1. କୃଷି ପ୍ରଶିକ୍ଷଣ

ମୃତିକା ରେ ପୋଷକ ତତ୍ୱ ର ଅଭାବ

ମୃତିକା ରେ ପୋଷକ ତତ୍ୱ ର ଅଭାବ

KJ Staff
KJ Staff

କଣ ରହିଛି ଏହାର ଅମଳ ଉପରେ ପ୍ରଭାବ ?

ଏକ ସମୟରେ ସର୍ବାଧିକ ଅମଳ ଦେଉଥିବା ଓଡିଶା ମାଟି ଏବେ ସମୟାନୁକ୍ରମେ ପୋଷଣ ଶୂନ୍ୟ ହେବା ଆରମ୍ଭ କରିସାରିଛି |ଅଧିକ ଗଛ କାଟିବା ହେଉ ବା ମୃତିକା କ୍ଷୟ ଏହାର କାରଣ ହୋଇଥାଏ ,ତେବେ ଏହା ସୁନିଶ୍ଚିତ ଯେ ଏହି ପରି ପରିସ୍ଥିତି ଆଗକୁ ମଧ୍ୟ ରଖିଲେ ଦେଶରେ ଖୁବ ଶୀଘ୍ର ଖାଦ୍ୟ ଅଭାବ ଦେଖିବାକୁ ମିଳିବ |

ଏଭିଷ୍ଟେଟ୍ସ ଇଣ୍ଡିଆ ୨୦୧୯ ର ରିପୋର୍ଟ ଅନୁଯାୟୀ ଓଡ଼ିଶାର ମାଟି ରେ ଗଛ ଲାଗି ଜରୁରୀ ଏବଂ ବୃହତ ମିନେରାଲ ର ଅଭାବ ରହିଛି |ଏହି ରିପୋର୍ଟ ୨୦୧୫ ରୁ ୧୭ ମଧ୍ୟରେ ହୋଇଥିବା ସମସ୍ତ ପ୍ରକାର ପ୍ରଶିକ୍ଷଣ କୁ ନେଇ ପ୍ରକାଶ ହୋଇଥାଏ|
ପ୍ରଶିକ୍ଷଣ ରେ ୨୦୧୫-୧୭ ତୁଳନାରେ ୨୦୧୭-୧୯ ବର୍ଷ ରେ ଯବକ୍ଷାରଜାନ ଏବଂ ଫସଫରସ ର ମାତ୍ରା କମ ହିଁ ରଖିଥିଲା |ଯବକ୍ଷାରଜାନ ର ଇଣ୍ଡେକ୍ସ ୧.୨୪ ରହିଥିଲା ବେଳେ ୨୦୧୭-୧୯ ରିପୋର୍ଟ ଅନୁଯାୟୀ ତାହା ୧.୨୨ ରହିଛି |ସେହିପରି ଫସଫରସ ର ମାତ୍ରା ମଧ୍ୟ ପୂର୍ବ ଅପେକ୍ଷା ୦.୧୬ ହ୍ରାସ ପାଇଥିଲା ବେଳେ ଅନ୍ୟ ମାଇକ୍ରୋ ନ୍ୟୁଟ୍ରିଏଣ୍ଟ ମଧ୍ୟ ହ୍ରାସ ପାଇଛି |

ତେଣୁ ଓଡିଶା ମାଟି ରେ ଏବେ ବହୁ ପୋଷକ ତତ୍ୱ ର ଅଭାବ ଦେଖିବାକୁ ମିଳିଛି |ମାଟି ରେ ଥିବା ପୋଷକ ତତ୍ୱ କୁ ବୃକ୍ଷ ମାନେ ନିଜ ଖାଦ୍ୟ ପ୍ରସ୍ତୁତି କରିଲା ବେଳେ ବ୍ୟବହାର କରିଥାନ୍ତି ତେଣୁ ଏହି ପରି ଅଭାବ ହେଲେ ଅମଳ ହ୍ରାସ ପାଇବା ସୁନିଶ୍ଚିତ |
ଓୟୁଏଟି ର ମାଟି ବିଜ୍ଞାନ ର ଆଶ୍ସୋସିଏଟ ପ୍ରଫେସର ଆର କେ ନାୟକ କହିଛନ୍ତି ଯେ ଓଡିଶା ମାଟି ର ଅଧିକ ଅମ୍ଳତା ହେତୁ ଏଥିରେ ପ୍ରଥମ ରୁ ହିଁ ୫୦ ଓ ୬୦ % ଫସଫରସ ର ମାତ୍ରା କମ ହିଁ ରହିଥାଏ |
ଏହା ବ୍ୟତୀତ ଆମ ମାଟି ରେ ୨୫ %ଜିଙ୍କ ,୫୦%ବୋରନ ଏବଂ ୪୦%ସଲଫର ର ମଧ୍ୟ ଅଭାବ ରହିଛି |

ଫସଫରସ ବିଶେଷ କରି ସୂର୍ଯ୍ୟାଲୋକ ରୁ ମିଳୁଥିବା ଶକ୍ତି କୁ ପତ୍ର କୁ ଯୋଗାଇବାରେ ସାହାଯ୍ୟ କରିଥାଏ |ଏହାର ଅଭାବ ରେ ଗଛ ଶୀଘ୍ର ବଢେ ନାହିଁ ଏବଂ ପତ୍ର ବାଇଗଣୀ ରଙ୍ଗ ର ଦେଖାଯାଏ |ସେହିପରି ବୋରନ କୋଷିକା କୁ ଶକ୍ତ କରେ ,ସେଲ ୱାଲ ନିର୍ମାଣ କରେ ଏବଂ ଏହାର ଅଭାବ ରେ ଫଳ ର ଚମଡା ଫାଟିଯାଏ ଏବଂ ଏହା ପଚିଯିବାର ସମ୍ଭାବନା ରହିଥାଏ |
ତଥାପି ମୃତିକା ରେ ଅଧିକ ଅଭାବ ହୋଇନାହିଁ ଏବଂ ଯାହା ଅଭାବ ଅଛି ତାକୁ ଭଲ ଭାବେ ମୃତିକା ପରୀକ୍ଷା ପରେ ଯଦି ଆବଶ୍ୟକ ମାତ୍ରା ରେ ସାର ଓ ଖତ ପ୍ରୟୋଗ କରାଯାଏ ତେବେ ଅମଳ ବୃଦ୍ଧି ହୋଇପାରିବ ବୋଲି ମତ ଦେଇଥିଲେ ଶ୍ରୀଯୁକ୍ତ ଆର.କେ. ନାୟକ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments