1. କୃଷି ପ୍ରଶିକ୍ଷଣ

ଏହି ଫସଲ ଦେବ ପ୍ରବଳ ଲାଭ !

ଏହି ଫସଲ ଦେବ ପ୍ରବଳ ଲାଭ !

KJ Staff
KJ Staff
ଖରା ଦିନରେ ପଖାଳ ଭାତ ସହ ସଜନା ଶାଗ ଖାଇବାକୁ ସମସ୍ତ ନିଶ୍ଚିନ୍ତ ଭଲ ପାଉଥିବେ |ଏହି ଗଛ ରେ ବହୁ ଓଷଧୀୟ ଗୁଣ ମଧ୍ୟ ଭାରି ରହିଛି |ଥରେ ଗଛ ଲଗାଇଲେ ବହୁ ଦିନ ପର୍ଯ୍ୟନ୍ତ ଅମଳ ଦେଇପାରୁଥିବା ଏହି ଗଛ ନିଶ୍ଚିନ୍ତ ଆପଣଙ୍କୁ କୋଟିପତି କରିପାରିବ | ଏହାର ଏକ ପ୍ରକୃଷ୍ଟ ଉଧାରଣ ହୋଇଛନ୍ତି ମହାରାଷ୍ଟ୍ର ସ୍ଥିତ ଅହଃମଦ ନଗର ର ସନ୍ତୋଷ ସଂବାଜି କାଲାନେ|ବହୁ ପରିମାଣ ରେ ସଜନା ଛୁଇଁ ଚାଷ କରି ସେ ବେଶ ଲାଭବାନ ମଧ୍ୟ ହୋଇପାରିଛନ୍ତି

ସନ୍ତୋଷ ଙ୍କ ଦ୍ୱାରା ବ୍ୟବହାର ହେଉଥିବା ଚାଷ ପ୍ରଣାଳୀ :


-ମଞ୍ଜି ବୁଣିବାର ର ମାସେ ଆଗରୁ ସେ ଜମି ହଳ କରିଥିଲେ |ଜୁନ ମାସରେ ମଞ୍ଜି ବୁଣିଥିଲେ |
-ମଞ୍ଜି କୁ ଟ୍ରାଇକୋଡ଼ର୍ମା ସହ ମଞ୍ଜି ବିଶୋଧନ କରିଥିଲେ |
-ଗଛ କୁ ଗଛ ୧୦ * ୧୦ ଫୁଟ ବ୍ୟବଧାନରେ ୨ ଟି ଲେଖା ମଞ୍ଜି ବୁଣିଥିଲେ |
-ଏହାର ୧୫ ଦିନ ପରେ ୧୨୫ କି.ଗ୍ରା ୟୁରିଆ ସହ ଗଛ ପିଛା ୧ କି.ଗ୍ରା ସଢା ଗୋବର ଖତ  ପ୍ରୟୋଗ କରିଥିଲେ |
୬ ମାସ ପରେ ଗୋମୂତ୍ର କୁ ବୁନ୍ଦା ଜଳସେଚନ ମାଧ୍ୟମରେ ପ୍ରତି ଗଛ ମୂଳରେ ଦେଇଥିଲେ |
-ବର୍ଷା ଦିନରେ ସେ ଜଳସେଚନ କରି ନଥିଲେ ଏବଂ ୬ ମାସେ ପରେ ପ୍ରତି ୪ ଦିନରେ ଥାଏ ବୁନ୍ଦା ଜଳସେଚନ କରୁଥିଲେ |ଅଧିକ ଖରା ହେଲେ ଫଂରୋ  ମାଧ୍ୟମରେ ଜଳସେଚନ କରୁଥିଲେ |


-ଗଛ ବଢିବା ଆରମ୍ଭ କଲେ ,ଶାଖା କୁ କାଟି ଦେଉଥିଲେ ଫଳରେ ଗଛ ର ଉଚ୍ଚତା ଧିକ ନ ହୋଇ ;ଶାଖା ଗଛ ର ଉଭୟ   ପାର୍ଶ୍ୱ  ରୁ ବାହାରିବ |ପ୍ରଥମ  ଥର  ଲାଗି  ଶାଖା କାଟିବା  ପରେ ଗଛକୁ  ୬ ଫୁଟ ଉଚ୍ଚତା ଯାଏ ରଖି ଅନ୍ୟ ଶାଖା କୁ କାଟି ଦେଇଥିଲେ |ତୃତୀୟ  ଥର  ସେହିପରି   ୯  ଫୁଟ ଯାଏ ଗଛ ର ଉଚ୍ଚତା ରେ ପ୍ରୂନିଙ୍ଗ କରୁଥିଲେ|ଫଳରେ ଗଛ ଶୀଘ୍ର  ଫଳ ଧରିବା ସହ ଅଧିକ ଶାଖା ପ୍ରଶାଖା ବିଶିଷ୍ଟ   ହୋଇଥିଲା 
-ଗଛ ର ସୁରକ୍ଷା  ଯଥା   କୀଟ ନିୟନ୍ତ୍ରଣ ସହ ରୋଗ ନିଧନ ର ବ୍ୟବସ୍ତା ସେ କରିଥିଲେ |
-ଅମଳ କରିବା  ପରେ ସେ ୧୦ ରୁ ୧୨ କି ଗ୍ରା ର ବିଡା ବାନ୍ଧି ମୁମ୍ବାଇ ଏବଂ ପୁନେ କୁ ପଠାଉଥିଲେ |
-ପୋକ ନିୟନ୍ତ୍ରଣ ଲାଗି  ,ଗଜା  ହେବାର ମାସେ ପରେ କ୍ଳରପାଇରୀଫସ ଏବଂ ସାଇପରମେଥ୍ରୀନ    ୨ ମି.ଲି ପ୍ରତି ଲିଟର ମାତ୍ର ରେ ମିଶାଇ ଗଛ ରେ ସ୍ପ୍ରେ  କରାଯାଉଥିଲା  |
-ଏହା ବ୍ୟତୀତ ସେ ପ୍ରତ୍ୟେକ ୨୦ ଟି ଗଛ ରେ ଗୋଟେ ଲେଖାଏ  ଫେରମୋନ   ଯନ୍ତା ର ବ୍ୟବସ୍ତା ମଧ୍ୟ କରିଥିଲେ |

ମନେ ରଖନ୍ତୁ :

-ଶାଖା କାଟିବା ପରେ ସର୍ବଦା  ବରଦ  ପେଷ୍ଟ ସେହି ସ୍ଥାନ ରେ ଲଗାନ୍ତୁ |ଏହା ଦ୍ୱାରା ଅନେକ   ରୋଗ ବ୍ୟାପିବାରୁ ରକ୍ଷା   ମିଳେ  |
-ଏହା ଚାଷ କରିବାର ପ୍ରଥମ ଅପେକ୍ଷା ଦ୍ଵିତୀୟ ବର୍ଷ ରେ ଅଧିକ ଲାଭ ଦେଇଥାଏ

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments