1. କୃଷି ପ୍ରଶିକ୍ଷଣ

ଚାଷ କରନ୍ତୁ ଏହି ବିରଳ ଫସଲ !

ଚାଷ କରନ୍ତୁ ଏହି ବିରଳ ଫସଲ !

KJ Staff
KJ Staff

ଦ୍ବିଗୁଣିତ ହେବ ଆପଣଙ୍କର ଆୟ !

ସାଧାରଣତଃ ତ ଚାଷୀ ମାନେ ଆଳୁ ପୋଟଳ ଭେଣ୍ଡି କୋବି ,କଖାରୁ ଜାତିଆ ଫସଲ ଚାଷ କରିବାରେ ଆଗ୍ରହ ଦେଖାଇଥାନ୍ତି ମାତ୍ର ଭାରତ ର ପାଣି ପାଗ ରେ ବିଭିନ୍ନ ପ୍ରକାର ର ଏକସଟିକ ବା ବିରଳ ପନିପରିବା ଚାଷ କରି ପାରିବେ |ଏହି ସବୁ ପରିବା ହୋଟେଲ ରେ ବିଭିନ୍ନ ବ୍ୟଞ୍ଜନ ର ଶୋଭା ସାଜିଥାଏ ଏଣୁ ଏହାର ବଜାରରେ ଦର ଏବଂ ଚାହିଦା ବେଶ ଅଧିକ ଥାଏ |
ଏହା ବ୍ୟତୀତ ଏଥିରେ ବେଶ ଅଧିକ ପରିମାଣ ର ଭିଟାମିନ ଓ ମିନେରାଲ ରହିଛି ତେଣୁ ଏହାର ଚାଷ ଗ୍ରୀନ ହାଉସ ରେ କରାଗଲେ ଏହା ଅଧିକ ଲାଭଦାୟକ ହୋଇଥାଏ |

ଏହି ପନିପରିବା ଚାଷ ଲାଗି ଜମି ଭଲ ଭାବେ ହଳ କରନ୍ତୁ ଏବଂ ଜଳ ନିଷ୍କାସନ ର ସୁବିଧା ମଧ୍ୟ ରଖନ୍ତୁ |ଭାରତ ରେ ଏହି ବିରଳ ପରିବା ବିଶେଷ କରି ଅକ୍ଟୋବର ନଭେମ୍ବର ମାସ ରେ ଚାଷ କରାଯାଇପାରିବ |ଅଧିକ ଖରା ହେଲେ ଏହାର ଚାଷ କରିହେବ ନାହିଁ |


୧)ବ୍ରୋକୋଲି :

ସବୁଜ ରଙ୍ଗ ର ଫୁଲକୋବି ଯାହା ବିଶେଷ କରି ସୀତା ଦିନରେ ଆପଣ ଚାଷ କରି ପାରିବେ |ଏହା ର ସ୍ୱାଦ ହାରାହାରି ଫୁଲକୋବି ପରି କିନ୍ତୁ ଏଥିରେ କର୍କଟ ପ୍ରତିରୋଧକ ଗୁଣ ଏବଂ ଫାଇବର ମାତ୍ର ବେଶ ଅଧିକ ରହିଥାଏ |ଏହାକୁ ସିଝାଇ ,ସାଲାଡ଼ କରି ବା ତରକାରୀ କରି ଖାଇ ପାରିବେ |ବଜାରରେ ଏହାର ଚାହିଦା ବେଶ ଅଧିକ ରହିଥାଏ |

୨)ଚେରି ଟମାଟର :

ବିଲାତି ବାଇଗଣ ର ଅତି ଛୋଟ କିସମ କୁ ଚେରି ଟମାଟର କୁହାଯାଏ |ଏହା ଦେଖିବାକୁ ଅବିକଳ ଚେରିକୋଳି ପରି କିନ୍ତୁ ସ୍ୱାଦ ରେ ଟମାଟର ଭାରି ଲାଗିଥାଏ |ବିଭିନ୍ନ ସାଲାଡ଼ ଏବଂ ବିଶିଷ୍ଟ ବ୍ୟଞ୍ଜନ ରେ ଏହା ବିଶେଷ ଭାବେ ଶୋଭା ପାଇଥାଏ |

 

୩)ରଙ୍ଗୀନ ଚ୍ୟାପ୍ସିକମ :

ସବୁଜ କ୍ୟାପ୍ସିକମ ଆପଣ ନିଶ୍ଚିନ୍ତ ଦେଖିଥିବେ ମାତ୍ର ହଳଦିଆ ,ନାଳିଆ ରଙ୍ଗ ର କ୍ୟାପିସାମ କେବଳ କେତେକ ଦାମିକା ବ୍ୟଞ୍ଜନ ମାନଙ୍କରେ ଦେଖିବାକୁ ମିଳିଥାଏ ତେଣୁ ଏହାର ବଜାର ଚାହିଦା ଖୁବ ଅଧିକ |

୪) ପାର୍ସଲେ :

ଧନିଆ ପତ୍ର ସଦୃଶ ଏହି ପଟ ହର୍ବ ର ବେଶ ଅଧିକ ଔଷଧୀୟ ଗୁଣ ରହିଛି |ବିଶେଷ କରି ସମସ୍ତ ସାଲାଡ଼ ବ୍ୟଞ୍ଜନ ର ଏହା ମୁଖ୍ୟ ଆକର୍ଷଣ |ଏହାକୁ ଘରେ କୁଣ୍ଡ ରେ ମଞ୍ଜି ଦ୍ୱାରା ଲଗାଇଲେ ଏହା ୬ ରୁ ୮ ସପ୍ତାହ ମଧ୍ୟରେ ଅମଳ ଦେଇଥାଏ |


୫)ଚାଇନିସ ବନ୍ଧାକୋବି :

ଏହା ବନ୍ଧାକୋବି ର ଏକ କିସମ ମାତ୍ର ଏହା ଅଧିକ ଟରଣୀପ ପରି|ଏହା ଚାଇନିସ ବ୍ୟଞ୍ଜନରେ ଅଧିକ ଆବଶ୍ୟକ ହୋଇଥାଏ |ଚାଇନିସ ଖାଦ୍ୟ ଖାଇଲେ ସେଥିରେ ଏହାକୁ ନିଶ୍ଚିନ୍ତ ଦେଖିବାକୁ ପାଇବେ |

୬)ନାଲି ବନ୍ଧାକୋବି :

ବନ୍ଧାକୋବି ପୁଣି ନାଲି ରଙ୍ଗ !ଏହା ମଧ୍ୟ ଦେଖିବାକୁ ଖୁବ ସୁନ୍ଦର ଏବଂ ସ୍ୱାଦ ରେ ମଧ୍ୟ ବିରଳ |ଭିଟାମିନ ରେ ଭରପୁର ଏହି ବନ୍ଧାକୋବି ର ଚାଷ ବେଳେ କୁଣ୍ଡ ରେ ଅଳ୍ପ ଭିନେଗାର ଦେବାକୁ ଭୁଲିବେ ନାହିଁ କାରଣ ଏହା ତାଙ୍କର ରଙ୍ଗ ବୃଦ୍ଧି କରେ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments