜମାଟ ବାନ୍ଧେ ନାହିଁ ଏବଂ ସବୁବେଳେ ଓଦା ଓ ନରମ ରୁହେ |
-ଖଜୁରୀ ରେ ୧୦ % ର ଫାଇବର ରହିଛି ଯାହା କୋଷ୍ଟ କାଠିନ୍ୟ ରୁ ଆପଣଙ୍କୁ ଲାଘବ ଦେବା ସାଙ୍ଗରେ ଏହା କୋଲେଷ୍ଟେରୋଲ ହ୍ରାସ କରିବାର କ୍ଷମତା ମଧ୍ୟ ରହିଛି |
-ଅଧିକ ଲୌହ ,ମ୍ୟାଗେନିସିଅମ ,କ୍ୟାଲ୍ସିଅମ ଇତ୍ୟାଦି ଥିବାରୁ ଏହା ରକ୍ତ କୋଷିକା ନିର୍ମାଣ କରେ ଏବଂ ଆନିମିଆ ପରି ରୋଗ ର ଉପଚାର କରିଥାଏ |

-ଖଜୁରୀ ବହୁ ପ୍ରକାର କର୍କଟ ରୋଗ କୁ ପ୍ରତିରୋଧ କରିବା ସାଙ୍ଗରେ ନିୟମିତ ଖଜୁରୀ ଖାଇବାରୁ ଦାନ୍ତ ମଧ୍ୟ ସଫା ଓ ମଜବୁତ ରହିଥାଏ |
-ବିଭିନ୍ନ ସ୍ନାୟୁ ଜନିତ ରୋଗ ,ଶୀଘ୍ର ବାର୍ଦ୍ଧକ୍ୟତା ,ରକ୍ତ ଚାପ ପରି ସମସ୍ୟା ଇତ୍ୟାଦି ରୁ ମଧ୍ୟ ମୁକ୍ତି ଦେଇଥାଏ ଖଜୁରୀ |ଏହି ଲାଗି ଦାୟୀ ଖଜୁରୀ ରେ ରହିଥିବା ଆଣ୍ଟି ଅକ୍ସୀଡାଣ୍ଟ |
-ଅଧିକ ସୁଗାର ଥିବାରୁ ଖଜୁରୀ କୁ ଚିନି ବଦଳରେ ବ୍ୟବହାର କରିପାରିବେ ଏହା ନିଶ୍ଚିନ୍ତ ଆପଣଙ୍କ ଶରୀର କୁ ସୁସ୍ତ ରଖିବ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments