1. କୃଷି ପ୍ରଶିକ୍ଷଣ

ପଡିଆ ଜମି ଦେବ ଉତ୍ତମ ଅମଳ …

ପଡିଆ ଜମି ଦେବ ଉତ୍ତମ ଅମଳ …

KJ Staff
KJ Staff

ଜମି ପଡିଆ ହୋଇ ପଡି ରହିଛି "...ଏହି ବାକ୍ୟ ଟି ଆପଣ ବହୁ ବାର ଚାଷୀ ଠାରୁ ଶୁଣିଥିବେ !ହେଲେ ଜାଣିଛନ୍ତି କି ଏହି ପଡିଆ ଭୂଇଁ ରେ ମଧ୍ୟ ହେବ ଉତ୍ତମ ଫଳ |ଜମି ର ଯତ୍ନ ନ ନେଲେ ବା ବାରମ୍ବାର ଗୋଟିଏ ଫସଲ କଲେ ମାଟିରୁ ପୋଷାକ ତତ୍ୱ ହ୍ରାସ ପାଏ ଏବଂ ସମୟାନୁକ୍ରମେ ତାହା ପଡିଆ ହୋଇଯାଏ |ତେବେ ଏହି ପଡିଆ ଜମି ରୁ କିପରି ହେବ ଉତ୍ପାଦନ ଜାଣିବା ଲାଗି ଆଗକୁ ପଢନ୍ତୁ |

୧)ଜମି ରେ ଜଳ ସଂରକ୍ଷଣ :ବର୍ଷ ଉପରେ ସମ୍ପୂର୍ଣ ନିର୍ଭରଶୀଳ ଚାଷୀ ଭାଇ ମାନେ ପାଣି ର ପ୍ରତ୍ୟେକ ଟି ବୁନ୍ଦା ର ସଂରକ୍ଷଣ କରନ୍ତୁ| ଜଳ ଅଭାବ ରହୁଥିଲେ ଅଧିକ ଲମ୍ବା ଚେର ଥିବା ଫସଲ ଚାଷ ,ଜମି ଚାରିପାଖେ ବଡ ବଡ ଗଛ ଲଗାନ୍ତୁ ,ଏହା ଉଭୟ ଜଳ ସଂରକ୍ଷଣ କରେ ଏବଂ ଅଧିକ ଲାଭ ଦେବା ସଙ୍ଗେ ସଙ୍ଗେ ଜମି ରେ ବାଡ଼ ସଦୃଶ କାର୍ଯ୍ୟ କରେ|ଏହା ବ୍ୟତୀତ ସେମାନେ କୁକୁଡ଼ା,ଗୁଣ୍ଡୁରୀ ଇତ୍ୟାଦି ପାଳନ କରିବା ଆବଶ୍ୟକ |ମାନେ ରଖନ୍ତୁ ପଡିଆ ଜମି ମନୁଷ୍ୟ ର ଅସଚେତନତା ହେତୁ ହୋଇଥାଏ |ବାରମ୍ବାର ଗଛ କାଟିଲେ ଜମି ପଡିଆ ହେବା ସୁନିଶ୍ଚିତ |ତେଣୁ ଜମି ର ଯତ୍ନ ନିଅନ୍ତୁ |

୨)ଚିନ୍ତା କରନ୍ତୁ !!କଣ କଲେ ଜମି ଟି ଉର୍ବରସିଳ ହୋଇପାରିବ |ଜମି ମଧ୍ୟରେ ଏକ ପୋଖରୀ ଖୋଳି ସେଥିରେ
ରୋହି ,ମଗର ଇତ୍ୟାଦି ମାଛ ଚାଷ କରିପାରିବେ ଏବଂ ସେହି ପୋଖରୀ କୁ ଜଳ ସେଚନ ଲାଗି ମଧ୍ୟ କରିହେବ |ଏହା ବର୍ଷା ଜଳ ସଂରକ୍ଷଣ କରିବାରେ ମଧ୍ୟ ସାହାଯ୍ୟ କରିବା |

୩)ଆଜୋଲା ଚାଷ :ଯଦି ଆପଣ ଗୋପାଳନ କରୁଛନ୍ତି ତେବେ ଜମିରେ ନିଶ୍ଚିନ୍ତ ଆଜୋଲା ଚାଷ କରନ୍ତୁ |ଏହା ଜମି ର ଉର୍ବରତା ବୃଦ୍ଧି କରେ,ଧାନ ରେ ଅମଳ ,ଗାଈ ର ଦୁଗ୍ଧ ଉତ୍ପାଦନ ଏବଂ କୁକୁଡ଼ା ରେ ଅଣ୍ଡା ର ମାତ୍ରା ମଧ୍ୟ ବୃଦ୍ଧି କରିବାର ପ୍ରମାଣିତ ହୋଇଛି |
ସେହିପରି ଗାଈ ର ର ଗୋବର ରୁ ଖତ ତିଆରି ଏବଂ ଘରୋଇ ବର୍ଜ୍ୟ ବସ୍ତୁ ଯଥା ପାରିବ ଚୋପା ଇତ୍ୟାଦି ରୁ ଜିଆ ଖତ ମଧ୍ୟ ତିଆରି କରିପାରିବେ |

ଜିଆ ଖତ ପ୍ରସ୍ତୁତି ବିଷୟରେ ଜାଣିବା ଲାଗି ଏଠାରେ କ୍ଲିକ କରନ୍ତୁ


ଜମି ରେ ବଡ ବଡ ବୃକ୍ଷ ଥିଲେ ସେଥିରୁ ଝଡି ପଡିଥିବା ପତ୍ର କୁ ଚାଷ ଜମି ରେ ବିଛାଇ ଦିଅନ୍ତୁ |ଏହା ଜଳ ସଂରକ୍ଷଣ କରେ ,ତାପମାତ୍ରା ନିୟନ୍ତ୍ରଣ କରେ ଏବଂ ଅନାବନା ଘାସ ଉଠିବାକୁ ଦିଏ ନାହିଁ |

୪)ସମନ୍ବିତ ଚାଷ :ଏହା ପଡିଆ ଜମି ର ଉପଯୋଗ କରିବାର ସବୁଠାରୁ ଉତ୍ତମ ଉପାୟ !ଏହାକୁ ସଫଳ ଭାବେ କରିବାଲାଗି ୩-୫ ବର୍ଷ ନିହାତି ଆବଶ୍ୟକ ହେଲେ ଏଥିରୁ ଆପଣ ପ୍ରଚୁର ଲାଭ ପାଇପାରିବେ |

ଯଦି ଆପଣଙ୍କ ନିକଟରେ କିଛି ସଫଳ କାହାଣୀ ଅଛି ବା କୌଣସି ବିଷୟବସ୍ତୁ ଦେବାକୁ ଚାହୁଁଛନ୍ତି ତେବେକୁ ଆମକୁ ନିଶ୍ଚିନ୍ତ ଯୋଜଯୋଗୀ କରନ୍ତୁ ..ଆମ ଠିକଣା ଲାଗି ଏଠାରେ କ୍ଲିକ କରନ୍ତୁ

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments