1. କୃଷି ପ୍ରଶିକ୍ଷଣ

ଅଣ୍ଡା ଓ ଡାଇବେଟିସ

ଅଣ୍ଡା ଓ ଡାଇବେଟିସ

KJ Staff
KJ Staff

ବର୍ତମାନ ଡାଇବେଟିସ ବା ମଧୁମେହ ରୋଗୀଙ୍କ ସଂଖ୍ୟା ବଢିବା ସହ ସେମାନେ ନିଜ ର ଡାଏଟ କୁ କିପରି ଭାବେ ନିୟନ୍ତ୍ରଣ କରିବା ଉଚିତ ଏବଂ କଣ ସବୁ ଖାଇବା ଉଚିତ କୁ ନେଇ ଏବେ ବେଶ ଚର୍ଚ୍ଚା ଚାଲିଛି |ତେବେ ଅଣ୍ଡା ର ଉପକାରିତା ବିଷୟରେ ଆପଣ ହୁଏତ ଜାଣିଥିବେ ହେଲେ ଅଣ୍ଡା ଡାଇବେଟିସ ରୋଗୀଙ୍କ ଲାଗି କେତେ ଉପକାରୀ ଏହା ମଧ୍ୟ ଜାଣିରଖନ୍ତୁ |
୨୦୧୮ରେ ହୋଇଥିବା ଏକ ଗବେଷଣା ଅନୁଯାୟୀ ଅଣ୍ଡା ରକ୍ତ ରେ ଫାଷ୍ଟିଙ୍ଗ ସୁଗାର ର ମାତ୍ରା କୁ ନିୟନ୍ତ୍ରିତ କରିଥାଏ ଜାଗା ବିଶେଷ କରି ଟାଇପ ୨ ଡ଼ିଏବେଟିସ ରୋଗୀ ଙ୍କ ର ଲାଗି ଉପକାରୀ ହୋଇଥାଏ |ଗବେଷକ ଙ୍କ ମତରେ ଦିନକୁ ୧ ଲେଖା ଅଣ୍ଡା ଖାଇଲେ ମଧୁମେହ ନିୟନ୍ତ୍ରିତ ହୋଇଥାଏ |

ଅଣ୍ଡାରେ ପ୍ରଚୁର ମାତ୍ରା ରେ କୋଲେଷ୍ଟେରୋଲ (ହାରାହାରି ୨୦୦ ମି.ଗ୍ରାମ )ରହିଥାଏ ମାତ୍ରା ଏହି କୋଲେଷ୍ଟେରୋଲ ଶରୀର ର ମେଦବହୁଳ ବା କୋଲେଷ୍ଟେରୋଲ ମାତ୍ରା ବୃଦ୍ଧି କରେ ନାହିଁ ବରଂ ଖରାପ ଏବଂ ଭଲ କଲେଷ୍ଟେରୋଲ କୁ ସମାନ ଭାବେ ଶରୀର ରେ ନିୟନ୍ତ୍ରଣ କରିଥାଏ |
ଅଣ୍ଡା ରେ ପୃଷ୍ଟିସାର ବା କାର୍ବୋହାଇଡ୍ରେଟ କମ ରହିବ ସହ ଅଧିକ ପ୍ରୋଟିନ ରହିଥାଏ ତେଣୁ ଆମେରିକାନ ଡାଇବେଟିସ ଆଶ୍ସୋସିଏସନ ଅଣ୍ଡାକୁ ଡାଇବେଟିସ ରୋଗୀ ଙ୍କ ଲାଗି ଏକ ଉତ୍ତମ ଖାଦ୍ୟ ବୋଲି ମତ ଦେଇଛନ୍ତି |

ଏହାର ଗ୍ଲିସେମିକ ଇଣ୍ଡେକ୍ସ ମଧ୍ୟ କମ ତେଣୁ ରକ୍ତ ଶର୍କରା ଉପରେ ଏହାର ବିଶେଷ ପ୍ରଭାବ ପଡେ ନାହିଁ |
ଆମେରିକାନ ଡାଇବେଟିସ ଆଶ୍ସୋସିଏସନ ଙ୍କ ଅନୁଯାୟୀ ଜଣେ ସାଧାରଣ ବ୍ୟକ୍ତି ଙ୍କୁ ଦିନକୁ ୩୦୦ ମି.ଗ୍ରାମ ରୁ କମ କୋଲେଷ୍ଟେରୋଲ ଖାଇବା ଉଚିତ ଏବଂ ଗୋଟେ ଅଣ୍ଡା ରେ ୨୦୦ ମି.ଗ୍ରାମ କୋଲେଷ୍ଟେରୋଲ ଥିବା ରୁ ,ଦିନକୁ ଗୋଟେ ଅଣ୍ଡା ଶରୀର କୁ ସୁସ୍ଥ ରଖିବା ଲାଗି ଯଥେଷ୍ଟ |
ବୈଜ୍ଞାନିକ ମତରେ ଖାଦ୍ୟ ରେ ଥିବା କଲେଷ୍ଟେରୋଲ ଶରୀର ରେ କଲେଷ୍ଟେରୋଲ ମାତ୍ରା କୁ ଅତ୍ୟଧିକ ବୃଦ୍ଧି କରେ ନାହିଁ ବରଂ ବାରମ୍ବାର ଫାଷ୍ଟ ଫୁଡ ବା ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇଲେ କଲେଷ୍ଟେରୋଲ ବୃଦ୍ଧି ହୋଇଥାଏ

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments