1. କୃଷି ପ୍ରଶିକ୍ଷଣ

କଣ ରହିଛି ଏହି ଅଦ୍ଭୁତ୍ତ ପତ୍ର ର ଉପକାରିତା

କଣ ରହିଛି ଏହି ଅଦ୍ଭୁତ୍ତ ପତ୍ର ର ଉପକାରିତା

KJ Staff
KJ Staff

ଜାଣନ୍ତୁ ପିଜୁଳି ପତ୍ର ର ଚମତ୍କାରୀ ଗୁଣ !

ପିଜୁଳି ଖାଇବାର ଉପାଦେୟତା ବିଷୟରେ ହୁଏତ ଆମେ ସମସ୍ତେ ଜାଣିଥିବା |ପ୍ରଚୁର ମାତ୍ର ରେ ଭିଟାମିନ ସି ଥିବା ଏହି ଫଳ ର ପତ୍ର ରେ କେତେ ଚମତ୍କାରୀ ଔଷଧୀୟ ଗୁଣ ରହିଛି ସେ ବିଷୟରେ ଜାଣିଛନ୍ତି କି ?ଗଛ ରୁ ତୋଳା ହୋଇଥିବା ତାଜା ପିଜୁଳି ପତ୍ର ରେ କବକନାଶକ ପ୍ରକୃତି ସହ ,ବିନ୍ଧା ଦରଜ ଇତ୍ୟାଦି ସମସ୍ୟା ର ଉପଚାର ମଧ୍ୟ ରହିଛି |
ବର୍ତ୍ତମାନ ଏଲୋପାଥି ଔଷଧ ବାରମ୍ବାର ବ୍ୟବହାର ହେତୁ ହେଉଥିବା ସମସ୍ୟା ର ଉପଚାର କରିବା ପରିବର୍ତେ .,ମଣିଷ ବର୍ତମାନ ଆୟୁର୍ବେଦିକ ଚିକିତ୍ସା ପଦ୍ଧତି ଉପରେ ଅଧିକ ନିର୍ଭରଶୀଳ ହୋଇଗଲେଣି |ତେଣୁ ପିଜୁଳି ପତ୍ର ଏବେ ବଜାରରେ ବଟିକା ଭାବେ ଏବଂ ପିଜୁଳି ପତ୍ର ର ଚା' ମଧ୍ୟ ଦେଖିବାକୁ ମିଳୁଛି |

ଆସନ୍ତୁ ଜାଣିବା ତାର କେତେକ ଉପକାରିତା :

ଓଜନ ହ୍ରାସ:


ବର୍ତ୍ତମାନ ଲୋକଙ୍କର ଏହା ଏକ ବିଶେଷ ସମସ୍ୟା ,ଓଜନ ନିୟନ୍ତ୍ରଣ |ଗବେଷଣା ଅନୁଯାୟୀ ଦୈନିକ ୩ ମାସ ପର୍ଯ୍ୟନ୍ତ ପିଜୁଳି ପତ୍ର ର ଚା ପିଇଲେ ,ଅନାବଶ୍ୟକ କୋଲେଷ୍ଟେରୋଲ ମାତ୍ରା ହ୍ରାସ ପାଇଥାଏ |ସୁସ୍ତ ଲିଭର ଲାଗି ଏହା ଏକ ଉତ୍ତମ ଉପଚାର |

ଏହା ବ୍ୟତୀତ ଓଜନ ନିୟନ୍ତ୍ରଣ ଲାଗି ମଧ୍ୟ ବେଶ ଉପକାରୀ |ଏହା ଶରୀର ରେ ଶର୍କରା ମାତ୍ରା କୁ ନିୟନ୍ତ୍ରିତ କରିଥାଏ |

ତରଳ ଝାଡା ର ଉପଚାର :

ହରହରୀ ୩୦ ଗ୍ରାମ ର ପିଜୁଳି ପତ୍ର କୁ ଅଳ୍ପ ଚାଉଳ ଚୂନା ସହ ମିଶାଇ ଦିନକୁ ୨ ଥର ପିଅନ୍ତୁ |ଏହା ବ୍ୟତୀତ ପିଜୁଳି ର ଚେର ଓ ପତ୍ର କୁ ପାଣି ରେ ୧୫ ମିନିଟ ପର୍ଯ୍ୟନ୍ତ ଫୁଟାଇ ତାକୁ ୬ନିକି ପିଅନ୍ତୁ |ଏହା ମଧ୍ୟ ତରଳ ଝାଡା ର ଉଚିତ ଉପଚାର କରିଥାଏ |

ମଧୁମେହ ରୋଗୀଙ୍କ ଲାଗି :

ପିଜୁଳି ପତ୍ର ର ଚା ,ଶରୀର ରେ ଶର୍କରା ର ମାତ୍ରା କୁ ପରିଚାଳିତ କରିବାରେ ସାହାଯ୍ୟ କରିଥାଏ |ଏହା ଆଲଫ -ଗ୍ଲୁକୋସାଇଡେଜ ର କାର୍ଯ୍ୟକ୍ଷମତା କୁ ହ୍ରାସ କରିଥାଏ ଏବଂ ଏହା ସହ ଆବଶ୍ୟକ ଶର୍କରା କୁ ଶରୀର ରେ ବ୍ୟବହାରିତ ହେବାରେ ସାହାଯ୍ୟ କରେ ,ଫଳରେ ରକ୍ତ ରେ ଏହାର ମାତ୍ରା ବେଶ କାମ ରହିଥାଏ |
ତେଣୁ ୧୦ ରୁ ୧୨ ସପ୍ତାହ ମଧ୍ୟ ପିଜୁଳି ପତ୍ର ର ଚା ପିଇଲେ ଆପଣଙ୍କ ଶର୍କରା ର ମାତ୍ରା ନିୟନ୍ତ୍ରିତ ହେବ |

ଖାଦ୍ୟ ହଜମ ରେ ସାହାଯ୍ୟ :

ଅତ୍ୟଧିକ ବାନ୍ତି ହେଉଥିଲେ ବା ଖାଦ୍ୟ ହଜମ ହେଉନଥିଲେ ୬ ରୁ ୭ ଟି ପିଜୁଳି ପତ୍ର କୁ ୧.୫ ଲିଟର ପାଣିରେ ସିଝାଇ ସେହି ପାଣି କୁ ଛାଣି ଦିନକୁ ୨ ରୁ ୩ ଥର ପିଅନ୍ତୁ |
ଏହା କୀଟାଣୁ କୁ ବିନାଶ କରେ ଏବଂ ଏହି ପରି ସମସ୍ୟା ରୁ ମୁକ୍ତି ଦେଇଥାଏ |

ଡେଙ୍ଗୁ ଜ୍ୱର ରେ ;

୮ ରୁ ୯ ଟି ପିଜୁଳି ପତ୍ର କୁ୫ କପ ପାଣି ରେ ସିଝାଇ ତାକୁ ଅଧା ହେଲା ଯାଏ ଫୁଟାନ୍ତୁ |ଡେଙ୍ଗୁ ରୋଗୀଙ୍କୁ ଏହାକୁ ୩ ଥର ପିଅବାକୁ ଦିଅନ୍ତୁ |ଏହା ବେଶ ଶୀଘ୍ର ରକ୍ତ ର ପ୍ଲେଟଲେଟ କାଉଣ୍ଟ କୁ ବୃଦ୍ଧି କରି ଶରୀର ସୁସ୍ଥ କରିଥାଏ |

ସୌନ୍ଦର୍ଯ୍ୟ ର ଉପଚାର :

ଅଧିକ ବ୍ରଣ ହେଉଥିଲେ ପିଜୁଳି ପତ୍ର ବାଟି ମୁହଁରେ ଲଗାନ୍ତୁ |ଏହାର କବକ ବିନାଶ କରିବା ପ୍ରକ୍ରୁକ୍ତି ଆପଣଙ୍କୁ ବ୍ରଣ ରୁ ଦୁରେଇ ରଖିଥାଏ |ଏହା ବ୍ୟତୀତ ଦୃଘ ଦିନ ଯାଏ ତ୍ୱଚା କୁ ବର୍ଧ୍ୟାକ୍ୟ ଠାରୁ ମଧ୍ୟ ଏହା ଦୂରରେ ରଖିଥାଏ ଏବଂ ସୁନ୍ଦର ଓ ମଜଭୁତ କେଶ ଲାଗି ମଧ୍ୟ ପିଜୁଳି ପତ୍ର କୁ ବାଟି କେଶ ରେ ଲଗାଇ ଧୁଅନ୍ତୁ |କେଶ ଘନ ଏବଂ ସୁନ୍ଦର ରହିଥାଏ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments