1. କୃଷି ପ୍ରଶିକ୍ଷଣ

ସରକାରୀ ଚାକିରି ପାଇବା ପାଇଁ ୨୭ ତାରିଖରୁ କରନ୍ତୁ ଆବେଦନ

ସରକାରୀ ଚାକିରୀ ପାଇଁ ଯୁବକ-ଯୁବତୀଙ୍କ ଭିତରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳୁଛି । ସବୁଠାରୁ ବଡ଼ କଥା ହେଲା ସରକାରୀ ସ୍କୁଲ, ସରକାରୀ ଡାକ୍ତରଖାନା ପ୍ରତି ଲୋକଙ୍କ ଆଗ୍ରହ ନାହିଁ, କିନ୍ତୁ ସରକାରୀ ଚାକିରୀ ପାଇଁ ଉଚ୍ଚ ଦରମାର ପ୍ରାଇଭେଟ ଚାକିରୀ ଛାଡ଼ିବାକୁ ପ୍ରସ୍ତୁତ ଅଛନ୍ତି ପିଲା ମାନେ ।

Tanushree Mahapatra
Tanushree Mahapatra
Huge requirement in bpsc exam 2023

Huge requirement in bpsc exam 2023

ସରକାରୀ ଚାକିରୀ ପାଇଁ ଯୁବକ-ଯୁବତୀଙ୍କ ଭିତରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳୁଛି ।  ସବୁଠାରୁ ବଡ଼ କଥା ହେଲା ସରକାରୀ ସ୍କୁଲ, ସରକାରୀ ଡାକ୍ତରଖାନା ପ୍ରତି ଲୋକଙ୍କ ଆଗ୍ରହ ନାହିଁ, କିନ୍ତୁ ସରକାରୀ ଚାକିରୀ ପାଇଁ ଉଚ୍ଚ ଦରମାର ପ୍ରାଇଭେଟ ଚାକିରୀ ଛାଡ଼ିବାକୁ ପ୍ରସ୍ତୁତ ଅଛନ୍ତି ପିଲା ମାନେ । ସରକାରୀ ଚାକିରି ପାଇଁ କେମିତି ପିଲାଙ୍କ ମଧ୍ୟରେ ନାହିଁନଥିବା ଆଗ୍ରହ ରହିଛି, ତାହା ପରୀକ୍ଷା କେନ୍ଦ୍ରରେ ଭିଡ଼ରୁ ସହଜରେ ଜାଣି ହେଉଛି ।

ତେବେ ଆପଣ ଯଦି ସରକାରୀ ଚାକିରୀ ପାଇଁ ଇଚ୍ଛା କରୁଛନ୍ତି ଏବଂ ଏନେଇ ପୂରା ପରିଶ୍ରମ ସହିତ ପ୍ରସ୍ତୁତ ହେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି ।  ଆଜିକାଲି କୌଣସି ସ୍ଥାନରେ ଚାକିରି ପାଇବା ପାଇଁ ଅନେକ ପିଲା ଖୋଜି ବୁଲୁଛନ୍ତି ।

 ଏହା ଉପରେ ସବୁଠୁ କଷ୍ଟ ପାଲଟିଯାଇଛି ସରକାରୀ ଚାକିରି ହାସଲ କରିବା । ତେବେ ଏହାମଧ୍ୟରେ ବିହାର ସରକାରଙ୍କ ପକ୍ଷରୁ ବଡ ଆବେଦନ ଗ୍ରହଣ କରାଯାଉଛି । ବିହାର ଲୋସେବା ଆୟୋଗ ନିଜ ଅଫିସିଆଲ ୱେବସାଇଟରେ ୩୨ତମ ବିହାର ନ୍ୟାୟିକ ସେବା ପ୍ରତିଯୋଗୀ ପରୀକ୍ଷା ପାଇଁ ବିଜ୍ଞପ୍ତି ଜାରି କରିଛି । ଇଚ୍ଛୁକ ପ୍ରାର୍ଥୀ ଆସନ୍ତା ମାର୍ଚ୍ଚ ୨୭ ତାରିଖ ସୁଦ୍ଧା ଆବେଦନ କରିପାରିବେ । ଯାହା ସରକାରୀ ଚାକିରୀ ଖୋଜୁଥିବା ପିଲାଙ୍କ ପାଇଁ ହୁଏତ ଏକ ସୁବର୍ଣ୍ଣ ସୁଯୋଗ ମଧ୍ୟ l   ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ଅନଲାଇନ ମୋଡରେ ହିଁ ଆବେଦନ କରିପାରିବେ । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।

ସୂଚନା ଅନୁସାରେ, ବିପିଏସସି ପକ୍ଷରୁ ମୋଟ ୧୫୫ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଫେବୃଆରୀ ୨୭ ତାରିଖରୁ ମାର୍ଚ୍ଚ ୨୭ ତାରିଖ ମଧ୍ୟରେ ଏହି ପଦବୀ ପାଇଁ ଆବେଦନ କରିପାରିବେ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ( bpsc exam 2023 )   । ତେବେ କୌଣସି ବିଶ୍ୱବିଦ୍ୟାଳୟରୁ ଲ’ ଗ୍ରାଜୁଏଟ କରିଥିବା ଆବଶ୍ୟକ ପଡିବ ଏହା ଆବେଦନ କରିବା ପାଇଁ । ତେବେ ଏଥିରେ ୩ଟି ପର୍ଯ୍ୟାୟ ପରୀକ୍ଷା ଆଧାରରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ । ଏହି ବିଜ୍ଞପ୍ତି ଦ୍ୱାରା ମୋଟ ୧୫୫ଟି ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯିବ । ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୨୨ରୁ ୩୫ ବର୍ଷ ବୟସ ହୋଇଥିବା ଆବଶ୍ୟକ । ତେବେ ମହିଳା ପ୍ରାର୍ଥୀଙ୍କ ବୟସ ୨୨-୪୦ ବର୍ଷ ହେବା ଆବଶ୍ୟକ । ତେବେ ରିଜର୍ଭ କାଟାଗୋରୀା ପ୍ରାର୍ଥୀମାନଙ୍କୁ ସରକାରୀ ନିୟମ ଅନୁସାରେ ବୟସସୀମାରେ ରିହାତି ମିଳିପାରିବ ।  ଏହି ପରୀକ୍ଷା ସୁଯୋଗ ଆଣିଛି ଅନେକ ପିଲାଙ୍କ ପାଇଁ l ବୟସ ସୀମା ମଧ୍ୟ ସଠିକ ରଖାଯାଇଛି ଯାହାଦ୍ୱାରା କୌଣସି ପୁରୁଷ ବା ମହିଳାଙ୍କ ପାଇଁ ଏହି ପରୀକ୍ଷା ବାଧକ ସାଜିବନି l

ବିପିଏସସିରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ କୌଣସି ଅନୁଦାନପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଲ’ ଗ୍ରାଜୁଏଟ ହୋଇଥିବା ଆବଶ୍ୟକ । ଏହାସହିତ ଆବେଦନ କରିବା ପାଇଁ ଜେନେରାଲ, ଓବିସି ଏବଂ ଅନ୍ୟ ରାଜ୍ୟର ପ୍ରତ୍ୟେକ ପ୍ରାର୍ଥୀଙ୍କୁ ୬୦୦ଟଙ୍କା ଫିସ ଦେବାକୁ ପଡିବ । ତେବେ ଏସସି, ଏସଟି, ଦିବ୍ୟାଙ୍ଗ ଏବଂ ମହିଳା ପ୍ରାର୍ଥୀମାନଙ୍କୁ ଏଥିପାଇଁ ୧୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ବିପିଏସସିରେ ନିଯୁକ୍ତିକୁ ନେଇ ଇଚ୍ଛୁକ ପ୍ରାର୍ଥୀମାନଙ୍କ ପାଇଁ ମାର୍ଚ୍ଚ ୨୭ ତାରିଖ କିମ୍ବା ଏହା ପୂର୍ବରୁ ଅନଲାଇନ ଆବେଦନ କରିପାରିବେ । ଅନଲାଇନ ଆବେଦନ ପ୍ରକ୍ରିୟା ଫେବୃଆରୀ ୨୭ ତାରିଖରୁ ଆରମ୍ଭ ହେବ । ତେବେ ଡେରି ନ କରି ଖୁବ ଶୀଘ୍ର ଏହାକୁ ଆବେଦନ କରନ୍ତୁ l

ନିକଟରେ କେନ୍ଦ୍ର ସରକାର ମଧ୍ୟ ବେକାରୀ ଯୁବକ ଯୁବତୀଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି କରୁଛନ୍ତି l ନିଯୁକ୍ତି ସୁଯୋଗକୁ ସର୍ବାଧିକ ପ୍ରଧାନ୍ୟ ଦେବା ନେଇ ପ୍ରଧାନମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତାର ଦୃଷ୍ଟାନ୍ତ ଭାବେ ରୋଜଗାର ମେଳା ଏକ ପଦକ୍ଷେପ ବୋଲି କୁହାଯାଇପାରେ । ଯୁବଗୋଷ୍ଠୀଙ୍କୁ ଅର୍ଥପୂର୍ଣ୍ଣ ସୁଯୋଗ ସହ ନିଯୁକ୍ତି ସୁଯୋଗ ପାଇଁ ରୋଜଗାର ମେଳା ଏକ ଉତପ୍ରେରକ ଭାବେ କାର୍ଯ୍ୟ କରିବ ବୋଲି ଆଶା କରାଯାଏ । ଦେଶବ୍ୟାପୀ ନବନିଯୁକ୍ତମାନେ ଭାରତ ସରକାରଙ୍କ ବିଭିନ୍ନ ପଦବୀ ଯଥା କନିଷ୍ଠ ଯନ୍ତ୍ରୀ, ଲୋକ ପାଇଲଟ, ଟେକ୍ନିସିଆନ, ନିରୀକ୍ଷକ, ଉପ-ନିରୀକ୍ଷକ, କନେଷ୍ଟବଲ, ଷ୍ଟେନୋଗ୍ରାଫର, କନିଷ୍ଠ ଲେଖାକାର, ଗ୍ରାମ ଡାକ ସେବକ, ଆୟକର ନିରୀକ୍ଷକ, ଶିକ୍ଷକ, ଚିକିତ୍ସକ, ସେବିକା, ସମାଜ ସୁରକ୍ଷା ଅଧିକାରୀ, ପିଏ ଓ ଏମଟିଏସ ଭାବେ ନିଯୁକ୍ତି ପାଇଛନ୍ତି । କର୍ମଯୋଗୀ ପ୍ରାରମ୍ଭ ମୋଡୁଲରୁ ଶିକ୍ଷା କରିଥିବା ନବନିଯୁକ୍ତଙ୍କ ଅଭିଜ୍ଞତା ମଧ୍ୟ ରୋଜଗାର କାର୍ଯ୍ୟକ୍ରମରେ ଉପଯୋଗ ହେବ । ବିଭିନ୍ନ ସରକାରୀ ବିଭାଗରେ କର୍ମଯୋଗୀ ପ୍ରାରମ୍ଭ ମୋତୁଲ ହେଉଛି ଏକ ଅନଲାଇନ ନୂତନ ପରିସ୍ଥିତିରେ ନିଜକୁ ଖାପଖୁଆଇବା ପାଠ୍ୟକ୍ରମ ।

ସ୍ବାସ୍ଥ୍ୟ ସେବା ସମସ୍ୟା ସାଜିବନି: ପୂରଣ ହେବ ୮ ହଜାର ଡାକ୍ତର ପଦବୀ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments