1. କୃଷି ପ୍ରଶିକ୍ଷଣ

ଗଧ କ୍ଷୀରରୁ ଲକ୍ଷପତି....

କେତେକ ବର୍ଗର ଯୁବପିଢି ଉଚ୍ଚଶିକ୍ଷା ଲାଭ କରିବା ପରେ ବିଦେଶରେ ଚାକିରିର କରିବାକୁ ପସନ୍ଦ କରୁଥିବାବେଳେ ଅନ୍ୟ କେତେଜଣ ନିଜ ଗାଁ ,ସହର ରେ ହି ଭବିଷ୍ୟତ ର ପରିକଳ୍ପନା କରିଥାନ୍ତି।ମହାରାଷ୍ଟ୍ର ର ସୋଲାପୁର୍ ଗ୍ରାମ ର ଯୁବତୀ ପୂଜା କୌଲ ମଧ୍ୟ ଏଇ ଲକ୍ଷ୍ୟକୁ ନେଇ ଆଗକୁ ବଢିଥିଲେ।ଅର୍ଥ ରୋଜଗାର କରି ପ୍ରତିଷ୍ଠିତ ହେବା ତାଙ୍କର ମୂଳ ଲକ୍ଷ୍ୟ ନଥିଲା ,ଲକ୍ଷ ଥିଲା ଆତ୍ମନିର୍ଭରଶୀଳ ହେବା ଏବଂ ଅନ୍ୟ ମାନଙ୍କୁ ସ୍ବାବଲମ୍ବୀ ହେବା ର ଶିକ୍ଷା ଦେବା ।

KJ Staff

ଟାଟା ଇନଷ୍ଟିଟ୍ୟୁଟ ରେ ସ୍ନାକୋତ୍ତର ଶିକ୍ଷା ଲାଭ କରୁଥିବା ପୂଜା ପଢିଲା ସମୟରୁ ହିଁ ନିଜ ଷ୍ଟାର୍ଟ- ଅପ୍ ଆରମ୍ଭ କରିବାର ଯୋଜନା କରିଥିଲେ।ଘର ପାଖରେ ରହୁଥିବା ଗଧ ବ୍ୟବସାୟୀଙ୍କ ସହ ମିଶି ସେ ଏଇ ଗଧ କ୍ଷୀର ର ଉପାଦେୟତା ଜାଣିଥିଲେ।ପଢ଼ା ଶେଷ ପରେ ତାଙ୍କୁ ସରକାରୀ ଚାକିରୀ ମିଳିଗଲା ,କିନ୍ତୁ ସେ ନିଜ ଯୋଜନାରେ ଆଗେଇବାକୁ ଚାହୁଁଥିଲେ।ଘର ଲୋକ ପ୍ରଥମେ ଏଇ ପ୍ରସ୍ତାବରେ ରାଜି ହୋଇନଥିଲେ ,ପରେ ଝିଅ ର ଇଛା କୁ ସମସ୍ତେ ସବୁଜ ସଙ୍କେତ ଦେଇଥିଲେ।

ପୂଜା ଗଧ କ୍ଷୀରରୁ ଉପଯୋଗରେ ଏକ ସୌନ୍ଦର୍ଯ୍ୟ ପ୍ରସାଧନ କମ୍ପାନୀ ,"ଅର୍ଗାନିକୋ" ଶୁଭାରମ୍ଭ ରିଥିଲେ।ସୋଲପୁରରେ ନିଜ ଘରେ ହିଁ ଏଇ ବ୍ୟବସାୟ ଆରମ୍ଭ କଲେ।ମାସ କେଇଟାର ତାଙ୍କ କମ୍ପାନୀର ପ୍ରସାଧନ ସାମଗ୍ରୀ ଲୋକପ୍ରିୟତାର ଶୀର୍ଷକରେ ପହଞ୍ଚିଥିଲା।ଏବେ ପୂଜାଙ୍କ ସହ ୭ ଜଣ ସଦସ୍ୟ କାମ କରୁଥିଲା ବେଳେ ଦିଲି ରେ ଏହାର ଶାଖା ଖୋଲିଲେନି । ଅନ୍ ଲାଇନ୍ ସାଇଟ୍ ସହ ସପିଙ୍ଗ ମଲରେ ମଧ୍ୟ ଅର୍ଗାନିକୋ କମ୍ପାନୀ ର ସାମଗ୍ରୀର ବିକ୍ରି ଆରମ୍ଭ ହୋଇଛି।ପୂଜାଙ୍କ ମତରେ ଏବେ ସମୟରେ ସୋସିଆଲ ମିଡ଼ିଆ ପ୍ରଚାର ରେ ସବୁଠାରୁ ଅଧିକ ସହାୟକ ହେଉଛି।ଏହି ମାଧ୍ୟମ ରେ ହିଁ ତାଙ୍କ ଗ୍ରାହକ ଙ୍କ ସଂଖ୍ୟା ଶୀର୍ଷକରେ ପହଞ୍ଚିଛି।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments